ଭଞ୍ଜନଗର: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ସିଙ୍ଘୁ ସୀମାରେ 19 ଦିନରେ ପହଞ୍ଚି ଚାଷୀ ଆନ୍ଦୋଳନ । ଏନେଇ ଆଜି ଅନଶନରେ ବସିଛନ୍ତି ଚାଷୀ । ଯାହାକୁ ସମର୍ଥନ କରି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ଶତାଧିକ ଚାଷୀ ଗଣଧାରଣା ଦେଇଛନ୍ତି ।
ପୂର୍ବାହ୍ନ 11 ଟାରୁ ଏହି ଗଣଧାରଣା ଆରମ୍ଭ ହୋଇ ଅପରାହ୍ନ 4ଟା ପର୍ଯ୍ୟନ୍ତ ଗଣଧାରଣା ଦିଆଯାଇଛି ।
ଅନ୍ୟପଟେ ଦିଲ୍ଲୀ ସୀମାରେ ଐତିହାସିକ କୃଷକ ଆନ୍ଦୋଳନ 19 ଦିନରେ ପହଞ୍ଚିଥିବାବେଳେ କିନ୍ତୁ କୌଣସି ନିଷ୍କର୍ଷ ବାହାରି ପାରୁନାହିଁ । ଯାହାଫଳରେ ଦେଶବ୍ୟାପି ବିଭିନ୍ନ କୃଷକ ସଂଙ୍ଗଠନ ପ୍ରତ୍ୟେକ ଜିଲ୍ଲାର ସଦର ମହକୁମାରେ ଗଣଧାରଣାରେ ବସିଛନ୍ତି।
ବାରମ୍ବାର ସରକାର ଓ ଚାଷୀ ସଙ୍ଗଠନର ଆଲୋଚନା ପରେ ମଧ୍ୟ ସରକାର କୃଷକମାନଙ୍କ ଦାବି ଅନୁଯାୟୀ, କୃଷକ ବିରୋଧୀ ଆଇନକୁ ପ୍ରତ୍ୟାହାର କରିବା ପରିବର୍ତ୍ତେ ନିଜର ଅଗଣତାନ୍ତ୍ରିକ ଓ କୃଷକ ବିରୋଧୀ ନିଷ୍ପତିରୁ ପ୍ରତ୍ୟାହାର ନକରିବାରୁ ଦେଶବ୍ୟାପି ଆନ୍ଦୋଳନ ଜାରି ରହିଛି।
କେନ୍ଦ୍ର ସରକାରଙ୍କ 3ଟି କୃଷି ଆଇନ ନୀତିକୁ ପ୍ରତ୍ୟାହର ନକରିବା ଯାଏଁ ଏହି ଆନ୍ଦୋଳନ ଜାରୀ ରହିବ ବୋଲି କହିଛନ୍ତି ଚାଷୀ ମୂଲିଆ ସଙ୍ଗଠନର କର୍ମକର୍ତ୍ତା ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ