ETV Bharat / state

ବର୍ଦ୍ଧିତ ଗୃହ ଟିକସକୁ ନେଇ ବଢ଼ୁଛି ଅସନ୍ତୋଷ, ସହରବାସୀଙ୍କ ଭିତରେ ଦାନା ବାନ୍ଧୁଛି ଆନ୍ଦୋଳନ - ବ୍ରହ୍ମପୁରରେ ବର୍ଦ୍ଧିତ ଗୃହ ଟିକସ

ବ୍ରହ୍ମପୁରରେ ବର୍ଦ୍ଧିତ ଗୃହ ଟିକସକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ । କଟକ ଓ ଭୁବନେଶ୍ବରରେ ବର୍ଦ୍ଧିତ ଘର ଟିକସକୁ ବାତିଲ କରାଯାଇଥିଲେ ମଧ୍ୟ କେବଳ ବ୍ରହ୍ମପୁରରେ ଲାଗୁ କରାଯିବାକୁ ନେଇ ଚିନ୍ତାରେ ବ୍ରହ୍ମପୁର ସହରବାସୀ । ଅଧିକ ପଡ଼ନ୍ତୁ

ବର୍ଦ୍ଧିତ ଗୃହ ଟିକସକୁ ନେଇ ବଢ଼ୁଛି ଅସନ୍ତୋଷ
ବର୍ଦ୍ଧିତ ଗୃହ ଟିକସକୁ ନେଇ ବଢ଼ୁଛି ଅସନ୍ତୋଷ
author img

By

Published : Mar 21, 2023, 6:47 AM IST

ବର୍ଦ୍ଧିତ ଗୃହ ଟିକସକୁ ନେଇ ବଢ଼ୁଛି ଅସନ୍ତୋଷ

ବ୍ରହ୍ମପୁର: ରେଶମ ସହର ବ୍ରହ୍ମପୁରରେ ବର୍ଦ୍ଧିତ ଗୃହ ଟିକସକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ । କୋଭିଡ୍ ସମୟରେ ସାରା ରାଜ୍ୟରେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଜନସାଧାରଣ କୋକୁଆ ଭୟରେ ରହିଥିବା ବେଳେ ସେହି ସମୟରେ ସରକାର ରାଜ୍ୟର ତିନି ପ୍ରମୁଖ ସହର ବ୍ରହ୍ମପୁର, ଭୁବନେଶ୍ବର ଓ କଟକ ମହାନଗର ନିଗମରେ ଏକାସଙ୍ଗେ ଘର ଟିକସ ବା ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ । ଯାହାକୁ ନେଇ ସାଧାରଣ ଲୋକଙ୍କ ପ୍ରତିବାଦ ପରେ କଟକ ଓ ଭୁବନେଶ୍ବରରେ ବର୍ଦ୍ଧିତ ଘର ଟିକସକୁ ବାତିଲ କରାଯାଇଥିଲା । ହେଲେ ବ୍ରହ୍ମପୁରବାସୀଙ୍କ ଉପରେ ଉକ୍ତ ବର୍ଦ୍ଧିତ ଘର ଟିକସକୁ ବଳବତ୍ତର ରଖାଯିବା ସହ ନୂତନ ବର୍ଦ୍ଧିତ ଟିକସ ସଂଗ୍ରହ କରାଯାଇଥିଲା । ଏନେଇ ଚିନ୍ତାରେ ରହିଛନ୍ତି ବ୍ରହ୍ମପୁର ସହରବାସୀ ।

ଗୃହ ଟିକସ ବୃଦ୍ଧିକୁ ନେଇ ବଢ଼ୁଛି ଅସନ୍ତୋଷ: କଟକ ଓ ଭୁବନେଶ୍ବର ଭଳି ବ୍ରହ୍ମପୁରରୁ ମଧ୍ୟ ବର୍ଦ୍ଧିତ ଟିକସ ବ୍ୟବସ୍ଥା ଖାରଜ କରିବା ପାଇଁ ଅନେକ ଫୋରମ୍‌ରେ ବାରମ୍ବାର ଦାବି ଉପସ୍ଥାପନ କରାଯାଉଛି । କିନ୍ତୁ ସେଥିପ୍ରତି ସରକାର କିମ୍ବା ବ୍ରହ୍ମପୁର ମହାନଗର ନିଗମ ଗୁରୁତ୍ବ ଦେଉନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସହରରେ ଧୀରେଧୀରେ ବଢ଼ିବାରେ ଲାଗିଛି ଜନ ଅସନ୍ତୋଷ । ତେବେ ବର୍ଦ୍ଧିତ ଟିକସ ସଂଗ୍ରହକୁ ବାତିଲ କରାଯିବା ସହିତ ସଂଗୃହିତ ହୋଇସାରିଥିବା ଟିକସ ରାଶି ସହରବାସୀଙ୍କୁ ଫେରାଇବା ପାଇଁ ଦାବି କରିଛନ୍ତି ଅନେକ ସଂଗଠନ । ଦାବି ପୂରଣ ନହେଲେ ଆସନ୍ତା ଦିନରେ ଏହା ଏକ ଜନ ଆନ୍ଦୋଳନ ଭାବରେ ନିଶ୍ଚିତ ଭାବେ ମୁଣ୍ଡ ଟେକିବ ବୋଲି ଚେତାବନୀ ଦିଆଯାଇଛି ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ମାନିଲାନି BeMC !: ଏନେଇ ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା କହିଛନ୍ତି, "୨୦୧୯ ମସିହାରେ ବ୍ରହ୍ମପୁର ଭଳି ଭୁବନେଶ୍ବର ମହାନଗର ନିଗମ ଗୃହ ଟିକସ ବୃଦ୍ଧି କରି ବର୍ଦ୍ଧିତ ଟିକସ ଆଦାୟ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଯାହାକୁ ବିରୋଧ କରାଯିବା ସହ ନାଗରିକ ସମାଜ ନାମକ ଏକ ସଂଗଠନ ପକ୍ଷରୁ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନିଆଯାଇଥିଲା । ସମାନ ଭାବରେ ରାଜ୍ୟ ସରକାର ଏବଂ ବ୍ରହ୍ମପୁର ମହାନଗର ନିଗମ ବହୁ ପରିମାଣରେ ଘର ଟିକସ ବୃଦ୍ଧି କରିଥିବା ବିରୋଧରେ ମୁଁ ନିଜେ ହାଇକୋର୍ଟରେ ୪ ବର୍ଷ ତଳେ ଏକ ରିଟ ପିଟିସନ ଫାଇଲ କରିଥିଲି । ଉଭୟ ପିଟିସନକୁ ବିଚାରକୁ ନେଇ ଅଦାଲତ ସାନି ରହିତାଦେଶ ଜାରି କରିଥିଲେ ।" ଏହାକୁ ମାନି ଭୁବନେଶ୍ବର ମହାନଗର ନିଗମ ବର୍ଦ୍ଧିତ ଗୃହ ଟିକସ ନିୟମକୁ ଖାରଜ କରିଥିଲା । କିନ୍ତୁ ବ୍ରହ୍ମପୁର ମହାନଗର ନିଗମ ଉକ୍ତ ଆଦେଶକୁ ଅଣଦେଖା କରି ବର୍ଦ୍ଧିତ ଦରରେ ଟିକସ ଆଦାୟ କରୁଥିବା ଅଭିଯୋଗ କରିଛନ୍ତି ବରିଷ୍ଠ ଆଇନଜୀବୀ ।

'କାଉନସିଲ ବୈଠକରେ ହେବ ଆଲୋଚନା': ସେପଟେ ବ୍ରହ୍ମପୁର ମହାନଗର ନିଗମର କମିଶନରଙ୍କୁ ଏନେଇ ପଚାରିବାରୁ, ଏହି ଦାବିକୁ ଆଗାମୀ ଦିନରେ କାଉନସିଲ ବୈଠକରେ ଉପସ୍ଥାପିତ କରାଯିବ ବୋଲି ସେ କହିଛନ୍ତି । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ସହରାଞ୍ଚଳର ଜନସାଧାରଣ ଯେପରି ବିଭିନ୍ନ ସୁବିଧା ପାଇପାରିବେ, ସେନେଇ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ପ୍ରଚାର ହେଉଛି । କିନ୍ତୁ ବର୍ଦ୍ଧିତ ଗୃହ ଟିକସକୁ କେବଳ ବ୍ରହ୍ମପୁର ସହରରେ କାର୍ଯ୍ୟକାରୀ କରାଯିବା ଏବଂ ଏଥିପ୍ରତି ସାଧାରଣ ଜନତା ଅନେକ ବିରୋଧ କରୁଥିବା ସତ୍ତ୍ବେ ସେଥିପ୍ରତି କେହି କର୍ଣ୍ଣପାତ ନକରିବା ଘଟଣାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ବ୍ରହ୍ମପୁରବାସୀ । ତେବେ ଏନେଇ ଆଗାମୀ ଦିନରେ ମହାନଗର ନିଗମ କଣ ପଦକ୍ଷେପ ନେଉଛି, ତାହାରି ଉପରେ ରହିଛି ସମସ୍ତଙ୍କ ନଜର ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.