ବ୍ରହ୍ମପୁର: ଘରୁ ଡାକି ନେଇ ଜଣେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ବାଉଁଶିଆ ପଞ୍ଚାୟତରେ। ଗତକାଲି(ବୁଧବାର) ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବାଉଶିଆଁ ପଞ୍ଚାୟତ ହାଇସ୍କୁଲର ଶିକ୍ଷକ ନିରଞ୍ଜନ ଗୌଡ଼ଙ୍କୁ ଘରୁ ଡାକି ନେଇ ମରଣାନ୍ତକ ଆକ୍ରମଣ କରିଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
3 ଜଣ ଅଜଣା ଯୁବକ ଶିକ୍ଷକଙ୍କୁ ଘରୁ ଡାକିନେଇ ଖଣ୍ଡାରେ ଆକ୍ରମଣ କରିଥିଲେ। ଜୀବନ ବିକଳରେ ଶିକ୍ଷକ ଜଣକ ଘର ଭିତରକୁ ଆସିବାକୁ ଚେଷ୍ଟା କରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ବୋମାମାଡ଼ କରିଥିଲେ। କୌଣସି ମତେ ଶିକ୍ଷକ ଜଣକ ବଞ୍ଚିଯାଇଥିଲେ। ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି।
ଶିକ୍ଷକଙ୍କ କାହା ସହ ଶତ୍ରୁତା ନଥିବା କଥା କହିଛନ୍ତି। ଏହା ଆକ୍ରମଣକାରୀ ଦୁର୍ବୃତ୍ତଙ୍କୁ ସେ ଚିହ୍ନି ନଥିବା ବୟାନ ଦେଇଛନ୍ତି। ଶିକ୍ଷକଙ୍କ ପତ୍ନୀ ବାଉଁଶିଆ ପଞ୍ଚାୟତରେ ସମିତି ସଭ୍ୟା ତାୟିତ୍ବରେ ରହିଛନ୍ତି। ତେବେ ଏହି ଆକ୍ରମଣ ପଛରେ ରାଜନୈତିକ ଶତ୍ରୁତା ରହିଥିବା ନେଇ ସନ୍ଦେହ କରାଯାଉଛି। ଆକ୍ରମଣ ପଛର ପ୍ରକୃତ କାରଣ ତଦନ୍ତ ପରେ ସାମ୍ନାକୁ ଆସିବ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ ..