ETV Bharat / state

1693 ଲି. ଚୋରା ହାତ ରନ୍ଧା ମଦ ଜବତ, 12 ଗିରଫ

author img

By

Published : Mar 22, 2021, 10:10 PM IST

ପ୍ରତି ମାସରେ ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ ଜାରି ରହିଛି । ତଥାପି ଚୋରା ମଦ ରନ୍ଧା ବନ୍ଦ ହେବାର ନା ଧରୁନି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର ଭତ୍ରାଙ୍କ ନିର୍ଦ୍ଦେଶ କ୍ରମେ ଆଜି ଆସିକା ଅଞ୍ଚଳରେ ଅବକାରୀ ଓ ପୋଲିସ କର୍ମଚାରୀଙ୍କ ମିଳିତ ଚଢ଼ାଉ କରାଯାଇଛି । ଅଧିକ ପଢନ୍ତୁ...

ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ରନ୍ଧା ମଦ ଓ ପୋଚ ଜବତ

ଭଞ୍ଜନଗର : ପ୍ରତି ମାସରେ ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ ଜାରି ରହିଛି । ତଥାପି ଚୋରା ମଦ ରନ୍ଧା ବନ୍ଦ ହେବାର ନା ଧରୁନି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର ଭତ୍ରାଙ୍କ ନିର୍ଦ୍ଦେଶ କ୍ରମେ ଆଜି ଆସିକା ଅଞ୍ଚଳରେ ଅବକାରୀ ଓ ପୋଲିସ କର୍ମଚାରୀଙ୍କ ମିଳିତ ଚଢ଼ାଉ କରାଯାଇଛି ।

ଆସିକା ଥାନା ଅନ୍ତର୍ଗତ ପାକଲାପଲ୍ଲୀ ଏରୋଗୋଲା ସାହି, ଠେଙ୍ଗାପଲ୍ଲୀ ଏରୋଗୋଲା ସାହି, ଜଗନ୍ନାଥ ପଲ୍ଲୀ ଏରୋଗୋଲା ସାହି, ବାଲିସିରା ଓ କୁମାଗଡ଼ ଅଞ୍ଚଳରେ ଚଢ଼ାଉ କରାଯାଇ 1693 ଲିଟର ଚୋରା ହାତ ରନ୍ଧା ମଦ ଏବଂ 11415 ଲିଟର ଗୁଡ ମିଶ୍ରିତ ପୋଚକୁ ନଷ୍ଟ କରିବା ସହ ମଦ ରୋଷେଇରେ ବ୍ୟବହୃତ ବିପୁଳ ସାମଗ୍ରୀ ଜବତ କରାଯାଇଛି । ଏଥି ସହିତ ମଦ ପ୍ରସ୍ତୁତି ଓ ବିକ୍ରି ସମ୍ପୃକ୍ତିରେ ପନ୍ଦରଟି କେଶ ରୁଜୁ ହୋଇଥିବାବେଳେ 12 ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଆଜିର ଏହି ଚଢ଼ାଉରେ ଜିଲ୍ଲାର ଅବକାରୀ ବିଭାଗ ଓ ଆସିକା ପୋଲିସ ମିଳିତ ଭାବେ ଅଂଶଗ୍ରହଣ କରିଥିଲେ ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.