ETV Bharat / state

ଅସହାୟ ହେଉଛି କଷ୍ଟ, ଯନ୍ତ୍ରଣାରେ ଛଟପଟ ଜଗନ୍ନାଥ

ମା' ପଣତକାନିର ଆଢୁଆଳରେ ଦିନ କାଟୁଛି ଗଞ୍ଜାମ ଜିଲ୍ଲା ସେରଗଡ଼ ବ୍ଲକ ଗୋଠଗାଁର କୁନି ପୁଅ ଜଗନ୍ନାଥ। ଦଶ ବର୍ଷ ହେଲାଣି ଅଜଣା ରୋଗରେ ପୀଡିତ ସେ । ଅଧିକ ପଢନ୍ତୁ...

author img

By

Published : Jan 12, 2020, 8:06 PM IST

Updated : Jan 14, 2020, 9:18 PM IST

ଅସହାୟ ହେଉଛି କଷ୍ଟ, ଯନ୍ତ୍ରଣାରେ ଛଟପଟ ଜଗନ୍ନାଥ
ଅସହାୟ ହେଉଛି କଷ୍ଟ, ଯନ୍ତ୍ରଣାରେ ଛଟପଟ ଜଗନ୍ନାଥ

ଭଞ୍ଜନଗର: ଅଜଣା ରୋଗରେ ଆକ୍ରାନ୍ତ କୁନିପୁଅ ଜଗନ୍ନାଥ। ମା' ପଣତକାନିର ଆଢୁଆଳରେ ଦିନ କାଟୁଛି ସେ। ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛି। ଗଞ୍ଜାମ ଜିଲ୍ଲା ସେରଗଡ଼ ବ୍ଲକ ଗୋଠଗାଁରେ ବସବାସ କରନ୍ତି ପ୍ରଭାକର ପ୍ରଧାନଙ୍କ ପରିବାର।

ଅସହାୟ ହେଉଛି କଷ୍ଟ, ଯନ୍ତ୍ରଣାରେ ଛଟପଟ ଜଗନ୍ନାଥ

ପ୍ରଭାକର ଦୁଖଃ କଷ୍ଟରେ ପଡି ପର ଜମିରେ ଚାଷ କରି ବେସ ଖୁସିରେ ଚଳୁଥିଲେ ହେଲେ ଭଗବାନଙ୍କ କୋପ ଦୃଷ୍ଟିରୁ ବର୍ତ୍ତିପାରିନଥିଲେ ସେ। ଯେତେ ସନ୍ତାନ ଜନ୍ମ ହେଲେ ସବୁ ଅଜଣା ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ଏପରି ଭାବେ ତାଙ୍କର 4ଟି ପୁଅ ଝିଅଙ୍କ ମୃତ୍ୟୁ ହୋଇଛି। ସମସ୍ତଙ୍କ ପାଖରୁ ଧାର କରଜ କରି ଚିକିତ୍ସା କରାଉଥିଲେ ମଧ୍ୟ ଶେଷରେ ସମସ୍ତେ ଆଖିବୁଜି ଦିଅନ୍ତି। ଆଉ ଶେଷରେ ପ୍ରଭାକରଙ୍କ ତିନୋଟି ପୁତ୍ର ସନ୍ତାନ ଜନ୍ମ ହେଲେ ମାତ୍ର ସେମାନଙ୍କ ମଧ୍ୟରୁ ସାନ ପୁଅ ଜଗନ୍ନାଥ ପୁଣି ସେହି ଅଜଣା ରୋଗରେ ଶୀକାର ହୋଇଛି। ଜନ୍ମଠାରୁ ଦଶ ବର୍ଷ ହେଲାଣି ଅଜଣା ରୋଗରେ ପୀଡିତ ସେ।

ଜଗନ୍ନାଥକୁ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଚିକିତ୍ସା କରାଯାଉଥିଲା। ମାତ୍ର କିଛି ସୁଫଳ ମିଳିଲାନି। ପରେ ଆଖ ପାଖ ମେଡିକାଲରେ ମଧ୍ୟ ଚିକିତ୍ସା କରାଗଲା ମାତ୍ର ଜଗାର ଚିକିତ୍ସାରେ ଏବେ ଅର୍ଥ ସାଜିଛି ବାଧକ। ଧାର କରଜ କରି ସାତ ଲକ୍ଷ ବାକି ହୋଇଗଲେଣି ଆଉ ଚିକିତ୍ସା କରିବାକୁ ସମ୍ବଳ ନାହିଁ। ସେପଟେ ଏହି ରୋଗ କାରଣରୁ କେହି ତାର ପାଖ ମାଡୁନାହାଁନ୍ତି। ରୋଗ ଡେଇଁବା ଭୟରେ ସାହି ପିଲା ଜଗା ସହିତ ମିଳାମିଶା କରୁନାହାଁନ୍ତି।

ଅନ୍ୟପଟେ ସରକାରଙ୍କ ସ୍ବାସ୍ଥ୍ୟ ଯୋଜନା ଏହି ପରିବାର ଠାରୁ ଦୂରେଇ ଯାଇଛି। ପ୍ରଭାକର ପୁଅକୁ ଧରି ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କୁ ଗୁହାରୀ କରିଛନ୍ତି ହେଲେ ଏହି ଶିଶୁ ପ୍ରତି କାହାର ଦୟା ନାହିଁ। ଶରୀର ଫାଟି ଫାଟି ଯାଉଛି। ଯନ୍ତ୍ରଣା ହେଲେ ପାଣିକୁଣ୍ଡରେ ବସିକି ରହୁଛି ଜଗା। ଏହାକୁ ଦେଖି ବାପା ମା’ଙ୍କ ଆଖିର ଲୁହ ଶୁଖୁନି।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:anchor_ଅଜଣା ରୋଗରେ ଜଗନ୍ନାଥ ଆକ୍ରାନ୍ତ ମାର ପଣତ କାନୀର ଆଢୁଆଳରେ ଦିନ କାଟୁଛି ଜଗନ୍ନାଥ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛି ସତରେ କଣ ଜଗନ୍ନାଥ ରୋଗ ମୁକ୍ତ ହୋଇପାରିବନି

Body:vo_1_ଗଞ୍ଜାମ ଜିଲ୍ଲା ସେରଗଡ଼ ବ୍ଲକ ଗୋଠଗାଁ ରେ ବସବାସ କରନ୍ତି ପ୍ରଭାକର ପ୍ରଧାନ ଙ୍କ ପରିବାର ।ପ୍ରଭାକର ଦୁଖଃ କଷ୍ଟ ପଡି ପରର ଜମି ଚାଷ କରି ବେସ ଖୁସିରେ ଚଳୁଥିଲେ ହେଲେ ଭଗବାନଙ୍କ କୋପ ଦୃଷ୍ଟିରୁ ବର୍ତିପାରିନଥିଲେ ପ୍ରଭାକର ଯେତେ ସନ୍ତାନ ଜନ୍ମ ହେଲେ ସବୁ ଅଜଣା ରୋଗରେ ଆକ୍ରାନ୍ତ ହୋଇ ମରିଯାନ୍ତି ଏହିପରି ଭାବରେ ତାଙ୍କର ଚାରୋଟି ପୁଅଝିଅ ମରିଛନ୍ତି ସମସ୍ତଙ୍କୁ ଧାର କରଜ କରି ଚିକିତ୍ସା କରାଉଥାନ୍ତି ହେଲେ ଖର୍ଚ୍ଚ ହେଉଥିଲେ ମଧ୍ୟ ମରିଯାନ୍ତି ଏହିପରି ଦିନ ଗାଡିଚାଲିଥାଏ ପୁଣି ପ୍ରଭାକରଙ୍କ ତିନୋଟି ପୁତ୍ର ସନ୍ତାନ ଜନ୍ମ ହେଲେ ସେଥିମଧ୍ୟରୁ ସାନ ପୁଅ ଜଗନ୍ନାଥ ପୁଣି ସେହି ଅଜଣା ରୋଗରେ ଆକ୍ରାନ୍ତ ତାକୁ ଏବେ ଦଶ ବର୍ଷ ହେଲାଣି ଜନ୍ମରୁ ତାକୁ ବ୍ରହ୍ମପୁର ବଡ଼ମେଡ଼ିକାଲ ରେ ଚିକିତ୍ସା କରୁଥିଲେ ତାପରେ ଆଖ ପାଖ ମେଡିକାଲରେ ମଧ୍ୟ ଚିକିତ୍ସା କରାଉଛନ୍ତି ହେଲେ କିଛି ସୁଫଳ ମିଳିଲା ନାହିଁ ଜଗା ର ଚିକିତ୍ସା ରେ ଅର୍ଥ ସାଜିଛି ବାଧକ ଧାର କରଜ କରି ସାତ ଲକ୍ଷ ବାକି ହୋଇଗଲେଣି ଆଉ ଚିକିତ୍ସା କରିବାକୁ ସମ୍ବଳ ନାହିଁ ବୋଲି ଜଗାର ବାପା ମା କହିଛନ୍ତି ଯଦି ସରକାରୀ ସାହାଯ୍ୟରେ ଉତ୍ତମ ଚିକିତ୍ସା କରାଯାନ୍ତା ତାହେଲେ ମୋ ପୁଅ ବଞ୍ଚିବାର ରାହା ପାଇଥାନ୍ତା ବୋଲି ଆଶା କରିଛନ୍ତି ବାପା ମା ଜଗା ସ୍କୁଲ କୁ ଯାଉଛି କିନ୍ତୁ ଟେବୁଲ ରୁ ପଡିଯାଉଛି ବୋଲି ସ୍କୁଲକୁ ପଠାଉନାହାନ୍ତି ସାହିରେ ପ୍ରାୟ ପିଲା ଜଗା ସହିତ ମିଳାମିଶା କରନ୍ତି ନାହିଁ କାଳେ ରୋଗ ଡେଇଁ ପଡିବ ତଥାପି କିଛି ପିଲା ଅସହାୟ ଜଗା ସହିତ ଖେଳ କୁଦ କରୁଛନ୍ତି
ବାଇଟ-ସୁଷମା ପ୍ରଧାନ(ଜଗନ୍ନାଥ ର ମା)

Conclusion:vo_2_ଅନ୍ୟପଟେ ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ଏହି ପରିବାର ଠାରୁ ଦୁରେଇ ଯାଇଛି ପ୍ରଭାକର ପୁଅ କୁ ଧରି ଜିଲ୍ଲାପାଳ ଠାରୁ ଆରମ୍ଭ କରି ସମସ୍ତ ଙ୍କୁ ଗୁହାରି କରିଛନ୍ତି ହେଲେ ଏହି ନିର୍ଦୟ ଶିଶୁ ପ୍ରତି କାହାର ଦୟା ଆସୁନାହିଁ ବୋଲି ଅଭିଯୋଗ କରିଛନ୍ତି ଜଗାର ଶରୀର ଫାଟି ଫାଟି ଯାଉଛି ଦେହ ମୁଣ୍ଡ ରାମ୍ପି ହେଉଛି ଯନ୍ତ୍ରଣା ହେଲେ ପାଣିକୁଣ୍ଡରେ ବସିକି ରହୁଛି ଖରାଦିନେ ଜଗାର ଜୀବନ ଅସହ୍ୟ ହୋଇପଡୁଛି ଏହିପରି ଜଗାର ଅସହ୍ୟ ଯନ୍ତ୍ରଣା ଦେଖି ବାପା ମା ର ଆଖିର ଲୁହ ଶୁଖିଗଲାଣି କର୍ମ କୁ ଆଦରି ପଡିରହିଛନ୍ତି ଯେଉଁ ଆଡେ ଯିବେ ଜଗା କୁ ସାଥିରେ ନେଇ ଯାଉଛନ୍ତି କାଳେ କେଉଁ ମୁହୂର୍ତ୍ତରେ କିଛି ଅଘଟଣ ଘଟିଯିବ ଏହି ପରିବାର କୁ ଚାଉଳ ଗଣ୍ଡେ ମିଳୁଛି ପିଲାଟିର ଭିର୍ଣ୍ଣକ୍ଷମ ସାର୍ଟିପିକେଟ ଖଣ୍ଡେ ହୋଇପାରିନି ଯଦ୍ୱାରା ସରକାରଙ୍କ ସମସ୍ତ ଯୋଜନାରୁ ବାଦ ପଡୁଛି ଜଗା କେବେ ସରକାରଙ୍କ ଏହି ପରିବାର ପ୍ରତି ଦୃଷ୍ଟି ପଡୁଛି ତାହା ଦେଖିବାକୁ ବାକି ରହିଲା
ବାଇଟ-ପ୍ରଭାକର ପ୍ରଧାନ(ଜଗନ୍ନାଥ ର ବାପା )
ଭଞ୍ଜନଗର ରୁ ରଂଜନ ସ୍ୱାଇଁ
Last Updated : Jan 14, 2020, 9:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.