ETV Bharat / state

ସୁନାପୁରକୁ ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା ଦେବାକୁ ପ୍ରସ୍ତୁତି, ସ୍ଥିତି ଅନୁଧ୍ୟାନ କଲେ ଟିମ - ସୁନାପୁର ବେଳାଭୂମି

ସୁନାପୁରକୁ ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି । ବେଳାଭୂମୀ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ଟିମ । ଅଧିକ ପଢନ୍ତୁ

esteemed members of blue flag visted sonapur beach

author img

By

Published : May 21, 2023, 7:35 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସୁନାପୁର ବେଳାଭୂମିକୁ ବ୍ଲୁ ଫାଗ୍ ମାନ୍ୟତା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାରି ଭିତରେ କେନ୍ଦ୍ର ସରକାରଙ୍କ ବ୍ଲୁ ଫ୍ଲାଗ ଜୁରି କମିଟିର ସଦସ୍ୟମାନେ ସୁନାପୁରର ବିଚ୍ ପରିକ୍ରମା କରି ସେଠାକାର ସ୍ଥିତି ଅନୁଧ୍ୟାନ କରିବା ସହିତ ଗଞ୍ଜାମ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ଫେରିଛନ୍ତି । ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ବିଟ କରି ସୂଚନା ଦେଇଛନ୍ତି ।

ସୂଚନାଅନୁସାରେ, ଗଞ୍ଜାମ ଜିଲ୍ଲାକୁ ଆସିଥିବା ବ୍ଲୁ ଫାଗ୍ ଜୁରିର ସଦସ୍ୟ ବିନୋଦ ଚନ୍ଦ୍ର ଚୈଧୁରୀ ଓ ବ୍ଲୁ ଫାଗ୍ ନ୍ୟାସନାଲ୍ ଅପରେଟର ସିଇଓ ଜି ଖୁରୁଫଙ୍କୁ ନେଇ ଏହି ଦୁଇ ଜଣିଆ ପ୍ରତିନିଧି ଟିମ୍ ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ସହିତ ଆଲୋଚନା କରିଥିଲେ । ଏହି ମାନ୍ୟତା ପାଇଁ ରହିଥିବା ବିଭିନ୍ନ ଗାଇଡଲାଇନର ଆବଶ୍ୟକତା ରହିଥିବା ବେଳେ ତନ୍ମଧ୍ୟରୁ କେତେ ପୂରଣ ହୋଇଛି ଏବଂ ଏହାକୁ ନେଇ କଣ କଣ କରାଯିବାର ଆବଶ୍ୟକତା ରହିଛି ତାହାକୁ ନେଇ ଆଲୋଚନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ପାଣି ନପାଇ ନଷ୍ଟ ହେଇଗଲା ଚିନାବାଦାମ ଚାଷ, ସରକାରୀ ସହାୟତା ନମିଳିଲେ ଆତ୍ମହତ୍ୟା କରିବୁ କହିଲେ ଚାଷୀ

ଏହା ମଧ୍ୟ ପଢନ୍ତୁ: MKCGରେ ବିରଳ ଅସ୍ତ୍ରୋପଚାର, ଆଘାତ ଲାଗିଥିବା ବୃହତ୍ତ ଅନ୍ତନଳୀର ଚିକିତ୍ସା କଲେ ଡାକ୍ତରୀ ଟିମ୍

ତେବେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ବିଟ କରି କୁହାଯାଇଛି, "କେନ୍ଦ୍ର ସରକାରଙ୍କ ବ୍ଲୁ ଫାଗ୍ ଜୁରି କମିଟିର ସଦସ୍ୟମାନେ ସୁନାପୁରର ବିଚ୍ ପରିକ୍ରମା କରିଛନ୍ତି । ସେଠାକାର ସ୍ଥିତି ଅନୁଧ୍ୟାନ କରିବା ବିଭିନ୍ନ ଗାଇଡଲାଇନର ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ । ଗଞ୍ଜାମ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ସହିତ ଜିଲ୍ଲାର ସୁନାପୁର ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା ପ୍ରଦାନ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଆଗାମୀ ଦିନରେ ମଧ୍ୟ ପରିଦର୍ଶନରେ ଆସିପାରନ୍ତି ।"

ଏହି ପ୍ରତିନିଧିମାନଙ୍କ ଗ୍ରସ୍ତ ପରେ ଆଗାମୀ ଦିନରେ ସମସ୍ତ ଗାଇଡଲାଇନ୍ ପୂରଣ ପରେ ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା ପ୍ରଦାନ କରିବାକୁ ରହିଥିବା ଟିମ୍ ପରିଦର୍ଶନ କରିବେ ବୋଲି ଜଣାପଡିଛି । ଏହି ଆଲୋଚନା ସମୟରେ ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତି ଭାସନ୍, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ଶ୍ରବଣ ବିବେକ୍ ଏମ୍, ବ୍ରହ୍ମପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ରଙ୍କ ସମେତ ଜିଲ୍ଲା ପ୍ରଶାସନର ବହୁ ଅଧିକାରୀ ଉପସ୍ଥିତ ରହିଥିଲେ । ଗଞ୍ଜାମ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ସହିତ ଜିଲ୍ଲାର ସୁନାପୁର ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା ପ୍ରଦାନ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.