ETV Bharat / state

ରାଜ୍ୟ ବାହାରକୁ ହେଉଥିଲା ଗଞ୍ଜେଇ ଚାଲାଣ, ମହିଳା ସମେତ ୩ ଗିରଫ - ରାଜ୍ୟ ବାହାରକୁ ହେଉଥିଲା ଗଞ୍ଜେଇ ଚାଲାଣ

ରାଜ୍ୟ ବାହାରକୁ ବେଆଇନ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡିବସିଲା ପୋଲିସ । ୩୦ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କାର ଗଞ୍ଜେଇ ଜବତ କଲା ପୋଲିସ । ଅଧିକ ପଢନ୍ତୁ

ରାଜ୍ୟ ବାହାରକୁ ହେଉଥିଲା ଗଞ୍ଜେଇ ଚାଲାଣ
ରାଜ୍ୟ ବାହାରକୁ ହେଉଥିଲା ଗଞ୍ଜେଇ ଚାଲାଣ
author img

By

Published : Dec 4, 2022, 1:12 PM IST

ବ୍ରହ୍ମପୁର: ରାଜ୍ୟ ବାହାରକୁ ବେଆଇନ ଭାବେ ଚାଲିଥିଲା ଗଞ୍ଜେଇ ଚୋରାଚାଲାଣ । ପାଟପୁର ଥାନା ଅନ୍ତର୍ଗତ ସୁମନ୍ତପୁର ରାସ୍ତାରେ ଗଞ୍ଜେଇ ଚାଲାଣ ଚାଲିଥିବା ବେଳେ ମାଡିବସିଲା ପୋଲିସ । ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୩୦ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କାର ଗଞ୍ଜେଇ ଜବତ କଲା ପୋଲିସ । ୩ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ରହିଥିବା ସୂଚନା ମିଳିଛି ।

ରାଜ୍ୟ ବାହାରକୁ ହେଉଥିଲା ଗଞ୍ଜେଇ ଚାଲାଣ

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ମାନେ ଏକ କାର ଯୋଗେ ପାଟପୁର ଥାନା ଅନ୍ତର୍ଗତ ସୁମନ୍ତପୁର ରାସ୍ତା ଦେଇ ରାଜ୍ୟ ବାହାରକୁ ବେଆଇନ ଭାବେ ଗଞ୍ଜେଇ ଚୋରାଚାଲାଣ କରୁଥିଲେ । ସେହି ସମୟରେ ପୋଲିସ ପାଟ୍ରୋଲିଂ କରି ଫେରୁଥିବା ବେଳେ ଗାଡ଼ିର ପିଛା କରି ନୂଆଗଡ ଛକ ଓ ସୁମନ୍ତପୁର ମଝିରେ ରହିଥିବା ଭାଗିରଥି ବଟ ମନ୍ଦିର ନିକଟରେ ଗାଡ଼ିକୁ ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ଗାଡ଼ିରେ ଜଣେ ମହିଳା ଓ ପୁରୁଷ ବସିଥିଲେ । ପୋଲିସ ସେମାନଙ୍କୁ ପଚରାଉଚରା କରିବା ବେଳେ ଉଭୟଙ୍କ କଥାବାର୍ତ୍ତାରେ କୌଣସି ତାଳମେଳ ରହୁନଥିଲା । ଫଳରେ ପୋଲିସ ସନ୍ଦେହ କରି ଯାଞ୍ଚ କରିବାରୁ ଗାଡିରେ ଗଞ୍ଜେଇ ରହିଥିବା ଜଣାପଡିଥିଲା ।

ଏହାପରେ ସ୍ଥାନୀୟ ତହସିଲଦାର ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ କରାଯାଇଥିଲା । ଗାଡିରେ ୨୪୩ କେଜିରୁ ଊର୍ଦ୍ଧ୍ବ ଗଞ୍ଜେଇ ରହିଥିବା ବେଳେ ଏହାର ଆନୁମାନିକ ବଜାର ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ବୋଲି ଜଣାପଡିଥିଲା । ଏନେଇ ଶନିବାର ମଧ୍ୟାହ୍ନରେ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ପାଟପୁର ଥାନାରେ ଏକ ମାମଲା ରୁଜୁ କରାଯାଇ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଏଥି ସହ ପୋଲିସ ଅଭିଯୁକ୍ତଙ୍କ ଗାଡିକୁ ମଧ୍ୟ ଜବତ କରିଥିବା ଆସିକା ଏସଡିପିଓ ଉମାଶଙ୍କର ସିଂ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ଗିରଫ ୩ ଅଭିଯୁକ୍ତ ହେଉଛନ୍ତି ଦିଗପହଣ୍ଡି ଥାନା ଅନ୍ତର୍ଗତ ତିଳୋତ୍ତମା ନଗରର ଦଳ ବେହେରା ସବିତା ଦୋରା, ପାଟପୁର ଥାନା କଂସାମାରୀ ରୋଡ ସାହିର ଦଳବେହେରା ସୁରେନ୍ଦ୍ର ଦୋରା ଏବଂ ଗାଡି ଚାଳକ ଜଣକ ହେଲେ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ କରାଖଣ୍ଡି ଗ୍ରାମର ପପୁ ସେଠୀ । ତେବେ ଅଭିଯୁକ୍ତ ସୁରେନ୍ଦ୍ରଙ୍କ ନାମରେ ପୂର୍ବରୁ ବହୁ ଥାନାରେ ଗଞ୍ଜେଇ ଚୋରାଚାଲାଣ ମାମଲା ରହିଥିବା ବେଳେ ସବିତାଙ୍କ ସ୍ବାମୀ ବର୍ତ୍ତମାନ ଏହି ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ସୁରଟର ଏକ ଜେଲରେ ରହିଥିବା ଜଣାପଡିଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.