ETV Bharat / state

ସୁରମଣି ବାଲି ଘାଟିରେ ପୋଲିସର ଚଢାଉ: 6 ଟ୍ରକ ଜବତ, ଡ୍ରାଇଭର ଅଟକ - Illegal sand smuggling

ମହଙ୍ଗା ପଡ଼ିଲା ବେଆଇନ୍ ବାଲି ଚାଲାଣ । ରାଜ୍ୟ ବାହାରକୁ ବାଲି ଚୋରା ଚାଲାଣ ହେଉଥିବା ୬ଟି ଗାଡ଼ି ଓ ନମ୍ବର ବିହୀନ ଜେସିବି ଜବତ କଲା ପୋଲିସ ।

Illegal sand smuggling: Ganjam Police seized  6 truck, JCB from Suramani Sand Vally
ସୁରମଣି ବାଲି ଘାଟିରେ ପୋଲିସର ଚଢାଉ, 6 ଟ୍ରକ ଜବତ, ଡ୍ରାଇଭର ଅଟକ
author img

By

Published : Aug 27, 2020, 10:06 PM IST

ଭଞ୍ଜନଗର: ମହଙ୍ଗା ପଡ଼ିଲା ବେଆଇନ୍ ବାଲି ଚାଲାଣ । ରାଜ୍ୟ ବାହାରକୁ ବାଲି ଚୋରା ଚାଲାଣ ହେଉଥିବା ୬ଟି ଗାଡ଼ି ଓ ନମ୍ବର ବିହୀନ ଜେସିବି ଜବତ କଲା ପୋଲିସ । ଦୀର୍ଘ ଦିନ ଧରି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ତହସିଲ ଅଧିନରେ ଥିବା ମଙ୍ଗଳପୁର ସୁରମଣି ବାଲିଘାଟରୁ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଥିଲା । ବିଳମ୍ବରେ ହେଲେ ମଧ୍ୟ ସ୍ଥାନୀୟ ପୋଲିସ ଓ ପ୍ରଶାସନର ମିଳିତ ଚଢାଉ କରି ଆନ୍ଧ୍ର ଓ ଛତିଶଗଡ଼କୁ ବାଲି ଚାଲାଣ ହେଉଥିବା ଗାଡିକୁ ଜବତ କରିଛନ୍ତି । ଏଥିସହିତ ଡ୍ରାଇଭରଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି ।

ସୁରମଣି ବାଲି ଘାଟିରେ ପୋଲିସର ଚଢାଉ, 6 ଟ୍ରକ ଜବତ, ଡ୍ରାଇଭର ଅଟକ

ଗତ ୩ ମାସ ଧରି ବାଲି ମାଫିଆମାନେ ବେଆଇନ୍ ଭାବେ ଶହଶହ ଟ୍ରକ ବାଲି ମଙ୍ଗଳପୁର R.D ରୋଡ୍ ଦେଇ ରାଜ୍ୟ ବାହାରକୁ ଚାଲାଣ କରୁଥିଲେ । ଫଳରେ R.D ରୋଡ୍ ଟି ବାଲିବୋଝେଇ ଟ୍ରକ ଯିବା ଆସିବା ଦ୍ବାରା ସଂପୂର୍ଣ୍ଣ ନଷ୍ଟ ହେବାକୁ ବସିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।

ଏହି R.D ରୋଡ୍ ଉପରେ ୧୦ରୁ ୧୨ ଖଣ୍ଡର ଗ୍ରାମର ଲୋକେ ଯାତାୟାତ ପାଇଁ ନିର୍ଭର କରନ୍ତି । ମାତ୍ର ବାଲିମାଫିଆଙ୍କ ଦୌରାତ୍ମ୍ୟ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ଦେଖାଦେଇଥିଲା ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.