ETV Bharat / state

ଅବକାରୀ ବିଭାଗ ଚଢାଉ କରି ଜବତ କଲା 930 ଲିଟର ମଦ, 14 ଗିରଫ

author img

By

Published : Aug 2, 2020, 8:38 PM IST

ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅଞ୍ଚଳର ଅବକାରୀ ବିଭାଗ ଚଢାଉ । ଏହି ଚଢାଉରେ 930 ଲିଟର ମଦ ଜବତ କରିବା ସହ 14 ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ଅଧିକ ପଢନ୍ତୁ...

ବୁଗୁଡାରେ ଅବକାରୀ ବିଭାଗ ଚଢାଉ,930 ଲିଟର ମଦ ଜବତ 14 ଅଭିଯୁକ୍ତ ଗିରଫ

ଭଞ୍ଜନଗର: ଅବକାରୀ ବିଭାଗ ଚଢାଉ କରି 930 ଲିଟର ମଦ ଜବତ କରିବା ସହ 14 ଜଣଙ୍କୁ ଗିରଫ କରିଛି । ଗଞ୍ଜାମ ଜିଲ୍ଲାରେ ଚୋରା ମଦ ବେପାରୀ ସକ୍ରିୟ ହୋଇ ଉଠିଥିବାବେଳେ ଅବକାରୀ ବିଭାଗର ତୁହାକୁ ତୁହା ଚଢ଼ାଉ ଜାରି ରହିଛି ତଥାପି ଚୋରା ମଦ ବେପାର ବନ୍ଦ ହେବାର ନା ଧରୁନାହିଁ ।

ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅଞ୍ଚଳର ମୋଚିସାହି, ମାଣିତରା, ଭୋଗଡ଼ା ବିରଞ୍ଚିପୁର ଆଦି ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ାଉ କରିଛି । ଏହି ଚଢ଼ାଉ ବେଳେ 21 ହଜାର ଲିଟର ଗୁଡ ମିଶ୍ରିତ ପୋଚ ନଷ୍ଟ ହେବା ସହିତ 930 ଲିଟର ରନ୍ଧା ମଦ ଜବତ କରାଯାଇଛି । ବେଆଇନ ମଦ ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ବ୍ୟାପକ ସରଞ୍ଜାମ ଜବତ କରିଛି ଅବକାରୀ ବିଭାଗ। ମଦ ପ୍ରସ୍ତୁତି ଅଭିଯୋଗରେ 16 ଟି କେଶ ରୁଜୁ କରାଯାଇଥିବାବେଳେ 14 ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଏହି ଚଢ଼ାଉରେ ଗଞ୍ଜାମ ଜିଲ୍ଲା ଅବକାରୀ ଉପ ଅଧୀକ୍ଷକ ଅଭିରାମ ବେହେରା ଓ ତହସିଲଦାରଙ୍କ ନେତୃତ୍ବରେ ବୁଗୁଡ଼ା ,ଭଞ୍ଜନଗର ,ସୋରଡ଼ା , ଆସିକା ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଭାଗ ନେଇଥିଲେ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.