ETV Bharat / state

ଗଞ୍ଜାମରେ ବୃଦ୍ଧି ପାଉଛି ଗ୍ରୀନ ଜୋନ: ୨୮୯୬ ଗ୍ରାମ ଓ ୧୯୦ଟି ୱାର୍ଡ ଗ୍ରୀନ ଜୋନ୍

ଗଞ୍ଜାମ ଜିଲ୍ଲାରେ ଧିରେ ଧିରେ ବୃଦ୍ଧି ପାଉଛି ଗ୍ରୀନ ଜୋନ । ଗ୍ରୀନ୍ ଜୋନରେ ରହିଛି ୨୮୯୬ ଗ୍ରାମ ଏବଂ ୧୯୦ ଟି ୱାର୍ଡ । ଅଧିକ ପଢନ୍ତୁ...

door to door health screening and green zone report of ganjam
ଗଞ୍ଜାମରେ ବୃଦ୍ଧି ପାଉଛି ଗ୍ରୀନ ଜୋନ, ୨୮୯୬ ଗ୍ରାମ ଏବଂ ୧୯୦ ଟି ୱାର୍ଡ ଗ୍ରୀନ ଜୋନ୍
author img

By

Published : Jun 6, 2021, 10:57 PM IST

ବ୍ରହ୍ମପୁର: କୋରୋନାର ଦ୍ବିତୀୟ ଲହରରେ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ସଂକ୍ରମଣ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି । ଯାହାକି ଜିଲ୍ଲାରେ ବୃଦ୍ଧି ପାଉଛି ଗ୍ରୀନ ଜୋନ ସଂଖ୍ୟା । ଜିଲ୍ଲାରେ କୋରୋନାର ସଂକ୍ରମଣକୁ କମାଇବା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଡୋର ଟୁ ଡୋର ହେଲଥ ସ୍କ୍ରିନିଂ ଠାରୁ ଆରମ୍ଭ କରି ବିଭିନ୍ନ ବିଷୟକୁ ଦିଆଯାଉଛି ଗୁରୁତ୍ବ । ଯେଉଁଥିରେ ସାମିଲ ହେଉଛନ୍ତି ଆଶା, ଅଙ୍ଗନବାଡି କର୍ମୀଙ୍କ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନେ ।

door to door health screening and green zone report of ganjam
ଗଞ୍ଜାମରେ ବୃଦ୍ଧି ପାଉଛି ଗ୍ରୀନ ଜୋନ, ୨୮୯୬ ଗ୍ରାମ ଏବଂ ୧୯୦ ଟି ୱାର୍ଡ ଗ୍ରୀନ ଜୋନ୍
door to door health screening and green zone report of ganjam
ଗଞ୍ଜାମରେ ବୃଦ୍ଧି ପାଉଛି ଗ୍ରୀନ ଜୋନ, ୨୮୯୬ ଗ୍ରାମ ଏବଂ ୧୯୦ ଟି ୱାର୍ଡ ଗ୍ରୀନ ଜୋନ୍

ଗଞ୍ଜାମ ଜିଲ୍ଲାରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘରକୁ ଘର ବୁଲି ଲୋକଙ୍କ ଅକ୍ସିମିଟରରେ ଅକ୍ସିଜେନ୍ ସ୍ତରକୁ ଯାଞ୍ଚ କରାଯିବା ସହିତ ଥର୍ମାଲ ସ୍କ୍ରିନିଂ କରାଯାଉଛି । ଯେଉଁମାନଙ୍କ ଠାରେ ଲକ୍ଷଣ ଦେଖାଯାଉଛି ସେମାନଙ୍କୁ ଚିକିତ୍ସା ନିମନ୍ତେ ପ୍ରଶାସନ ପକ୍ଷରୁ ପଠାଇ ଦିଆଯାଉଛି କୋଭିଡ୍ ହସ୍ପିଟାଲକୁ । ଜୁନ୍ ୫ ତାରିଖ ସୁଦ୍ଧା ଜିଲ୍ଲାରେ ମୋଟ ୨୩ ଲକ୍ଷ ୩୬ ହଜାର ୭୨୪ ଜଣଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଥିବା କୁହାଯାଇଛି । ସେହିପରି ଏହି ପରିକ୍ରମା ସମୟରେ ଲକ୍ଷଣ ଦେଖାଯାଇଥିବା ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ ଠାରୁ ଆରମ୍ଭ କରି କାହାରି ପାଖରେ ଅକ୍ସିଜେନର ଅଭାବ ରହୁଛି । କେଉଁ ମାନଙ୍କୁ ଚିକିତ୍ସା ପାଇଁ କୋଭିଡ୍ ହସ୍ପିଟାଲ ଯିବାର ଆବଶ୍ୟକତା ରହିଛି ତାହାକୁ ଅନୁଧ୍ୟାନ କରାଯାଉଛି । ସେପଟେ ଜିଲ୍ଲାରେ ୨୮୯୬ ଗ୍ରାମ ଜୋନରେ ଥିବା ବେଳେ ୨୫୯ ଗ୍ରାମ ରେଡ ଜୋନରେ ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଏହି କ୍ରମରେ ଦେଖିଲେ ଜିଲ୍ଲାର ୨୨ ଟି ବ୍ଲକର ୫୦୩ ଗୋଟି ପଞ୍ଚାୟତର ୩୧୫୫ ଟି ଗ୍ରାମରେ ୪୪୫ ଗୋଟି ଆକ୍ଟିଭ୍ ମାମଲା ରହିଥିବା କୁହାଯାଇଛି ।

ସେହିପରି ଜିଲ୍ଲାର ବ୍ରହ୍ମପୁର ମହାନଗର ନିଗମ ସମେତ ମୋଟ ୧୮ ଗୋଟି ସହରାଞ୍ଚଳରେ ୨୮୦ ଗୋଟି ୱାର୍ଡରେ ୨୭୩ ଗୋଟି ଆକ୍ଟିଭ୍ ମାମଲା ରହିଥିବା ବେଳେ ସେଥି ମଧ୍ୟରୁ ୧୯୦ ଟି ୱାର୍ଡ ଗ୍ରୀନ୍ ଜୋନରେ ଏବଂ ୯୦ ଗୋଟି ୱାର୍ଡ ରେଡ ଜୋନରେ ରହିଥିବା କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.