ETV Bharat / state

ଚାଷୀଙ୍କୁ ମିଳୁନି ସାର: କଳାବଜାରୀ ଅଭିଯୋଗ - bhanjanagar

ଚାଷୀଙ୍କୁ ମିଳୁନି ସାର । କାର୍ଯ୍ୟାଳୟ ଗଲେ ଗାଏବ ରହୁଛନ୍ତି ସେକ୍ରେଟାରୀ ।

framers protest in front of panchayat office
ଚାଷୀଙ୍କୁ ମିଳୁନି ସାର: କଳାବଜାରୀ ଅଭିଯୋଗ
author img

By

Published : Aug 12, 2020, 4:48 PM IST

ଭଞ୍ଜନଗର: ଚାଷ କାମ ଯାହାର କେତେ ସୁଖ ତାହାର ଏହି କଥା ସବୁ ପୋଥି ଗଣିତ ହୋଇ ରହିଯାଇଛି । ବାସ୍ତବରେ ଚାଷୀ କେତେ ଦୁଃଖ ପାଉଛନ୍ତି , ତାହା ସରକାରୀ ବାବୁଙ୍କୁ ଦେଖାଯାଉନି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୋରଡା ବ୍ଲକ ସୁରମଣୀ ପଞ୍ଚାୟତର ସମବାୟ ସମିତିରେ । ଚାଷୀମାନେ ଦୀର୍ଘ ଦିନ ହେଲା ସାର ପାଇଁ ଅଫିସକୁ ଦୌଡୁଛନ୍ତି କିନ୍ତୁ ସେକ୍ରେଟେରୀ ବାବୁଙ୍କ ଦେଖା ମିଳୁନି ।

ଚାଷୀଙ୍କୁ ମିଳୁନି ସାର: କଳାବଜାରୀ ଅଭିଯୋଗ

ଚାଷୀ ପ୍ରଶ୍ନ କଲେ କେବଳ କାଲି ଆସିବାର ପ୍ରତିଶୃତି । ସରକାର ସାର ଯୋଗାଇଛନ୍ତି ତାକୁ କଳାବଜାରୀ କରି ଚଢା ଦରରେ ସେକ୍ରେଟେରୀ ବାବୁ ଜଣକ ସାର ବିକ୍ରି କରିସାରିଛନ୍ତି । ବୁଧବାର ଚାଷୀ ଯେତେବେଳେ ସାର ନେବାକୁ ପହଁଚିଲେ, ସେତେବଳେ ସେକ୍ରେଟେରୀ ଉଭାନ ହୋଇଗଲେ ।

ଚଳିତ ବର୍ଷ ବହୁ ପ୍ରବାସୀ ବିଦେଶ ନ ଯାଇ ଚାଷ କାର୍ଯ୍ୟରେ ନିୟୋଜିତ ଥିଲେ କିନ୍ତୁ ସାର ନ ମିଳିବାରୁ ଚାଷରେ ମଧ୍ୟ କ୍ଷତି ସହିବାର ଆଶଙ୍କା କରୁଛନ୍ତି । ଚାଷୀଙ୍କ ଅଫିସ ଆଗରେ ସମାଗମ ଦେଖି ସେକ୍ରେଟେରୀ ସୁଶାନ୍ତ ବିଷୋୟୀ କେଉଁ ଆଡେ ଲୁଚି ପଳାଇଥିଲେ । ପୋଲିସ ଓ ତହସିଲଦାର ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିବାବେଳେ ଆଗାମୀ ଦିନରେ ସାର ନ ମିଳିଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚାଷୀ ଧମକ ଦେଇଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.