ETV Bharat / state

ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ଅନୁଧ୍ୟାନ ସହ ଏସଏଚଜି ମହିଳାଙ୍କ ସହ ଆଲୋଚନା କଲେ ରାଜ୍ୟପାଳ

author img

By ETV Bharat Odisha Team

Published : Jan 12, 2024, 7:20 AM IST

Governor visits Food Processing Unit: ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ଅନୁଧ୍ୟାନ କରିଛନ୍ତି ରାଜ୍ୟପାଳ। ସେଠାରେ କାମ କରୁଥିବା ଏସଏଚଜି ମହିଳାଙ୍କ ସହ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ

governor visits ganjam
ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ଅନୁଧ୍ୟାନ
ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ଅନୁଧ୍ୟାନଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ଅନୁଧ୍ୟାନ

ବ୍ରହ୍ମପୁର: ଗଞ୍ଜାମ ଗସ୍ତରେ ଆସି ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ଅନୁଧ୍ୟାନ କଲେ ରାଜ୍ୟପାଳ । ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ବୁଲି ଦେଖିବା ସହିତ ଉପସ୍ଥିତ ମହିଳା ସ୍ୱୟଂ ସହାୟକା ଗୋଷ୍ଠୀର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଛନ୍ତି । ଗଞ୍ଜାମ ଜିଲ୍ଲାର ଚମାଖଣ୍ଡିଠାରେ ରହିଥିବା ମିଶନ ଶକ୍ତି ଗ୍ରାମ୍ୟ ଶିଳ୍ପ ଉଦ୍ୟାନ ସହିତ ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ରରେ କିପରି ମହିଳା ସ୍ୱୟଂ ସହାୟକ ସଂଘର କର୍ମକର୍ତ୍ତା ମାନେ ଚିଲି ସସ୍ , ଟମାଟୋ ସସଠାରୁ ଆରମ୍ଭ କରି ତେଲ , ଚିପସ ଆଦି ପ୍ରସ୍ତୁତ କରୁଛନ୍ତି ସେ ବିଷୟରେ ପଚାରି ବୁଝିଛନ୍ତି ।

ମହିଳାମାନେ କିଭଳି ଅତ୍ୟାଧୁନିକ ମେସିନ୍ ସାହାଯ୍ୟରେ ହାଇଜେନିକ୍ ଭାବରେ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ତାହାକୁ ଦେଖିବା ସହିତ ପଚାରି ବୁଝିଥିଲେ ରାଜ୍ୟପାଳ । ଏହାପରେ ଓରମାସ୍ ଓ ମିଶନ ଶକ୍ତି ମହିଳାମାନଙ୍କୁ ଆହୁରି ଅଧିକ ଆତ୍ମ ନିର୍ଭରଶୀଳ ହେବା ପାଇଁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ଅନୁଧ୍ୟାନ କରି ଏହି କାର୍ଯ୍ୟକୁ ପ୍ରଶଂସା କରିଥିଲେ ରାଜ୍ୟପାଳ । ଏପରିକି ସମସ୍ତେ ଆଗାମୀ ଦିନରେ ଆହୁରି ଆଗକୁ କିପରି ବଢିବେ ସେନେଇ ଲକ୍ଷ୍ୟ ରଖିବାକୁ ଆହ୍ୱାନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ ।

ଏହା ମଧ୍ୟ ପଢନ୍ତୁ...ଗଞ୍ଜାମ ଗସ୍ତରେ ରାଜ୍ୟପାଳ, ମା' ତାରାତାରିଣୀଙ୍କୁ ଦର୍ଶନ କଲେ

ଏହା ମଧ୍ୟ ପଢନ୍ତୁ...ନାରୀ ଶକ୍ତି ହିଁ ରାଷ୍ଟ୍ର ଶକ୍ତିର ଆଧାର: ରାଜ୍ୟପାଳ

ଏହା ମଧ୍ୟ ପଢନ୍ତୁ...ରାଜ୍ୟପାଳଙ୍କ ଦିନିକିଆ କେନ୍ଦ୍ରାପଡା ଗସ୍ତ: ଲୋକଙ୍କୁ ଭେଟିଲେ, ସମସ୍ୟା ବୁଝିଲେ

ଏହି ଅବସରରେ କାର୍ଯ୍ୟକ୍ରମରେ ଉପସ୍ଥିତ ମହିଳା ସ୍ୱୟଂ ସହାୟିକା ସଙ୍ଘର କର୍ମକର୍ତ୍ତାମାନଙ୍କ ସହିତ ସେମାନଙ୍କ ଅନୁଭୂତି ସମ୍ପର୍କରେ ପଚାରି ବୁଝିଛନ୍ତି ରାଜ୍ୟପାଳ । କାର୍ଯ୍ୟରେ ଉପୁଜୁଥିବା ସମସ୍ୟା ଓ ସମାଧାନ ନେଇ ମଧ୍ୟ ଆଲୋଚନା କରିଛନ୍ତି । ଏହି ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ଲୀନା ଖୋସ , ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା , ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ଶ୍ରବଣା ବିବେକ ଏମଙ୍କ ସମେତ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନର ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ସେପଟେ ରାଜ୍ୟପାଳଙ୍କ ସହିତ ସିଧାସଳଖ ଆଲୋଚନା କରି ମହିଳା ସ୍ୱୟଂ ସହାୟିକା ସଙ୍ଘର ସଦସ୍ୟମାନେ ବେଶ ଖୁସି ଅନୁଭବ କରିଛନ୍ତି । ନିକଟରେ ରାଜ୍ୟପାଳ ଅନେକ ଜିଲ୍ଲାକୁ ଗସ୍ତ କରିବା ସହ ସ୍ଥାନୀୟଲୋକଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିବା ଦେଖିବାକୁ ମିଳିଥିଲା । ଗଜପତି ଜିଲ୍ଲା ଗସ୍ତ ସମୟରେ ନାରି ଶକ୍ତିକୁ ପ୍ରଶଂସା କରିଥିଲେ ରାଜ୍ୟପାଳ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.