ETV Bharat / state

ବ୍ରହ୍ମପୁର କମିଶନରଙ୍କ ନାମରେ ଫେକ ହ୍ୱାଟ୍ସଆପ୍ ଆକାଉଣ୍ଟ

ବ୍ରହ୍ମପୁର ମହାନଗର ନିଗମର କମିଶନର ଜେ ସୋନାଲଙ୍କ ନାମରେ ସୋସିଆଲ ମିଡିଆରେ ଫୋକ ଆକାଉଣ୍ଟ । ମେସେଜ ପଠାଇ ଟଙ୍କା ମାଗୁଛି ଠକ । ଅଧିକ ପଢନ୍ତୁ

author img

By

Published : Jan 28, 2023, 4:21 PM IST

berhampur commissioner fake whatsapp account

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ ନାମରେ ଫେକ ଆକାଉଣ୍ଟ । ହ୍ବାଟ୍ସଆପରେ ଫେକ ଆକାଉଣ୍ଟ ଖୋଲି କେହି ଦୁର୍ବୃତ୍ତ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି । ମହାନଗର ନିଗମର କର୍ମଚାରୀ ଓ କମିଶନରଙ୍କ କେତେକ ପରିଚିତ ବ୍ୟକ୍ତିବିଶେଷଙ୍କୁ ସୋସିଆଲ ମିଡିଆ ଜରିଆରେ ଟଙ୍କା ଏବଂ ଉପହାର ମାଗୁଛି ଠକ । ଏନେଇ ବ୍ରହ୍ମପୁର ସାଇବର ଥାନାରେ ଲିଖିତ ଅଭିଯୋଗ ପରେ କମିଶନରଙ୍କ ନାଁରେ ଯଦି କେହି ହ୍ବାଟ୍ସଆପରେ ଟଙ୍କା ମାଗନ୍ତି ତେବେ ବିଶ୍ବାସ ନକରିବାକୁ କୁହାଯାଇଛି । ଏହା ସାଇବର ଠକଙ୍କ କାର୍ଯ୍ୟ ବୋଲି ଅନୁମାନ କରାଯାଉଛି ।

ସୂଚନାନୁଯାୟୀ ବ୍ରହ୍ମପୁର ମହାନଗର ନିଗମର କମିଶନର ଜେ ସୋନାଲଙ୍କ ଫୋଟ ଓ ନାମ କୁ କେହି ବ୍ୟବହାର କରି 8440864565 ନମ୍ବରରେ କେହି ଦୁର୍ବୃତ୍ତ ବିଭିନ୍ନ ଲୋକଙ୍କୁ ମେସେଜ ପଠାଇ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି । ଏନେଇ ବ୍ରହ୍ମପୁର ସାଇବର ଥାନାରେ ଅଭିଯୋଗ ପରେ ଖୋଳତାଡ଼ ଆରମ୍ଭ କରିଛି ପୋଲିସ । ସେପଟେ ଏପରି ଫେକ ମେସେଜ ପ୍ରତି ସତର୍କ ରହିବା ସହ ତୁରନ୍ତ ପୋଲିସକୁ ଅବଗତ କରାଇବାକୁ ପରାମର୍ଶ ଦେଇଛନ୍ତି ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ୍ ।

ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ଗଞ୍ଜାମ ଜିଲ୍ଲାପାଳ, ଉପ ଜିଲ୍ଲାପାଳ କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳଙ୍କ ସମେତ ଗଞ୍ଜାମ ଜିଲ୍ଲାର ଅନେକ ଅଧିକାରୀ ଏଭଳି ସାଇବର ଠକଙ୍କ ଶିକାର ହୋଇଥିବା ନଜର ରହିଛି । ଦିନକୁ ଦିନ ସାଇବର ଠକ ମାନେ ଲୋକଙ୍କ ଠାରୁ ଟଙ୍କା ଠକେଇ କରିଥାନ୍ତି । ବର୍ତ୍ତମାନ ଉକ୍ତ ନମ୍ବରଟି କୁ ବ୍ଲକ କରିବା ସହିତ ସାଇବର ଥାନା ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଆଗାମୀ ଦିନରେ ଏଭଳି କୌଣସି ସନ୍ଦେହ ଜଣକ ମେସେଜ ଆସିଲେ ସତର୍କ ରହିବା ସହ ନିକଟସ୍ଥ ଥାନାରେ ଅଭିଯୋଗ କରିବାକୁ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଗଣମାଧ୍ୟମ ଜରିଆରେ ଅବଗତ କରାଇଛନ୍ତି । ତେବେ ସାଇବର ଠକଙ୍କ ଜାଲରେ ଫସି କେହି ସେହି ହ୍ବାଚ୍ସଆପ ନମ୍ବରରେ ଟଙ୍କା ପଠାଇଛନ୍ତି ନା ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଗତବର୍ଷ ନଭେମ୍ବର ମାସରେ କଟକ ଜିଲ୍ଲାପାଳଙ୍କ ନାମରେ କେହି ଫେକ ଆକାଉଣ୍ଟ ଖୋଲି ଟଙ୍କା ମାଗୁଥିବା ଅଭିଯୋଗ ସାମ୍ନାକୁ ଆସିଥିଲା । ସାଇବର ଠକ ଜିଲ୍ଳାପାଳଙ୍କ ଫଟୋକୁ ହ୍ବାଟ୍ସଆପର ଡିପି ରଖି କିଛି ଲୋକଙ୍କୁ ଅର୍ଥ ମାଗୁଥିଲେ । ଏନେଇ ଅଭିଯୋଗ ପରେ ସତର୍କ ରଖିବା ପାଇଁ ନିବେଦନ କକରିଥିଲେ କଟକ ଜିଲ୍ଲାପାଳ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.