ଭଞ୍ଜନଗର: ଭିଜଲାନ୍ସ ଜାଲରେ ଧରାପଡିଲେ ଫରେଷ୍ଟ ଗାର୍ଡ । 10 ହଜାର ଟଙ୍କ ଲାଞ୍ଚ ନେଉଥିବା ବେଳେ ସୋରଡ଼ା ରେଞ୍ଜ ଅନ୍ତର୍ଗତ ଅସୁରବନ୍ଧ ବିଟ ପିପଲପଙ୍କl ଫରେଷ୍ଟ ଗାର୍ଡ ବିଷ୍ଣୁପ୍ରିୟା ଦାସ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।
ସୂଚନା ପ୍ରକାରେ ପିପଲପଙ୍କl ଗ୍ରାମର ଜୋସେଫ ମଣ୍ଡଳଙ୍କ ଠାରୁ ଜଙ୍ଗଲ ଜମି ପାଇଁ 10 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ଫରେଷ୍ଟ ଗାର୍ଡ ବିଷ୍ଣୁପ୍ରିୟା l ରାତ୍ର ଜଗୁଆଳି ଗଣେଶ ପାତ୍ରଙ୍କ ଦ୍ବାରା ଲାଞ୍ଚ ଟଙ୍କା ଗ୍ରହଣ କରାଯାଇଥିବା ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି l ଏନେଇ ଅଧିକ ତଦନ୍ତ ଜାରି ରହିଥିବା ଜଣାପଡିଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ