ETV Bharat / state

ହାତୀଛୁଆ ଦେଖିବା ପଡିଲା ମହଙ୍ଗା, ମା' ହାତୀ ଆକ୍ରମଣରେ ଜଣେ ମୃତ

author img

By

Published : Dec 27, 2020, 7:32 PM IST

ଗଞ୍ଜାମ ଜିଲ୍ଲାରେ ହାତୀଛୁଆ ଦେଖିବାକୁ ଯିବାବେଳେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

Elephant attack in Ganjam; 1 dead; 1 injured
ହାତୀଛୁଆ ଦେଖିବା ପଡିଲା ମହଙ୍ଗା, ମା' ହାତୀ ଆକ୍ରମଣରେ ଜଣେ ମୃତ

ଭଞ୍ଜନଗର: ଜିଲ୍ଲାର ଭଞ୍ଜନଗର ବ୍ଲକ ହରିଗଡ଼ ପଞ୍ଚାୟତର ନୂଆଁପଲ୍ଲୀ ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି ।

ତେବେ ଗୁରୁତର ଗାଲେରି ଗ୍ରାମର ଯୁବକ ଗଣେଶ ଗୌଡ଼ ଏବଂ ମୃତକ ଜଣକ ହେଉଛନ୍ତି ନୂଆପଲ୍ଲୀ ଗ୍ରାମର ସୁକୁରୁ ନାଇକ । ସୂଚନା ମୁତାବକ ଏକ ମାଈ ହାତୀ ଛୁଆ ଜନ୍ମ କରି ନିକଟସ୍ଥ କାଜୁ ବଗିଚାରେ ଥିବାବେଳେ ହାତୀଛୁଆ ଦେଖିବାକୁ ଯିବା ସମୟରେ ଏହି ଅଘଟଣ ଘଟିଛି ।

ଘଟଣାସ୍ଥଳରେ ମୃତଦେହ ପଡିରହିଥିବାବେଳେ ହାତୀପଲ ଜଗି ରହିଛନ୍ତି । ଖବର ପାଇ ବନବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲକୁ ପଠାଇଥିଲା । ଏବେ ବନବିଭାଗ କର୍ମଚାରୀ ହାତୀପଲକୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରହିଛି । ତେବେ ହାତୀ ଘଉଡାଇବା ପରେ ମୃତଦେହକୁ ଉଦ୍ଧାର କରାଯିବ ବୋଲି ଜଣାପଡିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.