ETV Bharat / state

ଗଞ୍ଜାମ ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ ସରକାରଙ୍କୁ ସମାଲୋଚନା

author img

By

Published : Sep 6, 2022, 7:42 AM IST

ଗତ ୨୨ ବର୍ଷରେ ରାଜ୍ୟରେ ଶାସନ କରୁଥିବା ବିଜେଡି ସରକାରଙ୍କ କାର୍ଯ୍ୟକଳାପକୁ ନେଇ ବ୍ରହ୍ମପୁରଠାରେ ସମାଲୋଚନା କରିଛି ଗଞ୍ଜାମ ଜିଲ୍ଲା ଭାଜପା ଯୁବ ମୋର୍ଚ୍ଚା । ଅଧିକ ପଢନ୍ତୁ

ଗଞ୍ଜାମ ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ ସରକାରଙ୍କୁ ସମାଲୋଚନା
ଗଞ୍ଜାମ ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ ସରକାରଙ୍କୁ ସମାଲୋଚନା

ବ୍ରହ୍ମପୁର: ବିଜେରି ଯୁବ ମୋର୍ଚ୍ଚା ପ୍ରତ୍ୟେକ ଜିଲ୍ଲାରେ ଆଜି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ୨୨ ଟି ପ୍ରଶ୍ନ କରିଛି । ଗତ ୨୨ ବର୍ଷରେ ରାଜ୍ୟରେ ଶାସନ କରୁଥିବା ବିଜେଡି ସରକାରଙ୍କ କାର୍ଯ୍ୟକଳାପକୁ ନେଇ ବ୍ରହ୍ମପୁରଠାରେ ସମାଲୋଚନା କରିଛି ଗଞ୍ଜାମ ଜିଲ୍ଲା ଭାଜପା ଯୁବ ମୋର୍ଚ୍ଚା । ଗଞ୍ଜାମ ଜିଲ୍ଲାରେ ମହିଳା, ଯୁବକ, ଶିଶୁ, ଚାଷୀ ଆଜି ହନ୍ତସନ୍ତ ହେଉଥିବା ବେଳେ ରାଜ୍ୟ ସରକରାଙ୍କୁ ଯୁବ ମୋର୍ଚ୍ଚା ପକ୍ଷରୁ ୨୨ ଗୋଟି ପ୍ରଶ୍ନ କରାଯାଇଛି ।

ବ୍ରହ୍ମପୁର ସ୍ଥିତ ଦଳର ଗାନ୍ଧୀନଗର କାର୍ଯ୍ୟାଳୟ ସମ୍ମୁଖରେ ଦଳର ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଏଲ୍.ମୋହନ ଦାସ, ଜିଲ୍ଲାର ବରିଷ୍ଠ ନେତା କାହ୍ନୁ ଚରଣ ପତିଙ୍କ ସମେତ ଦଳୀୟ ନେତୃବୃନ୍ଦ ମାନେ ଏହି ଅବସରରେ ଉପସ୍ଥିତ ରହି ରାଜ୍ୟ ସରକାର ନିଜକୁ ଏକ ନମ୍ୱର ରାଜ୍ୟ ବୋଲାଉଥିବାବେଳେ, ଗତ ୨୨ ବର୍ଷ ମଧ୍ୟରେ ସବୁ କ୍ଷେତ୍ରରେ ପଛୁଆ ରହିଥିବା କହିଛନ୍ତି ଦଳୀୟ ନେତୃବୃନ୍ଦ ।

"ବାରମ୍ବାର ମୁଖ୍ୟମନ୍ତ୍ରୀ ନମ୍ବର ୱାନ ବୋଲି ନିଜକୁ ଚର୍ଚ୍ଚିତ କରୁଛନ୍ତି । ଏକ ଘରୋଇ କମ୍ପାନୀ ଦ୍ବାରା ପ୍ରତି ବର୍ଷ ପୁରସ୍କାରର ଡ୍ରାମା ଚାଲିଛି । ଗଞ୍ଜାମ ଜିଲ୍ଲାର ୧୨ ଲକ୍ଷ ଲୋକ ଦାଦନ ଖଟିବାକୁ ଯାଉଛନ୍ତି । ଏହା ଏକ ଦୁଃଖଦ ଘଟଣା ଆଜି । ଗଞ୍ଜାମ ଜିଲ୍ଲାରେ ଅନେକ ସମସ୍ୟା ରହିଛି । ଆଜି ଘରେ ଘରେ ପାଣି ପହଁଞ୍ଚି ପାରିନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୦୦୦ କୋଟି ଟଙ୍କା ଦୁର୍ନିତୀ ପଛରେ କିଏ ଅଛି । ସହରାଞ୍ଚଳରେ ଭୂମି ହୀନଙ୍କ ପାଇଁ ଜମି ପଟା ଆବଣ୍ଟନ ଏକ ପ୍ରହସନ ପାଲଟିଛି ।"

ଗଞ୍ଜାମ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଏଲ୍.ମୋହନ ଦାସ କହିଛନ୍ତି, "ବିଶ୍ବସ୍ତରୀୟ ପାଇପ ଜଳ ଯୋଗାଣ କିପରି ହୋଇଛି ରାଜ୍ୟ ସରକାର ଏହାର ଉତ୍ତର ଜନ ସାଧାରଣଙ୍କ ପାଖରେ ରଖନ୍ତୁ । ସୀମା ବର୍ତ୍ତୀ ସୁରକ୍ଷା, ନଦୀ ସୁରକ୍ଷା, ବନ୍ୟା ପରିଚାଳନାର ଅବ୍ୟବସ୍ଥା, ଅପପୃଷ୍ଟି ଓ ଶିଶୁ ମୃତ୍ୟୁ ଦାରିଦ୍ର ସୀମା ରେଖା ତଳେ ଓଡିଶା, ରାଜ୍ୟରେ ସ୍ବାସ୍ଥ୍ୟବସ୍ଥାର ଦୂରାବସ୍ଥା ମହିଳା ଓ ଶିଶୁ ସୁରକ୍ଷା, ଆଇନ ଶୃଙ୍ଖଳାର ଅବ୍ୟବସ୍ଥା, ନିଶା ଜନିତ ଅପରାଧ ବୃଦ୍ଧି, ଚାଷୀ ସମସ୍ୟା, କୃଷିର ଅବ୍ୟବସ୍ଥା, ଶକ୍ତି ବିଭାଗର ଚଞ୍ଚକତା, ଶିକ୍ଷା ବିଭାଗର ଅବ୍ୟବସ୍ଥା, ମେକ୍‌ ଇନ ଓଡିଶା ବିଫଳ, ରାଜ୍ୟର ଶିଳ୍ପ ଶିଳ୍ପାୟନର ସମସ୍ୟା, ଓବିସି ବର୍ଗଙ୍କ ଶିକ୍ଷା ଓ ଚାକିରି କ୍ଷେତ୍ରରେ ସଂରକ୍ଷଣ କେବେ ।"

ସେ ଆହୁରି ମଧ୍ୟ କହିଛନ୍ତି, "ଓଡିଆ ଭାଷାର ସୁରକ୍ଷା ସହିତ ଓଡିଆ ବିଶ୍ବ ବିଦ୍ୟାଳୟ କେବେ ମନରେଗା ଯୋଜନାରେ ବ୍ୟାପକ ଦୁର୍ନିତୀ, ବିଜୁ ଯୁବ ବାହିନୀ ପିଠା ଯୋଜନା, ଆମ ଗାଁ ଆମ ବିକାଶ, ଖଟିଆରେ ଗର୍ଭବତୀ ବୁହା ହେବା, ଆଦିବାସୀ ଲୋକଙ୍କୁ ବନଜାତ ଦ୍ରବ୍ୟର ଉଚିତ ମୂଲ୍ୟ ନ ମିଳିବାର କାରଣ କଣ, ବନ୍ୟ ପ୍ରାଣୀଙ୍କ ସୁରକ୍ଷା ସହିତ ବନ୍ୟ ପ୍ରାଣୀଙ୍କ ଅଙ୍ଗ ତସ୍କରୀ ବନ୍ଦ କରାଯାଉ ।"

ଏ ସମସ୍ତ ପ୍ରଶ୍ନ ଆମେ ଓଡିଶାର ଏକ ନମ୍ବର ମୁଖ୍ୟମନ୍ତ୍ରୀଙ୍କୁ ପଚାରୁଛୁ ଦୟାକରି ଉତ୍ତର ରଖନ୍ତୁ ବୋଲି ସେ କହଛନ୍ତି ।

ଇଟିିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.