ETV Bharat / state

ଗଞ୍ଜାମରେ ଜୋରଦାର ହେଲା କୋଭିଡ ନିୟମ, ନୂଆ SOP ଜାରି

ବିଭିନ୍ନ ରାଜ୍ୟରେ କୋଭିଡର ଦ୍ବିତୀୟ ଲହରୀ ଆସିବା ପରେ ତତ୍ପର ହୋଇପଡିଛି ଗଞ୍ଜାମ ପ୍ରଶାସନ । କୋଭିଡ୍ ନିୟମକୁ କଡାକଡି ପାଇଁ ନୂଆ sop ଜାରି କରିଛି ପ୍ରଶାସନ । ଅଧିକ ପଢନ୍ତୁ..

ଗଞ୍ଜାମରେ ଜୋରଦାର ହେଲା  କୋଭିଡ ନିୟମ , ନୂଆ SOP ଜାରି

author img

By

Published : Feb 20, 2021, 10:53 PM IST

ବ୍ରହ୍ମପୁର : କୋଭିଡ ନିୟମକୁ କଡାକଡି ଯାଞ୍ଚ କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି କଡା ନିର୍ଦ୍ଦେଶ । ଦେଶ ତଥା କେତେକ ରାଜ୍ୟରେ କୋରୋନାର ନୂଆ ଲହରୀ ଦେଖାଦେବା ପରେ ଗଞ୍ଜାମ ଜିଲ୍ଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡିକରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା , ହାତ ସାନିଟାଇଜ୍ କରିବା ବାଧ୍ୟତାମୂଳକ । ଏଥିପାଇଁ କାର୍ଯ୍ୟାଳୟର ମୁଖ୍ୟ ଶତପ୍ରତିଶତ ପ୍ରତିଶୃତିବଦ୍ଧ ହେବାକୁ କୁହାଯାଇଛି ।

ଗଞ୍ଜାମରେ ଜୋରଦାର ହେଲା  କୋଭିଡ ନିୟମ , ନୂଆ SOP ଜାରି
ଗଞ୍ଜାମରେ ଜୋରଦାର ହେଲା କୋଭିଡ ନିୟମ , ନୂଆ SOP ଜାରି

ଜିଲ୍ଲାର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଗୁଡିକରେ ପ୍ରଶାସନିକ ଅଧିକାରୀ ମାନେ ମାସ୍କ ଚେକିଂ ପଏଣ୍ଟ କରି ଏହାର କଡାକଡି ଯାଞ୍ଚ କରିବେ । ସରକାରଙ୍କ ନିୟମ ଅନୁଯାୟୀ ସ୍ବାବ ସଂଗ୍ରହ କରିବା ସହିତ ଆଶା, ଅଙ୍ଗନୱାଡି, ଏଏନଏମ୍ କୋରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରି କୋଭିଡ ଟେଷ୍ଟ ପାଇଁ ପଠାଇବାକୁ ନିର୍ଦ୍ଦେଶ ରହିଛି ।

ଏପରିକି ସହରର ଦୋକାନୀ ମାନେ କୋଭିଡ କଟକଣା ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାଗିଦ କରାଯାଇଛି । ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ କୋଭିଡ ପଞ୍ଚସୂତ୍ର ନିୟମକୁ ପାଳନ କରିବା ତଦାରଖ କରିବା ସହିତ ଉଭୟ ସରକାରୀ ଏବଂ ବେସରକାରୀ ଟ୍ରାନ୍ସପୋର୍ଟ ସେବାରେ କୋଭିଡ କଟକଣା କଡାକଡି କରିବା , ସମସ୍ତ କର୍ମଚାରୀ ମାନେ ମାସ୍କ ପରିଧାନ ସହ ଭିଡ ନକରିବାକୁ କୁହାଯାଇଛି । ଏସବୁ ନିୟମ ଉଲ୍ଲଙ୍ଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିଦ୍ଦେଶ ରହିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.