ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପ୍ରାଣୀ ସମ୍ପଦ ତାଲିମ କେନ୍ଦ୍ରଠାରେ ଘୁମୁସରୀ ଗୋ ପ୍ରଜାତିଙ୍କ ଉନ୍ନୟନ ସୁରକ୍ଷା ଓ ସଂରକ୍ଷଣ ସମ୍ବନ୍ଧୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି ।
ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ ଘୁମୁସରୀ ଗାଇର ସଂଖ୍ୟା ଲୋପ ପାଇବାରେ ଲାଗିଛି । ତେବେ 2010ରେ ଘୁମୁସରୀ ଗାଇର ସରକାରୀ ସ୍ତରରେ ଗଣନା କରାଯାଇଥିଲା । ସେତେବେଳେ ସେମାନଙ୍କ ସଂଖ୍ୟା ଥିଲା 10ହଜାର । ମାତ୍ର 2019ରେ ଘୁମୁସରୀ ଗାଇଙ୍କ ସଂଖ୍ୟା କମି 5 ହଜାରରେ ପହଞ୍ଚିଛି । ସେଥିପାଇଁ ସରକାର ଆଜି ଠାରୁ ଘୁମୁସରୀ ଗାଇର ସଂଖ୍ୟା ବୃଦ୍ଧି କରିବାକୁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।
ତେଣୁ କୁତ୍ରିମ ପ୍ରଜନନକୁ ବନ୍ଦ କରି ଘୁମୁସରୀ ଗାଇର ସଂରକ୍ଷଣ ଓ ସୁରକ୍ଷା ଉପରେ କାର୍ଯ୍ୟ କରିବାକୁ ଜିଲ୍ଲା ସ୍ତରୀୟ ପ୍ରାଣୀଧନ ଚିକିତ୍ସକ ମାନଙ୍କୁ ରବିବାର ଏହି ବୈଠକରେ ପ୍ରଶିକ୍ଷଣ ଦିଆଯାଇଥିଲା ।
ଏଥିହିତ ଘୁମୁସରୀ ଗାଇ ପାଳନ କରୁଥିବା ଚାଷୀଙ୍କୁ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ଦ୍ବାରା ଚାଷୀ କିପରି ଲାଭବାନ ହୋଇପାରିବେ ଓ ଘୁମୁସରୀ ଗାଇ ପାଳନ କରିବାକୁ ଚାଷୀ ଆକୃଷ୍ଠ ହେବେ ସେ ବିଷୟରେ ଆଲୋଚନା ହୋଇଥିଲା । ରବିବାର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଘୁମୁସରୀ ଗୋ ପ୍ରଜାତି ବୈଜ୍ଞାନିକ ପ୍ରଫେସର ସୁଶାନ୍ତ କୁମାର ଦାସ, ଡ଼ .ମଧୁସୂଦନ ସୁବୁଦ୍ଧି, ବହୁ ଚାଷୀ ଓ ସରକାରୀ କର୍ମଚାରୀ ଯୋଗଦେଇ ଥିଲେ ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ