ETV Bharat / state

ସୀମାରେ ଆନ୍ଧ୍ର ପୋଷ୍ଟର, ଅନୁଧ୍ୟାନ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ - ଗଞ୍ଜାମ ଜିଲ୍ଲାପାଳ

ଗଞ୍ଜାମ ଜିଲ୍ଲା ଓଡ଼ିଶା-ଆନ୍ଧ୍ର ସୀମାବର୍ତ୍ତୀ ଅଞ୍ଚଳରେ ଆନ୍ଧ୍ର କଲ୍ୟାଣ କ୍ୟାଲେଣ୍ଡର ଲାଗିବା ଘଟଣା । ଏହାର ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଅମୃତା କୁଲାଙ୍ଗେ । ଅଧିକ ପଢନ୍ତୁ

ସୀମାରେ ଆନ୍ଧ୍ର ପୋଷ୍ଟର, ଅନୁଧ୍ୟାନ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

author img

By

Published : Nov 16, 2021, 7:51 PM IST

ବ୍ରହ୍ମପୁର: ଓଡିଶା-ଆନ୍ଧ୍ର ସୀମାନ୍ତ ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ ଗୁଡିଭେଲା ଗାଁ ସମେତ କେତେକ ଗ୍ରାମରେ ଆନ୍ଧ୍ର କଲ୍ୟାଣ କ୍ୟାଲେଣ୍ଡର ଲଗାଯିବା ଘଟଣା । ଏହାକୁ ନେଇ ଗଣମାଧ୍ୟମ ପ୍ରଶ୍ନର ପ୍ରତିକ୍ରିୟା ରଖିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଘଟଣାର କେତେ ସତ୍ୟତା ରହିଛି ତାହା ଅନୁଧ୍ୟାନ କରିବାକୁ ସ୍ଥାନୀୟ ପାତ୍ରପୁରର BDO ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ।

ସୀମାରେ ଆନ୍ଧ୍ର ପୋଷ୍ଟର, ଅନୁଧ୍ୟାନ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଜିଲ୍ଲାପାଳ ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲାପାଳଙ୍କ ସହ ଏ ନେଇ ଆଲୋଚନା କରାଯାଉଥିବା କହିଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଏବେ ବି ସୀମାନ୍ତରେ ଗ୍ରାମବାସୀମାନେ ପାଉଛନ୍ତି । ସେହିପରି ଦୁର୍ଗମ ଅଞ୍ଚଳରେ ରାଜ୍ୟ ସରକାରଙ୍କ ୫T ଅନ୍ତର୍ଭୁକ୍ତ ସଂପୂର୍ଣ୍ଣ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା କହିଛନ୍ତି ।

ଜିଲ୍ଲାପାଳ ସୀମାନ୍ତରେ ସେମିତି କିଛି ସମସ୍ୟା ନଥିବା କହିଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କ ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ସମୟରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.