ETV Bharat / state

ପ୍ରକାଶ ପାଇଲା ଗଞ୍ଜାମ ପୌର ନିର୍ବାଚନ ଫଳାଫଳ, ଜାଣନ୍ତୁ କାହା ଖାତାକୁ ଗଲା କେଉଁ ଗଡ - ଗଞ୍ଜାମ ପୌର ନିର୍ବାଚନ ଫଳାଫଳ

ଗଞ୍ଜାମ ଜିଲ୍ଲାରେ ରହିଥିବା ବ୍ରହ୍ମପୁର ମହାନଗର ନିଗମ ସମେତ ୧୭ ଟି ସହରାଞ୍ଚଳ ନିର୍ବାଚନର ଫଳାଫଳ ପ୍ରକାଶ । ଜାଣନ୍ତୁ କାହା ଖାତାକୁ ଗଲା କେଉଁ ଗଡ । ଅଧିକ ପଢନ୍ତୁ

ପ୍ରକାଶ ପାଇଲା ଗଞ୍ଜାମ ପୌର ନିର୍ବାଚନ ଫଳାଫଳ, ଜାଣନ୍ତୁ କାହା ଖାତାକୁ ଗଲ କେଉଁ ଗଡ

author img

By

Published : Mar 26, 2022, 9:33 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ରହିଥିବା ବ୍ରହ୍ମପୁର ମହାନଗର ନିଗମ ସମେତ ୧୭ ଟି ସହରାଞ୍ଚଳ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେଡି ଦଳୀୟ ପ୍ରାର୍ଥିନୀ ବିନେତା ସ୍ୱାଇଁ ବିଜୟୀ ହୋଇ ଥିବାବେଳେ ଏନ୍.ଏ.ସିର ୧୮ ଟି ୱାର୍ଡରୁ ତିନୋଟି ଅପ୍ରତିଦ୍ୱନ୍ଦୀ ଭାବରେ ବିଜୟୀ ହୋଇ ଥିବାବେଳେ ୧୨ ଟି ବିଜେଡି, ଗୋଟିଏ ବିଜେପି ଏବଂ ଦୁଇଟି ସ୍ୱାଧିନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ସେହିପରି ବେଲଗୁଣ୍ଠା ଏନଏସିରେ ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ଫିରୋଜ କୁମାର ସେଠୀ ବିଜୟୀ ହୋଇ ଥିବାବେଳେ ୧୩ ଟି ୱାର୍ଡରୁ ୯ ଟି ୱାର୍ଡରେ ଅପ୍ରତିଦ୍ୱନ୍ଦୀ ଭାବେ ବିଜୟୀ ହୋଇ ଥିବାବେଳେ ୪ଟି ୱାର୍ଡ ବିଜେଡି ଦଖଲ କରିଛି । ଜିଲ୍ଲାର ଭଞ୍ଜନଗର ଏନଏସିରେ ବିଜେଡି ଦଳର ଅଧ୍ୟକ୍ଷ ପ୍ରାର୍ଥୀ ଗୋପବନ୍ଧୁ ମହାପାତ୍ର ବିଜୟୀ ହୋଇ ଥିବାବେଳେ ଏଠାକାର ୧୫ ଟି ୱାର୍ଡ ମଧ୍ୟରୁ ୬ ଟି ଅପ୍ରତିଦ୍ୱନ୍ଦୀ ଭାବରେ ବିଜୟୀ ହୋଇ ଥିବାବେଳେ ଅନ୍ୟ ୯ଟି ବିଜେଡି ଦଖଲ କରିଛି ।

ସେହିପରି ବୁଗୁଡ଼ା ଏନଏସିରେ ବିଜେଡି ପ୍ରାର୍ଥୀ ଅଧ୍ୟକ୍ଷ ପ୍ରାର୍ଥୀ ଚିତ୍ରସେନ ପ୍ରଧାନ ବିଜୟୀ ହୋଇ ଥିବାବେଳେ ଜଣେ ଅପ୍ରତିଦ୍ୱିନ୍ଦୀ ଭାବରେ ବିଜୟୀ ହୋଇଛନ୍ତି, ୧୦ ଟି ୱାର୍ଡ ବିଜେଡି, ୨ ଟି ୱାର୍ଡ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଜିଲ୍ଲାର ସଦରମହକୁମ୍ମା ଛତ୍ରପୁର ଏନ୍ ଏ ସି ରେ ବି ଜେ ପି ଦଳର ପ୍ରାର୍ଥୀନୀ ଅଧ୍ୟକ୍ଷା ପ୍ରାର୍ଥୀନୀ ଶର୍ମିଷ୍ଠା ପ୍ରଧାନ ବିଜୟୀ ହୋଇଥିବା ବେଳେ ଏଠାକାର ୧୪ ଗୋଟି ୱାର୍ଡ ମଧ୍ୟରୁ ଗୋଟିଏ ଅପ୍ରତିଦ୍ୱିନ୍ଦୀ ଭାବରେ ବିଜୟୀ ହୋଇଥିବା ବେଳେ ୯ ଗୋଟି ୱାର୍ଡ ବିଜେଡି , ତିନୋଟି ୱାର୍ଡ ବିଜେପି ଏବଂ ଗୋଟିଏ ୱାର୍ଡରେ ସ୍ୱାଧିନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ଜିଲ୍ଲାର ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀନୀ ଦୀପା ସାହୁ ବିଜୟୀ ହୋଇଥିବା ବେଳେ ୧୨ ଗୋଟି ୱାର୍ଡ ମଧ୍ୟରୁ ପାଞ୍ଚୋଟି ଅପ୍ରତିଦ୍ୱିନ୍ଦୀ ଭାବରେ ନିର୍ବାଚିତ ହୋଇଥିବା ବେଳେ ସାତୋଟି ବିଜେଡି ଦଖଲ କରିଛି । ସେହିପରି ଦିଗପହଣ୍ଡି ଏନ୍ ଏ ସି ରେ କଂଗ୍ରେସ ଅଧ୍ୟକ୍ଷ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ପଣ୍ଡା ବିଜୟୀ ହୋଇଥିବା ବେଳେ ୧୧ ଗୋଟି ୱାର୍ଡ ମଧ୍ୟରୁ ୫ ଗୋଟି ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ୬ ଗୋଟି ୱାର୍ଡ କଂଗ୍ରେସ ଦଖଲକୁ ଯାଇଛି ।

ଜିଲ୍ଲାର ଗଞ୍ଜାମ ଏନ୍.ଏ.ସି କୁ ସ୍ୱାଧୀନ ପ୍ରାର୍ଥୀନୀ ଅଧ୍ୟକ୍ଷା ଭାବରେ ପ୍ରତିଭା ପାଢୀ ବିଜୟୀ ହୋଇଥିବା ବେଳେ ୧୨ ଗୋଟି ୱାର୍ଡ ମଧ୍ୟରୁ ଗୋଟିଏ ଅପ୍ରତିଦ୍ୱନ୍ଦୀ ବିଜୟୀ ହୋଇଥିବା ବେଳେ ୧୦ ଗୋଟି ୱାର୍ଡରେ ବିଜେଡି ଏବଂ ଗୋଟିଏ ୱାର୍ଡରେ ସ୍ୱାଧିନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଜିଲ୍ଲାର ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେଡି ପ୍ରାର୍ଥୀ ଏ ଜାନକୀ ରାମ ଅଧ୍ୟକ୍ଷ ଭାବରେ ବିଜୟୀ ହୋଇଥିବା ବେଳେ ଏଠାକାର ୧୧ ଗୋଟି ୱାର୍ଡ ମଧ୍ୟରୁ ଗୋଟିଏ ଅପ୍ରତିଦ୍ୱନ୍ଦୀ , ସାତୋଟି ବିଜେଡି ଏବଂ ତିନୋଟି ବିଜେପି ଅକ୍ତିଆର କରିଛି ।

ଜିଲ୍ଲାର ହିଞ୍ଜିଳିକାଟୁ ପୌରପାଳିକାରେ ବିଜେଡି ପ୍ରାର୍ଥୀ ସୁବାଷ ଚନ୍ଦ୍ର ପଲ୍ଲାଇ ଅଧ୍ୟକ୍ଷ ଭାବରେ ବିଜୟୀ ହୋଇଥିବା ବେଳେ ଏଠାକାର ୨୧ ଗୋଟି ୱାର୍ଡ ମଧ୍ୟରୁ ୭ଗୋଟି ଅପ୍ରତିଦ୍ୱିନ୍ଦୀ ଭାବରେ ବିଜୟୀ ହୋଇଥିବା ବେଳେ ୮ ଗୋଟି ୱାର୍ଡରେ ବିଜେଡି , ଗୋଟିଏ ବିଜେପି , ଗୋଟିଏ କଂଗ୍ରେସ ଏବଂ ଚାରି ଜଣ ସ୍ୱାଧିନ ଭାବରେ ବିଜୟୀ ହୋଇଛନ୍ତି ।

ଜିଲ୍ଲାର କବିସୂର୍ଯ୍ୟନଗର ଏନ୍.ଏ.ସି ରେ ବିଜେଡି ପ୍ରାର୍ଥୀନୀ ଏସ୍.ଲକ୍ଷ୍ମୀ ସେଠୀ ଅଧ୍ୟକ୍ଷା ଭାବରେ ବିଜୟୀ ହୋଇଥିବା ବେଳେ ଏଠାକାର ୧୮ ଗୋଟି ୱାର୍ଡ ମଧ୍ୟରୁ ତିନୋଟି ଅପ୍ରତିଦ୍ୱନ୍ଦୀ , ୧୩ ଟି ବିଜେଡି ଓ ଗୋଟିଏ ବିଜେପି ଏବଂ ଗୋଟିଏ ସ୍ୱାଧିନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଜିଲ୍ଲାର ଖଲ୍ଲିକୋଟ ଏନ୍ ଏ ସି ରେ ବି ଜେ ଡି ଦଳର ଅଧ୍ୟକ୍ଷା ପ୍ରାର୍ଥୀ ନିରଞ୍ଜନ ବେହେରା ବିଜୟୀ ହୋଇଥିବା ବେଳେ ୧୨ ଟି ୱାର୍ଡ ମଧ୍ୟରୁ ଏଠାରେ ୧୧ ଟି ୱାର୍ଡରେ ବିଜେଡି ଏବଂ ଗୋଟିଏ ୱାର୍ଡରେ ବିଜେପି ଅକ୍ତିଆର କରିଛି ।

କୋଦଳା ଏନଏସିରେ ବିଜେପି ଅଧ୍ୟକ୍ଷ ପ୍ରାର୍ଥୀ ସୂର୍ଯ୍ୟ ନାରାୟଣ ନାୟକ ବିଜୟୀ ହୋଇଥିବା ବେଳେ ଏଠାକର ୧୩ ଗୋଟି ୱାର୍ଡ ମଧ୍ୟରୁ ଗୋଟିଏ ଅପ୍ରତିଦ୍ୱନ୍ଦୀ ଭାବରେ ବିଜୟୀ ହୋଇଥିବା ବେଳେ ତିନୋଟି ବିଜେଡି, ଆଠଟି ବିଜେପି ଏବଂ ଗୋଟିଏ ସାଧିନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ପୋଲସରା ଏନଏସିରେ ଅଧ୍ୟକ୍ଷା ପ୍ରାର୍ଥିନୀ ଭାବରେ ବିଜେଡି ପ୍ରାର୍ଥିନୀ ସଙ୍ଗୀତା ବେହେରା ବିଜୟୀ ଲାଭ କରିଥିବା ବେଳେ ୧୯ ଗୋଟି ୱାର୍ଡ ମଧ୍ୟରୁ ୧୩ ଟି ବିଜେଡି ୬ ଟି ବିଜେପି ଦଳୀୟ ପ୍ରାର୍ଥୀନୀ ବିଜୟୀ ହୋଇଛନ୍ତି ।

ଜିଲ୍ଲାର ପୁରୁଷୋତ୍ତମପୁର ଏନ୍ ଏ ସି ରେ ସ୍ୱାଧିନ ଅଧ୍ୟକ୍ଷା ପ୍ରାର୍ଥୀନୀ ପ୍ରିୟଙ୍କା ଗୌଡ ବିଜୟୀ ହୋଇଥିବା ବେଳେ ୧୪ ଗୋଟି ୱାର୍ଡ ମଧ୍ୟରୁ ୧୦ ଗୋଟି ବିଜେଡି , ତିନୋଟି ସାଧିନ ଏବଂ ଗୋଟିଏ ୱାର୍ଡରେ କେହି ମଧ୍ୟ ନାମାଙ୍କନ ଭରିନଥିଲେ । ଜିଲ୍ଲାର ରମ୍ଭା ଏନଏସିରେ ବିଜେପି ପ୍ରାର୍ଥୀନୀ ମାନସୀ ସ୍ୱାଇଁ ବିଜୟୀ ହୋଇଥିବା ବେଳେ ଏଠାକାର ୧୩ ଗୋଟି ୱାର୍ଡ ମଧ୍ୟରୁ ଦୁଇଟି ୱାର୍ଡରେ ବିଜେଡି , ୯ ଗୋଟି ବିଜେପି , ଗୋଟିଏ ସ୍ୱାଧିନ ଏବଂ ଗୋଟିଏ ସିପିଆଇ ଅକ୍ତିଆର କରିଛି ।

ଜିଲ୍ଲାର ସୋରଡା ଏନଏସିରେ ବିଜେଡି ଦଳର ଅଧ୍ୟକ୍ଷ ପ୍ରାର୍ଥୀ ଶିବ ଶଙ୍କର ପଣ୍ଡା ବିଜୟୀ ହୋଇ ଥିବାବେଳେ ଏଠାର ୧୧ ଟି ୱାର୍ଡ ମଧ୍ୟରୁ ୯ ଟି ବିଜେଡି ଗୋଟିଏ ଲେଖାଏଁ ବିଜେପି ଓ କଂଗ୍ରେସ ଖାତାକୁ ଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.