ETV Bharat / state

ନକଲି ବିଦେଶୀ ମଦ କାରଖାନା ଠାବ, ୨୭ ପେଟି ସ୍ପିରିଟ ଜବତ ସହ 3 ଗିରଫ

author img

By

Published : Apr 25, 2021, 9:22 PM IST

ଗଞ୍ଜାମ ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ନୂଆ ମକରଝୋଳ ଗ୍ରାମରେ ଥିବା ଏକ କୁକୁଡ଼ା ଫାର୍ମ ଭିତରୁ ଏକ ନକଲି ବିଦେଶୀ ମଦ କାରଖାନାକୁ ଠାବ କରିଛି ଅବକାରୀ ବିଭାଗ । ଅଧିକ ପଢନ୍ତୁ...

ନକଲି ବିଦେଶୀ ମଦ କାରଖାନା ଠାବ
ନକଲି ବିଦେଶୀ ମଦ କାରଖାନା ଠାବ

ବ୍ରହ୍ମପୁର: ଗଞ୍ଜାମ ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ନୂଆ ମକରଝୋଳ ଗ୍ରାମରେ ଥିବା ଏକ କୁକୁଡ଼ା ଫାର୍ମ ଭିତରୁ ଏକ ନକଲି ବିଦେଶୀ ମଦ କାରଖାନାକୁ ଠାବ କରିଛି ଅବକାରୀ ବିଭାଗ । ହିଞ୍ଜିଳି ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ସେଠାରେ ଗଚ୍ଛିତ ହୋଇ ରହିଥିବା ବହୁ ସ୍ପିରିଟ ସହ ରାଜ୍ୟ ସରକାରଙ୍କ ବିଭିନ୍ନ ନକଲି ଲୋଗୋ, ବିଭିନ୍ନ ବିଦେଶୀ ମଦ ବ୍ରାଣ୍ଡର କାଚ ଓ ଲେବେଲକୁ ଜବତ କରାଯାଇଛି ।

ନକଲି ବିଦେଶୀ ମଦ କାରଖାନା ଠାବ
ନକଲି ବିଦେଶୀ ମଦ କାରଖାନା ଠାବ

କୌଣସି ସୁତ୍ରରୁ ଖବର ପାଇ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅଚାନକ ଏକ କୁକୁଡ଼ା ଫାର୍ମ ଉପରେ ଅଚାନକ ଚଢ଼ାଉ କରାଯାଇଥିଲା । ଚଢାଉ ବେଳେ ବିପୁଳ ପରିମାଣର ନକଲି ବିଦେଶୀ ମଦ, ବିଦେଶୀ ମଦ ତିଆରି କରିବାକୁ ସମସ୍ତ ସାମଗ୍ରୀକୁ ଜବତ କରି ତିନି ଜଣକୁ ଅଟକ ରଖିଥିବା ସୂଚନା ରହିଛି ।

ନକଲି ବିଦେଶୀ ମଦ କାରଖାନା ଠାବ

ଦୀର୍ଘ ଦିନ ଧରି ଗଞ୍ଜାମ ଓ ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ହିଞ୍ଜିଳି ଅବକାରୀ ବିଭାଗର ଉପସ୍ଥିତିରେ ଏଭଳି ଚଢ଼ାଉ କରାଯାଉଛି । ସେପଟେ ଅଭିଯୁକ୍ତମାନେ ବିଭିନ୍ନ ନାମୀ ଦାମୀ କମ୍ପାନୀର ବିଦେଶୀ ମଦକୁ କିଭଳି ଏଠାରେ ପ୍ରସ୍ତୁତ କରୁଥିଲେ ତାହାକୁ ଡେମୋ କରି ଅବକାରୀ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ପ୍ରଦର୍ଶିତ କରିଥିଲେ । ଅବକାରୀ ବିଭାଗ ପକ୍ଷରୁ ବ୍ରହ୍ମପୁର ଖଣ୍ଡିଆ କୁମୁଟି ସାହିର ଯୁବକ ସୁନିଲ କୁମାର ସାହୁ , ବୋରିଗାଁ ଅଞ୍ଚଳର ମିଲନ ସାହୁ ଏବଂ ଖଇରବେଟ ଗ୍ରାମର ସନ୍ତୋଷ କୁମାର ଗୈଡଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏଥିସହ ୮୪୬ ଲିଟର ନକଲି ବିଦେଶୀ ମଦ, ୨୪୩ ଲିଟର ରେକ୍ଟିଫାଇଡ୍ ସ୍ପିରିଡ୍, ୫୪୦ ବୋତଲ ହୋମିଓପ୍ୟାଥିକ ଔଷଧ ଜବତ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ଯ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.