ETV Bharat / state

ତିତଲି କ୍ଷତିଗ୍ରସ୍ତଙ୍କୁ ମିଳିନି କ୍ଷତିପୂରଣ, କୁଡିଆ ଘରେ ହିତାଧିକାରୀ - ଫନି

ତିତଲି ବାତ୍ୟାରେ କ୍ଷତିଗ୍ରସ୍ତଙ୍କୁ ଆଜିଯାଏଁ ମିଳିନି କ୍ଷତିପୂରଣ । କୁଡିଆ ଘରେ ବିତୁଛି ଜୀବନ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର
author img

By

Published : May 30, 2019, 10:20 PM IST

ଭଞ୍ଜନଗର: ତିତଲିର ପ୍ରଳୟଙ୍କାରୀ ବାତ୍ୟାରେ ବହୁ ଲୋକଙ୍କ ଘର ଭାଙ୍ଗିଥିବାବେଳେ ଘର ଆବଣ୍ଟନରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଗଞ୍ଜାମ ଜିଲ୍ଲା ସୋରଡା ବ୍ଳକର ଖାରିଗୁଡା ଗାଁରେ ଗତ ତିତଲି ପ୍ରଭାବରେ ରାମକୃଷ୍ଣ ପ୍ରଧାନଙ୍କ ଚାଳ ଘର ଭାଙ୍ଗି ଯାଇଥିଲା । କ୍ଷତିପୂରଣ ବାବଦକୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି ମାତ୍ର 3200 ଟଙ୍କା । ଯାହା କେଉଁ କାମକୁ ନୁହେଁ ।

ତେବେ ଉକ୍ତ ଦିନ ଠାରୁ ଅନ୍ୟତ୍ର ଭଡା ଘର ନେଇ ରହିଆସୁଥିଲେ ରାମକୃଷ୍ଣ । ତେବେ ଘର ମାଲିକ ଉଠାଇ ଦେଉଥିବାରୁ ଏବେ ସେହି ଭଙ୍ଗାଘରକୁ ସାଉଣ୍ଟି କୁଡିଆ କରି ଆଶ୍ରୟ ନେଉଛନ୍ତି ରାମକୃଷ୍ଣଙ୍କ ପରିବାର ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଅନ୍ୟପଟେ ତିତଲି କ୍ଷତିଗ୍ରସ୍ତ ପାଇଁ ବ୍ଲକକୁ ଆସିଥିବା ବିଜୁପକ୍କା ଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଯୋଗୁଁ ପ୍ରକୃତ ହିତାଧିକାରୀ ପାଇବା ପରିବର୍ତ୍ତେ ପକ୍କା ଘର ଥିବା ଲୋକମାନେ ଆବାସ ଯୋଜନାରେ ସାମିଲ ହୋଇଛନ୍ତି ।

ଲାଞ୍ଚ ନଦେଲେ ଘର ମିଳିବ ନାହିଁ ବୋଲି କହିଥିଲେ ଅଧିକାରୀ । ତେବେ ରାମକୃଷ୍ଣ ଦିନ ମଜୁରିଆ ହୋଇଥିବାରୁ ଲାଞ୍ଚ ଦେଇ ପାରିଲେ ନାହିଁ, ଯେଉଁଥିପାଇଁ ସେ ଏହି ସୁବିଧାରୁ ବଞ୍ଚିତ ହୋଇଛନ୍ତି । ଏ ବିଷୟରେ ସୋରଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ତିତଲି ଯାଇ ଫନି ଆସିଲାଣି । ସେ ବିଷୟରେ କିଛି ଆଉ କିଛି କହି ହେବ ନାହିଁ ବୋଲି ସେ କହିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.