ETV Bharat / state

ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା ଘଟଣା, 4 ଅଭିଯୁକ୍ତ ଗିରଫ

author img

By

Published : Jun 28, 2021, 10:49 PM IST

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ପଇତା ଗ୍ରାମରେ ଗତ 21 ତାରିଖରେ ଘଟିଥିବା ହତ୍ୟାକାଣ୍ଡର ପର୍ଦ୍ଦାଫାସ କଲା ପୋଲିସ । 4 ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ...

ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା ଘଟଣା, ଗିରଫ ହେଲେ 4 ଅଭିଯୁକ୍ତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ପଇତା ଗ୍ରାମରେ ଗତ 21 ତାରିଖରେ ଯୁବକକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିବା ଘଟଣାରେ ଆଜି ପୋଲିସ 4 ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ଠେଙ୍ଗାକୁ ମଧ୍ୟ ଜବତ କରିଛି ପୋଲିସ । ଅଭିଯୁକ୍ତମାନେ ହେଲେ ପଇତା ଗ୍ରାମର ବରୁଣ ଗୌଡ଼,ମୁଜାଗଡ଼ ଗ୍ରାମର ଶଙ୍କର ଗୌଡ଼,ଟୁନା ବିଷୋୟୀ,ବଳିଆ ବିଷୋୟୀ । ଏନେଇ ପୋଲିସ ଏକ ପ୍ରେସମିଟରେ ସୂଚନା ଦେଇଛି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କାଳିଆକୁ ହତ୍ୟା କରିବା ପାଇଁ ଏହି 4 ଅଭିଯୁକ୍ତ ଗତ 20 ତାରିଖ ସନ୍ଧ୍ୟାରେ ଯୋଜନା କରିଥିଲେ । ଯୋଜନା ମୁତାବକ ଦଦରଲୁଣ୍ଡା ଛକ ନିକଟରେ କାଳିଆକୁ ଅଟକାଇ ଠେଙ୍ଗାରେ ପିଟି ପିଟି ହତ୍ୟା କରିବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ସମସ୍ତ ଅଭିଯୁକ୍ତ । ମୃତ କାଳିଆଙ୍କ ପୁତୁରାଙ୍କ ଠାରୁ ଏତଲା ପାଇ 21 ତାରିଖ ସକାଳେ ମୃତଦେହକୁ ଜବତ କରି ସାଇଣ୍ଟିଫିକ ଟିମ ଜରିଆରେ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଥିଲା ପୋଲି । ଆଜି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ପ୍ରେସମିଟରେ ସୂଚନା ଦେଇଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.