ETV Bharat / state

ବଢୁଛି ଆମ୍ବର ଚାହିଦା, ପସରା ମେଲାଇଛି ବ୍ରହ୍ମପୁର ଆମ୍ବ ବଜାର

ପ୍ରବଳ ଗରମ ସାଙ୍ଗକୁ ବୃଦ୍ଧି ପାଉଛି ଗ୍ରୀଷ୍ମଜାତୀୟ ଫଳର ଆସର । ଗ୍ରାହକଙ୍କୁ ବିଭିନ୍ନ ରକମର ଫଳ ଯୋଗାଇ ପାରିଲେ ବ୍ୟବସାୟୀଙ୍କ ହୁଏ ଭଲ ବ୍ୟବସାୟ । ଏପରିକି କିଛି ଦେଖିବାକୁ ମିଳିଛି ବ୍ରହ୍ମପୁର ଆମ୍ବ ବଜାରରେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : May 28, 2019, 2:25 PM IST

ବ୍ରହ୍ମପୁର: ଭଳିକି ଭଳି ସୁସ୍ବାଦୁ ପାଚିଲା ଆମ୍ବର ପସରା ମେଲାଇଛି ବ୍ରହ୍ମପୁର ସହରର ଆମ୍ବ ବଜାର । ନୀଳକଣ୍ଠନଗର ସ୍ଥିତ ଆମ୍ବ ବଜାରରେ ଦେଖିବାକୁ ମିଳିଛି ଭିନ୍ନ ଭିନ୍ନ କିସମର ଆମ୍ବ । ଖରା ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଆମ୍ବର ଚାହିଦା ଦ୍ବିଗୁଣ ବୃଦ୍ଧି ହୋଇଛି । ଏଠାରୁ ପାଖଆଖ ଅଞ୍ଚଳକୁ ଆମ୍ବ ପଠାଯାଉଥିବା ବେଳେ ଆନ୍ଧ୍ର, କର୍ଣ୍ଣାଟକରୁ ଆସୁଛି ଫଳ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଆମ୍ବ ବ୍ୟବସାୟର ପେଣ୍ଠସ୍ଥଳୀ ପାଲଟିଛି ବ୍ରହ୍ମପୁର ଆମ୍ବ ବଜାର । ଖରା ମାସ ଆରମ୍ଭରୁ ଏଠାରେ ମିଳେ ଭଳିକି ଭଳି ଆମ୍ବ । ଦୀର୍ଘ 4 ମାସ ଧରି ଏଠାରେ ଜମିଥାଏ ଆମ୍ବ ବ୍ୟବସାୟ । ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର କୁଇଣ୍ଟାଲ ଆମ୍ବ ବଜାରକୁ ଆସୁଥିବା ବେଳେ ଆଖୁରସ, କଲମ୍ବି, ବାଇଗଣପଲ୍ଲୀ ଆମ୍ବ ମାର୍କେଟ ନେଉଛି । ତେବେ ଖରା ବୃଦ୍ଧି ପାଉଥିବାରୁ ଜମୁଛି ବ୍ୟବସାୟୀଙ୍କ ବ୍ୟବସାୟ ।

ବାଇଗଣପଲ୍ଲୀ ୧୦ କିଲୋକୁ ୪୦୦ ଟଙ୍କା ରହିଥିବା ବେଳେ ସୁବର୍ଣ୍ଣରେଖା କିଲୋ ପ୍ରତି ୪୪ ଟଙ୍କା ରହିଛି । ସେହିପରି ଆଖୁରସ ୪୬, କଲମ୍ୱି ୧୫ ରୁ ୧୬ ଟଙ୍କା ଦର ରହିଛି । ତେବେ ଆଗକୁ ସାବିତ୍ରୀ ବ୍ରତ ରହିଥିବାରୁ ଆମ୍ବ ଦର ବଢିପାରେ ବୋଲି ବ୍ୟବସାୟୀମାନେ କହୁଛନ୍ତି । ଓଡିଶା ବ୍ୟତୀତ ଆନ୍ଧ୍ର, ତାମିଲନାଡୁ, କର୍ଣ୍ଣାଟକରୁ ଶହ ଶହ ଆମ୍ବ ବଜାରକୁ ଆସୁଥିବା ବେଳେ ଏଠାରୁ ପୁରୀ, ଭୁବନେଶ୍ବର, ଭଦ୍ରକ ସହରକୁ ଆମ୍ବ ପଠାଯାଉଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.