ଭଞ୍ଜନଗର: ସାରା ଜିଲ୍ଲାରେ ଏବେ କୋରୋନା ଅ।କ୍ରାନ୍ତଙ୍କ ସଂଖ୍ୟା ବଢିବାକୁ ଲାଗିଥିବା ବେଳେ କୋରୋନାକୁ ନେଇ ବର୍ତ୍ତମାନ ଗଂଜାମ ଜିଲ୍ଲା ଚର୍ଚ୍ଚାର ବିଷୟ ପାଲିଟିଛି । ଏମିତି କି ଜିଲ୍ଲାରେ ଏବେ କୋରୋନା ଅ।କ୍ରାନ୍ତଙ୍କ ସଂଖ୍ୟା ଦୁଇ ଶହ ଟପିଲାଣି । ଏପଟେ ଜିଲ୍ଲାରେ ଚାରୋଟି କୋଭିଟ -19 ମେଡିକାଲ କାମ ଚାଲୁଥିବା ବେଳେ ଆଜି ପୁଣି ଆସିକା ବାବନପୁର ଠାରେ ଥିବା ଆଞ୍ଚଳିକ କୁଷ୍ଠ ପ୍ରଶିକ୍ଷଣ ଏବଂ ଅନୁସନ୍ଧାନ ସଂସ୍ଥାର କୋଠା ବୁଲି ଦେଖିଛନ୍ତି ଜିଲ୍ଲାପାଳ ।
ସେହିଭଳି ଭଂଜନଗର ଉପେନ୍ଦ୍ର ଭଞ୍ଜ ବିଦ୍ୟାଳୟରେ ଥିବା ୬୦ ସଜ୍ୟା ବିଶିଷ୍ଠ ଛାତ୍ର ନିବାସ ଏବଂ ୪୦ ସଜ୍ୟା ବିଶିଷ୍ଠ ସିଟି କଲେଜରେ ଥିବା ଛାତ୍ରୀ ନିବାସରେ ଅସ୍ଥାୟୀ କୋଭିଡ ମେଡ଼ିକାଲ ବୁଲି ଦେଖିଛନ୍ତି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଏହା ସହ ଖୁବ ଶିଘ୍ର ଏଠାରେ କୋଭିଟ-19 ମେଡିକାଲ ହେବାର ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି ସୂଚନା ଦେଇଛନ୍ତି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ