ETV Bharat / state

ଖଦି ବସ୍ତ୍ର ପରିଧାନ କଲେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କର୍ମଚାରୀ ଓ ଅଧିକାରୀ

author img

By

Published : Feb 10, 2023, 8:06 PM IST

ପ୍ରତ୍ୟେକ ଶୁକ୍ରବାର ଦିନ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କଠାରୁ ଆରମ୍ଭ କରି ଶିକ୍ଷାବିତମାନେ ଖଦି ବସ୍ତ୍ର ପରିଧାନ କରିବେ । ଅଧିକ ପଢନ୍ତୁ

ଖଦି ବସ୍ତ୍ର ପରିଧାନ କରିଛନ୍ତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କର୍ମଚାରୀ ଓ ଅଧିକାରୀ
ଖଦି ବସ୍ତ୍ର ପରିଧାନ କରିଛନ୍ତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କର୍ମଚାରୀ ଓ ଅଧିକାରୀ
ଖଦି ବସ୍ତ୍ର ପରିଧାନ କଲେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କର୍ମଚାରୀ ଓ ଅଧିକାରୀ

ବ୍ରହ୍ମପୁର: ଖଦିବସ୍ତ୍ର ପରିଧାନ କଲେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କର୍ମଚାରୀ ଓ ଅଧିକାରୀ । ପ୍ରତ୍ୟେକ ଶୁକ୍ରବାର ଦିନ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କଠାରୁ ଆରମ୍ଭ କରି ଶିକ୍ଷାବିତମାନେ ଖଦି ବସ୍ତ୍ର ପରିଧାନ କରିବେ । ସ୍ବଦେଶୀ ଖଦି ବସ୍ତ୍ରର ପ୍ରଚାରପ୍ରସାର କ୍ରମେ ବିଶ୍ବବିଦ୍ୟାଳୟ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଏନେଇ ସମସ୍ତଙ୍କୁ ଅନୁରୋଧ କରିଥିଲେ । ବିଦ୍ୟାଳୟର ଏହି ନିଷ୍ପତ୍ତି କ୍ରମେ ପ୍ରଥମ ଥର ପାଇଁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଅଧିକାରୀ ଏହାକୁ ପରିଧାନ କରିଛନ୍ତି ।

ବିଶ୍ବବିଦ୍ୟାଳୟରରେ ଏଭଳି ନିର୍ଦ୍ଦେଶନାମା ବାଧ୍ୟତାମୂଳକ ନୁହେଁ ବୋଲି କର୍ତ୍ତୃପକ୍ଷ କହିଛନ୍ତି । ଏହି ଖଦି ବସ୍ତ୍ରର ପରିଧାନ ସମସ୍ତେ ସ୍ବଇଚ୍ଛାରେ କରି ପାରିବେ । ତେବେ ଶୁକ୍ରବାର ଅବସରରେ ବିଶ୍ବବିଦ୍ୟାଳୟ ପରିସରରେ ଦେଖିବାକୁ ମିଳିଥିଲା ନିଆରା ଦୃଶ୍ୟ । ବିଶ୍ବବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ପ୍ରଫେସର, ସହକାରୀ ପ୍ରଫେସରମାନେ ଖଦି ବସ୍ତ୍ର ପରିଧାନ ବିଶ୍ବବିଦ୍ୟାଳୟ ଆସିଥିଲେ । ଏଭଳି ପଦକ୍ଷେପକୁ ସମସ୍ତେ ସ୍ବାଗତ କରିଥିବା କହିଛନ୍ତି ବିଶ୍ବବିଦ୍ୟାଳୟର କର୍ମଚାରୀ । ଖଦି ଓ ଗ୍ରାମ୍ୟଦ୍ୟୋୟ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ସହିତ ସେଠାରେ ନିଯୁକ୍ତି ହୋଇଥିବା କର୍ମଚାରୀଙ୍କ ଉନ୍ନତି ପାଇଁ ସମସ୍ତେ ଏଣିକି ଖଦି ବସ୍ତ୍ର ଓ ହାତ ବୁଣା ଲୁଗା ପରିଧାନ କରିବେ ବୋଲି ନିଷ୍ପତ୍ତି ନେଇଥିଲେ ।

ଏପରିକି ବିଶ୍ବବିଦ୍ୟାଳୟରେ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀ ମଧ୍ୟ ଏହାକୁ ଆପଣେଇବା ପାଇଁ ଆହୁରି ବ୍ୟାପକ ସଚେତନତା କରାଯିବ ବୋଲି କୁହାଯାଇଛି । ଏପରିକି ଖଦି ବସ୍ତ୍ର ଆମ ଲୋକ ସଂସ୍କୃତି ଓ ଲୋକ କଳାକୁ ପ୍ରୋତ୍ସାହନ କରୁଥିବାବେଳେ ଏହି ପଦକ୍ଷେପ ଦ୍ବାରା ଆମ ରାଜ୍ୟରେ ହସ୍ତଶିଳ୍ପ ଆହୁରି ସଶକ୍ତ ହେବ ବୋଲି ଶିକ୍ଷାବିତ୍ମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ କହିଥିଲେ ଯେ, କଲେଜର ଏହି ପଦକ୍ଷେପ ପାଳିବା ବାଧ୍ୟତାମୂଳକ ନୁହେଁ ବୋଲି କହିଛନ୍ତି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ । ଏହା ସହିତ ସେ କହିଛନ୍ତି ଯେ ଖଦି ଲୁଗାର ଚାହିଦାକୁ ଅଧିକରୁ ଅଧିକ ବୃଦ୍ଧି କରିବା ପାଇଁ ଏଭଳି ପ୍ରୟାସ କରାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.