ETV Bharat / state

ମଣ୍ଡିରୁ ଉଠୁନି ଧାନ, ଡହ ଡହ ଖରାରେ ଚାଷୀର ଚିତ୍କାର

ମଣ୍ଡିରୁ ଉଠିପାରୁନି ଚାଷୀଙ୍କ ଧାନ । ପ୍ରଶାସନଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ ସମସ୍ୟା ଦୂର ନ ହେବାରୁ ଧାନ ବସ୍ତା ଚାଷୀଙ୍କ ରାସ୍ତାରୋକ । ଅଧିକ ପଢନ୍ତୁ...

author img

By

Published : Mar 2, 2021, 5:22 PM IST

ମଣ୍ଡିରୁ ଉଠୁନି ଧାନ, ଡହ ଡହ ଖରାରେ ଚାଷୀର ଚିତ୍କାର
ମଣ୍ଡିରୁ ଉଠୁନି ଧାନ, ଡହ ଡହ ଖରାରେ ଚାଷୀର ଚିତ୍କାର

ଭଞ୍ଜନଗର: ରାଜ୍ୟରେ ଧାନ କିଣା ଆରମ୍ଭରୁ ହିଁ ମଣ୍ଡି ସମସ୍ୟା ଲାଗି ରହିଛି । ଯାହାକୁ ନେଇ ବିଭିନ୍ନ ସ୍ଥାନରେ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିଛି । ସମାନ ସମସ୍ୟା ନେଇ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ତହସିଲ ଅଧିନ ବିଛଣା ଗାଁ ଛକରେ ଶତାଧିକ ଚାଷୀ ପ୍ରଚଣ୍ଡ ଖରାରେ ଆସିକା-ଭଞ୍ଜନଗର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ।

ଚାଷୀଙ୍କ ଅଭିଯୋଗ ମୁତାବକ, ଦୀର୍ଘ ଦିନ ହେଲା ସେମାନେ ଟୋକନ ପାଇଥିଲେ ମଧ୍ୟ ମଣ୍ଡିରୁ ସେମାନଙ୍କ ଧାନ ଉଠି ପାରୁନି । ଅନେକ ଚାଷୀଙ୍କ ଧାନ ଏବେ ବି ଖଳାରେ ପଡିରହିଛି । ଧାନ ବିକ୍ରି ହୋଇ ନପାରିବାରୁ ସେମାନେ ମୂଲିଆଙ୍କ ମଜୁରୀ ମଧ୍ୟ ଦେଇ ପାରୁନାହାନ୍ତି । ଏନେଇ ସ୍ଥାନୀୟ ପ୍ରଶାସନଙ୍କୁ ବାରମ୍ବାର ଜଣାଇବା ପରେ ବି କୌଣସି ସମାଧାନର ବାଟ ଫିଟି ପାରିନି । ଯାହାଦ୍ବାରା ଉପାୟ ଶୂନ୍ୟ ଚାଷୀ ଶେଷରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି ।

ରାସ୍ତାରୋକ ପାଇଁ ଉଭୟ ପାର୍ଶ୍ବରେ ଦୀର୍ଘ ସମୟ ଧରି ଗାଡି ମଟର ଅଟକ ରହିଛି । ଘଟଣାସ୍ଥଳରେ ଗାଙ୍ଗପୁର ପୋଲିସ, ତହସିଲଦାର ଏବଂ ବିଡିଓ ପହଞ୍ଚି ଉତ୍ୟକ୍ତ ଚାଷୀଙ୍କ ବୁଝାସୁଝା କରୁଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.