ETV Bharat / state

ପାରମ୍ପରିକ ନୃତ୍ୟକଳା ଦାସକାଠିଆ: ବଞ୍ଚାଇ ରଖିବା ପାଇଁ କଳାକାରଙ୍କ ପ୍ରୟାସ, ନୃତ୍ୟ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା - ଦାସକାଠିଆ ନୃତ୍ୟର ଏନ୍ତୁଡିଶାଳ

ଦାସକାଠିଆର ଏନ୍ତୁଡିଶାଳ ବୋଲାଉଥିବା ଗଞ୍ଜାମରେ ଏହି ନୃତ୍ୟ ଧିରେ ଧିରେ ଲୋପ ପାଉଥିବା ବେଳେ ଏହାକୁ ବଞ୍ଚାଇ ରଖିବା ପାଇଁ ଜାରି ରହିଛି ଉଦ୍ୟମ । ଆଗକାଳରେ ଏହା ମନୋରଞ୍ଜନର ଏକ ମାଧ୍ୟମ ଥିଲା । ଗାହାଣ ଓ ପାହାଳମାନେ ଦୁଇ କାଠଯୋଡ଼ା ବଜାଇ ସଙ୍ଗୀତ ଗାଇ ଅଭିନୟ ମାଧ୍ୟମରେ ପୁରାଣ କଥା ପରିବେଷଣ କରନ୍ତି । ଜନସଚେତନା କାର୍ଯ୍ୟକ୍ରମ ମାଧ୍ୟମରେ ଏହି ନୃତ୍ୟକଳାକୁ ବଞ୍ଚାଇ ରଖିବା ପାଇଁ ପ୍ରୟାସ ଜାରି ରହିଛି । ଦେଖନ୍ତୁ ଏହି ରିପୋର୍ଟ

ପାରମ୍ପରିକ ନୃତ୍ୟକଳା ଦାସକାଠିଆ
ପାରମ୍ପରିକ ନୃତ୍ୟକଳା ଦାସକାଠିଆ
author img

By

Published : May 2, 2022, 8:20 PM IST

ବ୍ରହ୍ମପୁର: ଲୋକକଳା ଓ ଲୋକ ସଂସ୍କୃତିର ଆଦିକ୍ଷେତ୍ର ଭାବରେ ପରିଚିତ ଗଞ୍ଜାମ ଜିଲ୍ଲା । ଅନେକ ନୃତ୍ୟକଳା ମଧ୍ୟରୁ ଦାସକାଠିଆ ନୃତ୍ୟକୁ ଗଞ୍ଜାମର ଏନ୍ତୁଡିଶାଳ କୁହାଯାଏ । ଆଗ କାଳରେ ଦାସକାଠିଆ ମନୋରଞ୍ଜନର ଏକ ମୁଖ୍ୟ ମାଧ୍ୟମ ରହିଥିଲା । ବିଭିନ୍ନ ପର୍ବପର୍ବାଣି ଠାରୁ ଆରମ୍ଭ କରି ଯାତ୍ରା ମହୋତ୍ସବରେ ପରିବେଷଣ କରାଯାଉଥିଲା ଦାସକାଠିଆ ନୃତ୍ୟ । ହେଲେ ଆଧୁନିକ ଯୁଗରେ ଧିରେ ଧିରେ ଏହା ଲୋପ ପାଉଥିବା ବେଳେ ଏହାକୁ ବଞ୍ଚାଇ ରଖିବା ପାଇଁ ଜାରି ରହିଛି ପ୍ରୟାସ ।

ପାରମ୍ପରିକ ନୃତ୍ୟକଳା ଦାସକାଠିଆ

ଏହି ନୃତ୍ୟ ପରିବେଷଣ ସମୟରେ ହାତରେ ଦୁଇଟି କାଠକୁ ଧରି ଅତ୍ୟନ୍ତ ସୁନ୍ଦର ଭାବରେ ବଜାଇ ଗୀତ ଗାଇ ଓ ଅଭିନୟ ମାଧମରେ ନୃତ୍ୟ ପରିବେଷଣ କରାଯାଏ । ପୁରାଣ ତଥା ତ୍ରେତୟା ଯୁଗରୁ କୁଆଡେ ଏହାର ଆରମ୍ଭ ହୋଇଥିବା କୁହାଯାଏ । ଦାସକାଠିଆ ଏକ ପାରମ୍ପରିକ ଓଡ଼ିଆ ସଙ୍ଗୀତ-ନାଟକଳା । ଦାସ ଶବ୍ଦର ଅର୍ଥ ସେବକ ଓ କାଠିଆ ଅର୍ଥ କାଠରେ ତିଆରି ଯୋଡା । କାଠରେ ନିର୍ମିତ ଯେଉଁମାନେ ଦାସକାଠିଆ ପରିବେଷଣ କରନ୍ତି ସେମାନଙ୍କୁ ଗାହାଣ ଓ ପାଳିଆ କୁହାଯାଏ । ଏହା ମୁଖ୍ୟତଃ କାଠରେ ପ୍ରସ୍ତୁତ ଏହି ବାଦ୍ୟଯନ୍ତ୍ର ଯାହାକୁ ହାତରେ ଧରି ବଜାଇ ଗୋଟିଏ ଦଳରେ ଦୁଇ ଜଣ ଏଭଳି ସଙ୍ଗୀତ ପରିବେଷଣ କରିଥାନ୍ତି ।

ବଡ଼ ଆକାରର ଦାସକାଠିକୁ ରାମତାଳି ନାମରେ ଅଭିହିତ କରାଯାଇଥାଏ । ଏହି ରାମତାଳିର ବର୍ଣ୍ଣନା କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସରେ ମଧ୍ୟ ରହିଛି । ପରିବେଷଣ ସମୟରେ ହାତରେ ଥିବା ଯୋଡ଼ା କାଠିଆକୁ ବଜାଇ ସଙ୍ଗୀତ ଓ ଅଭିନୟ କରାଯାଇଥାଏ । ମୁଖ୍ୟତଃ ଏହି ନୃତ୍ୟରେ ପୌରାଣିକ କାହାଣୀ ସ୍ଥାନ ପାଉଥିବା ବେଳେ ବର୍ତ୍ତମାନ ଅନେକ ଜନ ସଚେତନତା ଓ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମରେ ଦାସକାଠିଆ ମାଧ୍ୟମରେ ପରିବେଷଣ କରାଯାଉଛି ।

ବିଶେଷ କରି ଶିବ ବନ୍ଦନା, ଶିବ ଗୀତିନାଟ୍ୟ, ଗଣେଶ ଓ କାଳୀଙ୍କ ପାରମ୍ପରିକ ସଙ୍ଗୀତ ଗାଇବା ସହ ଦାସକାଠିଆ ବଜାଯାଇ ଅଭିନୟ ମାଧ୍ୟମରେ ଏହାକୁ ନୃତ୍ୟ କରି ପରିବେଷଣ କରିଥାନ୍ତି । ଗଞ୍ଜାମ ଜିଲ୍ଲା ଏହି ଦାସକାଠିଆର ଉତ୍ପତ୍ତି ସ୍ଥଳ ବୋଲି କୁହାଯାଉଥିବା ବେଳେ ଏହାକୁ ପରିବେଷଣ କରିବା ପୂର୍ବରୁ ବାଦକ ବା ଗାହାଣ ପ୍ରଥମେ ଭଗବାନ ଶିବଙ୍କ ଦାସ ଭାବରେ ଆରାଧନା ଗ୍ରହଣ କରି ତାଙ୍କର ବନ୍ଦନାପୂର୍ବକ ଗୀତ ଗାନ କରି ଅଭିନୟ ମାଧ୍ୟମରେ ଦାସକାଠିଆ ପରିବେଷଣ କରିଥାନ୍ତି । ଗଞ୍ଜାମରୁ ଆରମ୍ଭ ହୋଇଥିବା ଏହି ଦାସକାଠିଆ ନୃତ୍ୟ ରାଜ୍ୟର ୧୭ ଟି ଜିଲ୍ଲାରେ ପ୍ରାୟ ୧୫୪ ଦଳ ଏହାକୁ ପରିବେଷଣ କରଯାଉଛି ।

ମାତ୍ର ଆଧୁନିକ ଯୁଗରେ ମଧ୍ୟ ଏହି କଳାକୁ ବଞ୍ଚାଇ ରଖିବା ସହିତ ଯୁବଗୋଷ୍ଠୀଙ୍କୁ ଏଥିରେ ସାମିଲ କରିବା ପାଇଁ ପ୍ରୟାସ ଜାରି ରଖିଥିବା କହିଛନ୍ତି ବରିଷ୍ଠ କଳାକାର । ସେପଟେ ଏଭଳି ଏକ କଳା ଯାହାର ଅନ୍ୟ କୌଣସି କଳା ସହିତ ସାମଞ୍ଜସ୍ୟ ନଥିବା ବେଳେ ଏହାର ପରିବେଷଣ ସମୟରେ ଭାଷାଶୈଳୀ ସହ ଅନେକ ହାସ୍ୟ ରସାତ୍ମକ ରହିଥିବାରୁ ଦର୍ଶକ ଏଥିପ୍ରତି ଆକର୍ଷିତ ହେଉଛନ୍ତି । ଅନ୍ୟପଟେ ଏହି କଳାକୁ ବଞ୍ଚାଇ ରଖିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରାଯାଉଥିବା ବେଳେ ଆଗାମୀ ଦିନରେ ଜାରି ରହିବ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.