ETV Bharat / state

ଶିକ୍ଷୟିତ୍ରୀଙ୍କ ମନୋମୁଖୀ କାର୍ଯ୍ୟକଳାପ, ତାଲା ପକାଇଲେ ଅଭିଭାବକ

author img

By

Published : Sep 30, 2022, 12:57 PM IST

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଭାଲିଆଖାଇ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କ ମନମୁଖୀ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ତାଲା ପକାଇଲେ ଅଭିଭାବକ। ଅଧିକ ପଢନ୍ତୁ

ଶିକ୍ଷୟିତ୍ରୀଙ୍କ ମନୋମୁଖୀ କାର୍ଯ୍ୟକଳାପ, ତାଲା ପକାଇଲେ ଅଭିଭାବକ
ଶିକ୍ଷୟିତ୍ରୀଙ୍କ ମନୋମୁଖୀ କାର୍ଯ୍ୟକଳାପ, ତାଲା ପକାଇଲେ ଅଭିଭାବକ

ଭଞ୍ଜନଗର: ପ୍ରଧାନ ଶିକ୍ଷୟିତ୍ରୀଙ୍କ ପାଇଁ ତାତିଲେ ଅଭିଭାବକ । ଶିକ୍ଷୟିତ୍ରୀଙ୍କ ମନୋମୁଖୀ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ତାଲା ପକାଇଲେ ଅଭିଭାବକ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକର ଭାଲିଆଖାଇ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।

ସୂଚନା ଅନୁଯାୟୀ, ସ୍କୁଲରେ 170 ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ହେଲେ ଠିକରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉ ନାହିଁ, ତେବେ ଏଥିସହ ସରକାର ଯୋଗାଇଥିବା ଟଙ୍କା ପିଲାମାନଙ୍କୁ ଦିଆଯାଉନାହିଁ l ପରୀକ୍ଷାରେ ପିଲାଙ୍କୁ ପେପର ଦିଆଯାଉ ନାହିଁ ଏବଂ ବିଭିନ୍ନ ସମୟରେ ସ୍କୁଲକୁ ଆସୁଥିବା ଟଙ୍କାକୁ ଆତ୍ମସାତ କରି ନେଉଥିବା ଅଭିଯୋଗ କରିଛନ୍ତି ଅଭିଭାବକ । ଏନେଇ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅନ୍ୟତ୍ର ବଦଳି କରିବାକୁ ଦାବି କରିଛନ୍ତି ଅଭିଭାବକ ।

ତେବେ ଏନେଇ ଦୀର୍ଘ ଦୁଇଘଣ୍ଟା ସମୟ ଧରି ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଗେଟ ସମ୍ମୁଖରେ ଠିଆ ହୋଇ ରହିଥିବା ଦେଖିବାକୁ ମିଳିଥିଲା । ତେଣୁ କାହାରିକୁ ହେଲେ ସ୍କୁଲକୁ ଛାଡ଼ିନଥିଲେ ଅଭିଭାବକ । ଶେଷରେ ଭଞ୍ଜନଗର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସୂର୍ଯ୍ୟ ନାୟକ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ସ୍କୁଲ ତାଲା ଖୋଲିଥିଲା ଏଥିସହ ଛାତ୍ର ଛାତ୍ରୀ ମାନେ ପରୀକ୍ଷା ଦେଇଥିଲେ। ଏହାଛଡା ସଙ୍ଗେ ସଙ୍ଗେ ଏକ ଜରୁରୀ ବୈଠକ ଡକାଯାଇ ସ୍କୁଲ କମିଟି, ଅଭିଭାବକ,ଶିକ୍ଷକ ଶିକ୍ଷୟିତ୍ରୀ ଏବଂ aboଙ୍କ ଉପସ୍ଥିତିରେ ସମସ୍ୟାର ସମାଧାନ ପାଇଁ ଆଲୋଚନା ହୋଇଥିଲା ।

ସେହି ବୈଠକରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ନାମରେ ଗୁଡ଼ାଏ ଅଭିଯୋଗ ଆଣିଥିଲେ ଅଭିଭାବକ ଓ କମିଟି । ତେବେ ଅନ୍ୟପଟେ ଏହି ବିଷୟରେ କିଛି କହିପାରିବି ନାହିଁ ବୋଲି କହିଛନ୍ତି ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ l ତେବେ ଏନେଇ ସଭାପତି ଲଳିତ ମୋହନ ପ୍ରଧାନ କହିଛନ୍ତି, " ବିନା ପେପରରେ ପରୀକ୍ଷା ଦେଇଛନ୍ତି ପିଲା। ଅନ୍ୟପଟେ ପିଲାଙ୍କ ପାଇଁ ପଇସା ଆସିବା ସତ୍ତ୍ବେ ପିଲାଙ୍କୁ ମିଳି ପାରୁ ନାହିଁ। ଏନେଇ ବିଦ୍ୟାଳୟ ଗେଟରେ ତାଲା ପକାଯାଇଛି ।"

ଅନ୍ୟପଟେ ଅଭିଭାବକ କହିଛନ୍ତି, "ପିଲାମାନଙ୍କୁ ପରୀକ୍ଷା ପାଇଁ 5ଟଙ୍କା ନେଇକି ଯିବାରୁ ପିଲାଙ୍କୁ ପରୀକ୍ଷା ପେପର ଦିଆଗଲା। ଏଥିସହ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉ ନାହିଁ।"

ଇଟିଭି ଭାରତ, ଭଞ୍ଜନଗର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.