ଭଞ୍ଜନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପାଇକ ଯମୁନା ଗାଁରେ ମାଛ ପୋଖରୀର ଟେଣ୍ଡର ପକାଇବାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଫଳରେ ଉଭୟ ଗୋଷ୍ଠୀର ଛଅରୁ ଅଧିକ ଲୋକେ ଆହତ ହୋଇ କବିସୂର୍ଯ୍ୟନଗର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ।
ସୂଚନାନୁସାରେ ମାଛ ପୋଖରୀର ଟେଣ୍ଡର ପ୍ରକ୍ରିୟାକୁ ନେଇ ଆଜି (ରବିବାର) ଗ୍ରାମରେ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ଦୁଇ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହୋଇ ଗୋଷ୍ଠୀ ସଂଘର୍ଷ ହୋଇଥିଲା l ଯାହା ଫଳରେ ଉଭୟ ଗୋଷ୍ଠୀର 6 ଜଣରୁ ଊର୍ଦ୍ଧ୍ବ ଆହତ ହୋଇଥିବା ଦେଖିବାକୁ ମିଳିଛି l
ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବାବେଳେ ଉଭୟ ଗୋଷ୍ଠୀର କିଛି ଯୁବକଙ୍କୁ ଅଟକ ରଖିଛି l
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ