ETV Bharat / state

ଗରିବ ଲୋକଙ୍କ ଘରେ ରାସନ ବାଣ୍ଟିବ ପ୍ରଶାସନର ସ୍ବତନ୍ତ୍ର ଗାଡି - ଗରିବଙ୍କୁ ଖାହ୍ୟ ବଣ୍ଟନ

ଗଞ୍ଜାମ ଜିଲ୍ଲାରେ ଏକ ସ୍ବତନ୍ତ୍ର ମିଲ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପରିଚାଳିତ ଜିଲ୍ଲା କୋଭିଡ୍‌ ସେଲ ପକ୍ଷରୁ ଏହା ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ...

ଗରିବ ଲୋକଙ୍କ ଘରେ ରାସନ ବାଣ୍ଟିବ ପ୍ରଶାସନର ସ୍ବତନ୍ତ୍ର ଗାଡି

author img

By

Published : Apr 16, 2020, 10:13 PM IST

ବ୍ରହ୍ମପୁର: କୋରୋନା ମୁକାବିଲା ପାଇଁ ତତ୍ପର ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଅତ୍ୟାବଶ୍ୟକ ସାମଗ୍ରୀ ଆବଶ୍ୟକ କରୁଥିବା ଗରିବ ପରିବାର ନିକଟରେ ପହଞ୍ଚିବ ସ୍ବତନ୍ତ୍ର ଗାଡି । ଗଞ୍ଜାମ ଜିଲ୍ଲା ସଦର ମହକୁମାର ଛତ୍ରପୁରଠାରେ ଏହି ବଣ୍ଟନ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି ।

ଗରିବ ଲୋକଙ୍କ ଘରେ ରାସନ ବାଣ୍ଟିବ ପ୍ରଶାସନର ସ୍ବତନ୍ତ୍ର ଗାଡି

ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏହାର ନେତୃତ୍ବ ନେଇଛନ୍ତି । ଛତ୍ରପୁର ଏନ୍‌ଏସି ୧୪ ନମ୍ବର ୱାର୍ଡରେ ଘରକୁ ଘର ଯାଇ ରାସନ ସାମଗ୍ରୀ ବାଣ୍ଟିଛନ୍ତି । ଲୋକଙ୍କୁ ଚାଉଳ, ମସଲା, ଡାଲି, ତେଲ, ସୋୟାବିନ, ଲୁଣ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏହି ସ୍ବତନ୍ତ୍ର ଗାଡି ବିଭିନ୍ନ ଗରିବ ପରିବାରଙ୍କୁ ସହାୟତା ପ୍ରଦାନ କରିବ ।

ସେହିପରି ଗଞ୍ଜାମ ଜିଲ୍ଲାରେ ଏକ ସ୍ବତନ୍ତ୍ର ମିଲ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରତ୍ୟକ୍ଷ ତତ୍ତ୍ବାବଧାନତାରେ ପରିଚାଳିତ ଜିଲ୍ଲା କୋଭିଡ୍‌ ସେଲ ପକ୍ଷରୁ ଏହା ଆରମ୍ଭ ହୋଇଛି । ସିଭିଲ ସୋସାଇଟି, ସ୍ବେଚ୍ଛାସେବୀ ସଂସ୍ଥା ଏବଂ ବଦାନ୍ୟ ବ୍ୟକ୍ତିଙ୍କ ଦାନ ଓ ସହଯୋଗରେ ଛତ୍ରପୁରଠାରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥିରେ ସ୍ଥାନୀୟ ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ବିକ୍ରମ ଦୋରାଙ୍କ ସମେତ ପ୍ରଶାସନିକ ଅଧି୍କାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.