ETV Bharat / state

ମଦ୍ୟପ ସ୍ବାମୀର ଉନ୍ମତ୍ତ କାଣ୍ଡ, ଘରୋଇ କଳିରୁ ସ୍ତ୍ରୀକୁ ଗୁଳିକଲା ସ୍ବାମୀ

author img

By

Published : Oct 19, 2022, 8:31 PM IST

ମଦ୍ୟପ ସ୍ବାମୀର ଉନ୍ମତ୍ତ କାଣ୍ଡ । ଘରୋଇ କଳିରୁ ସ୍ତ୍ରୀକୁ ଗୁଳିକଲା ସ୍ବାମୀ । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକର ରାଶିବାଡି ଗାଁ ନିକଟସ୍ଥ କସେଇ ଘାଟିରେ ଅଭାବନୀୟ ଘଟଣା । ଅଧିକ ପଢନ୍ତୁ

ଘରୋଇ କଳିରୁ ସ୍ତ୍ରୀକୁ ଗୁଳିକଲା ସ୍ବାମୀ
ଘରୋଇ କଳିରୁ ସ୍ତ୍ରୀକୁ ଗୁଳିକଲା ସ୍ବାମୀ

ଭଞ୍ଜନଗର: ମଦ୍ୟପ ସ୍ବାମୀର ଉନ୍ମତ୍ତ କାଣ୍ଡ । ଘରୋଇ କଳିରୁ ସ୍ତ୍ରୀକୁ ଗୁଳିକଲା ସ୍ବାମୀ । ମାତାଲ ସ୍ବାମୀର ଗୁଳି ମାଡରେ ସ୍ତ୍ରୀ ଗୁରୁତର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକର ରାଶିବାଡି ଗାଁ ନିକଟସ୍ଥ କସେଇ ଘାଟିରେ । ଗୁରୁତର ମହିଳା ହେଲେ ପରାଣ୍ଡି ପାତ୍ର ।

ଘରୋଇ କଳିରୁ ସ୍ତ୍ରୀକୁ ଗୁଳିକଲା ସ୍ବାମୀ

ସୂଚନାଅନୁସାରେ, ରାଣ୍ଡି ପାତ୍ର ଓ ତାଙ୍କ ସ୍ବାମୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଏହା ପରେ ଉଗ୍ରରୂପ ଧାରଣ କରିଥିଲା । ତେବେ ଉତକ୍ଷିପ୍ତ ହୋଇ ପରାଣ୍ଡି ପାତ୍ରଙ୍କ ଉପରକୁ ତାଙ୍କ ସ୍ବାମୀ ଗୁଳି ଚଲାଇଥିଲା । ପାରିବାରିକ ଅଶାନ୍ତି କାରଣରୁ ଏଭଳି କାଣ୍ଡ ଘଟିଥିବା କହିଛନ୍ତି ଖୋଦ ପୀଡିତା ଏବଂ ପୁଅ । ମହିଳାଙ୍କୁ ଉଦ୍ଧାର କରାଯାଇ ଆସିକା ମେଡିକାଲରେ ଭର୍ତ୍ତି କରାଯାଉଛି । ଖବରପାଇ ବଡଗଡ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଗୁଳି ଚଲାଇବା ପରେ ସ୍ବାମୀ ଘଟଣାସ୍ଥଳରୁ ଫେରାର ଥିବା ସୂଚନା ରହିଛି ।

ଏହା ମଧ୍ୟ ପଢନ୍ତୁ: GIଟ୍ୟାଗ ପରେ କନ୍ଧମାଳ ହଳଦୀକୁ ମିଳିଲା NIP ଆୱାର୍ଡ

ଏନେଇ ମହିଳା ଜଣକ କହିଛନ୍ତି ଯେ," ପ୍ରସାଦ ଖାଇବା ପାଇଁ ବାହାରିଥିଲୁ । କିନ୍ତୁ ମୋ ସ୍ବାମୀ ମଦ ପିଇଥିବା କାରଣରୁ ମୁଁ ତାଙ୍କୁ ମନା କରିଥିଲି । ସେ ମୋ କଥା ଶୁଣିକି ମୋତେ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ । ତାପରେ ଆମେ ମିଶିକି ଆସିଥିଲୁ । ଅଧାବାଟରେ ମୁଁ ବନ୍ଧୁକ ରଖିବା ପାଇଁ କହିବାରୁ ସେ ମୋ ଉପରକୁ ଗୁଳି ଚଳାଇଲେ । ମୋ ପୁଅ ମଧ୍ୟ ସେହି ସମୟରେ ମୋ ପାଖେ ରହିଥିଲା ।"

ଇଟିଭି ଭାରତ, ଭଞ୍ଜନଗର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.