ବ୍ରହ୍ମପୁର: ଜିଲ୍ଲାରେ ଆଉ 3 କୋରୋନା ଜନିତ ମୃତ୍ୟୁ ଖବର ନେଇ ସ୍ପଷ୍ଟୀକରଣ ରଖିଲା ଗଞ୍ଜାମ ଜିଲ୍ଲାପ୍ରଶାସନ । ଖବରକୁ ଗୁଜବ କହିବା ସହ, 3ଜଣ ନୁହେଁ ବରଂ ଜଣଙ୍କର ମୃତ୍ୟୁ ହୋଇଥିବା ଟ୍ବିଟ ଯୋଗେଁ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ମୃତକ ଜଣଙ୍କ ଧରାକୋଟ ବ୍ଳକର ଜାହାଡା ପଞ୍ଚାୟତର ହୋଇଥିବା ଜଣାପଡିଛି ।
ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କୋରୋନାର ସ୍ଥିତି ଗମ୍ଭୀର ହେଉଛି । ଜିଲ୍ଲାର ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀର ଧରାକୋଟ ବ୍ଲକର ଜାହାଡା ପଞ୍ଚାୟତରେ କୋରୋନାରେ ଗତ ତିନି ଦିନ ମଧ୍ୟରେ ତିନି ଜଣଙ୍କ ମୃତ୍ୟୁ ଘଟିଥିବା କଥା ସାମ୍ନାକୁ ଆସିଥିଲା । ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ଏନେଇ ସୂଚନା ଦେଇଥିଲେ ପଞ୍ଚାୟତର ସରପଞ୍ଚ ସୁଲତା ବେହେରା । ଏଥିସହିତ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ କଣ୍ଟେଟମେଣ୍ଟ ଜୋନ୍ ଘୋଷଣା କରିଥିଲେ ।
![district administration clarified response of the panchayat officials to the three deaths district administration clarified response of the panchayat officials to the three deaths in covid19 false.covid19 false.](https://etvbharatimages.akamaized.net/etvbharat/prod-images/7799550_2.jpg)
![district administration clarified response of the panchayat officials to the three deaths in covid19 false.](https://etvbharatimages.akamaized.net/etvbharat/prod-images/7799550_1.jpg)
ପଞ୍ଚାୟତ ଅଧିକାରୀଙ୍କ ପକ୍ଷରୁ ଏକ ଭିଡିଓ ବାର୍ତ୍ତାରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଇଥିଲା । ତେବେ ଏହି ଭିଡିଓଟି ଭାଇରାଲ ହେବାପରେ, 3ଜଣ ନୁହଁନ୍ତି, ବରଂ ଜଣଙ୍କର ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ମୃତ୍ୟୁ ସଂଖ୍ୟାକୁ ନେଇ ପଞ୍ଚାୟତ ପ୍ରତିନିଧି ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ସାମଞ୍ଜସ୍ୟ ରହୁନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ