ETV Bharat / state

ଜାଲ ସାର୍ଟିଫିକେଟ ଦେଇ ଆଉ ତିନି ଶିକ୍ଷକ ବିଦା

ନକଲି ଶିକ୍ଷାଗତ ପ୍ରମାଣପତ୍ର ମାମଲାରେ ପୁଣି ଧରାପଡିଲେ 3ଜଣ ଶିକ୍ଷକ। ଘଟଣାର ତଦନ୍ତ ପରେ ସମ୍ପୃକ୍ତ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

fir
author img

By

Published : Nov 7, 2019, 4:33 PM IST

ବ୍ରହ୍ମପୁର: ନକଲି ଶିକ୍ଷାଗତ ପ୍ରମାଣପତ୍ର ଦେଇ ଚାକିରୀ କରିବା ମାମଲାରେ ପୁଣି ଜିଲ୍ଲାର 3ଜଣ ଶିକ୍ଷକଙ୍କୁ ବହିଷ୍କାର କରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ପୁଣି ନକଲି ଶିକ୍ଷାଗତ ପ୍ରମାଣପତ୍ର ଦେଇ ଚାକିରୀ କରିବା ମାମଲା, ତିନି ଶିକ୍ଷକ ବହିଷ୍କାର

ଜିଲ୍ଲାର ଧରାକୋଟ ବ୍ଲକର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ଥିବା କନିଷ୍ଠ ଶିକ୍ଷକ ସନ୍ତୋଷ କୁମାର ସେଠୀ, ସହକାରୀ ଶିକ୍ଷକ ବିନୋଦ ବିହାରୀ ସେଠୀ ଓ ବଳରାମ ବିଷୋୟୀ ନକଲି ଶିକ୍ଷାଗତ ପ୍ରମାଣପତ୍ର ଦେଇଥିବା ନେଇ ଜଣାପଡିଛନ୍ତି । ଏପରିକି ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକଙ୍କୁ ଏହି 3 ଶିକ୍ଷକଙ୍କୁ ଚାକିରୀରୁ ବହିଷ୍କାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟତଃ ନିଯୁକ୍ତି ସମୟରେ ପ୍ରଦାନ କରିଥିବା ମାଟ୍ରିକର ପାସ୍‌ ପ୍ରମାଣପତ୍ର ଏବଂ ପ୍ରକୃତ ପ୍ରମାଣପତ୍ର ମଧ୍ୟରେ ତାଳମେଳ ରହୁନଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ପୂର୍ବରୁ ଜିଲ୍ଲାର ଧରାକୋଟ ବ୍ଲକର 4ଜଣ ଶିକ୍ଷକଙ୍କୁ ଗତ 2 ତାରିଖରେ ବହିଷ୍କାର କରାଯାଇଥିଲା । ସେପଟେ ବର୍ତ୍ତମାନର ଏହି କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ 2ଜଣ ଇସ୍ତଫା ଦେଇ ଥିବା କହିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ସନାତନ ପଣ୍ଡା।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:()ପୁଣି ନକଲି ଶିକ୍ଷାଗତ ପ୍ରମାଣପତ୍ର ଦେଇ ଚାକିରୀ କରିବା ମାମଲାରେ ଗଞ୍ଜାମ ଜିଲ୍ଲାର ତିନି ଜଣ ଶିକ୍ଷକ ଙ୍କୁ ବହିଷ୍କାର କରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ । ଜିଲ୍ଲାର ଧରାକୋଟ ବ୍ଲକର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ଥିବା କନିଷ୍ଠ ଶିକ୍ଷକ ସନ୍ତୋଷ କୁମାର ସେଠୀ , ସହକାରୀ ଶିକ୍ଷକ ବିନୋଦ ବିହାରୀ ସେଠୀ ଏବଂ ବଳରାମ ବିଷୋୟୀ ଙ୍କୁ ନକଲି ଶିକ୍ଷାଗତ ପ୍ରମାଣପତ୍ର ଦେଇଥିବା ନେଇ ଜଣାପଡିବା ନେଇ ଜିଲ୍ଲାପାଳ ଙ୍କ ନିର୍ଦ୍ଧେଶ ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏପରିକି ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ଙ୍କୁ ଏହି ତିନି ଶିକ୍ଷକ ଙ୍କୁ ଚାକିରୀରୁ ବହିଷ୍କାର କରିବାକୁ ନିର୍ଦ୍ଧେଶ ଦିଆଯାଇଛି । ମୁଖ୍ୟତଃ ନିଯୁକ୍ତି ସମୟରେ ପ୍ରଦାନ କରିଥିବା ମ୍ୟାଟ୍ରିକ ର ପାଶ୍ ପ୍ରମାଣପତ୍ର ଏବଂ ପ୍ରକୃତ ପ୍ରମାଣପତ୍ର ମଧ୍ୟରେ ତାଳମେଳ ରହୁନଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୂର୍ବରୁ ଜିଲ୍ଲାର ଧରାକୋଟ ବ୍ଲକର ଚାରି ଜଣ ଶିକ୍ଷକଙ୍କୁ ଗତ ଦୁଇ ତାରିଖ ଦିନ ବହିଷ୍କାର କରାଯାଇଥିଲା । ସେପଟେ ବର୍ତ୍ତମାନର ଏହି କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ଦୁଇ ଜଣ ଇସ୍ତଫା ପତ୍ର ପ୍ରଦାନ କରିସାରିଥିବା କହିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ସନାତନ ପଣ୍ଡା।
ବାଇଟ୍- ସନାତନ ପଣ୍ଡା(ଜିଲ୍ଲା ଶିକ୍ଷାଧିକାରୀ,ବ୍ରହ୍ମପୁର)

Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.