ETV Bharat / state

କୋରୋନା ସଂକ୍ରମିତଙ୍କ ପାଇଁ ଗଞ୍ଜାମରେ ଆରମ୍ଭ ହେଲା ସ୍ୱତନ୍ତ୍ର ଆମ୍ବୁଲାନ୍ସ ବ୍ୟବସ୍ଥା - ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ

ଗଞ୍ଜାମରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ରାଧିକ ଭାବରେ ବୃଦ୍ଧି ପାଉଥିବା ବେଳେ ଏହା ରାଜ୍ୟରେ ଏକ ପ୍ରକାର ଚିନ୍ତାର ବିଷୟ ପାଲଟିଛି । ଏଭଳି ସମୟରେ କୋରୋନା ମୁକାବିଲା ପାଇଁ ଗଞ୍ଜାମରେ ଆରମ୍ଭ ହୋଇଛି ସ୍ବତନ୍ତ୍ର ଆମ୍ବୁଲାନ୍ସ ବ୍ୟବସ୍ଥା ।

କୋରୋନା ସଂକ୍ରମିତଙ୍କ ପାଇଁ  ଗଞ୍ଜାମରେ ଆରମ୍ଭ ହେଲା ସ୍ୱତନ୍ତ୍ର ଆମ୍ବୁଲାନ୍ସ ବ୍ୟବସ୍ଥା

author img

By

Published : Jul 14, 2020, 8:07 AM IST

ବ୍ରହ୍ମପୁର: ଗଞ୍ଜାମରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ରାଧିକ ଭାବରେ ବୃଦ୍ଧି ପାଉଥିବା ବେଳେ ଏହା ରାଜ୍ୟରେ ଏକ ପ୍ରକାର ଚିନ୍ତାର ବିଷୟ ପାଲଟିଛି । ଏଭଳି ସମୟରେ କୋରୋନା ମୁକାବିଲା ପାଇଁ ଗଞ୍ଜାମରେ ଆରମ୍ଭ ହୋଇଛି ସ୍ବତନ୍ତ୍ର ଆମ୍ବୁଲାନ୍ସ ବ୍ୟବସ୍ଥା । ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଏହି ନୂତନ ବ୍ୟବସ୍ଥାକୁ ଉଦଘାଟନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପଞ୍ଚାୟତ ଆମ୍ବୁଲାନ୍ସ ସେବା ପରିଚାଳନା କକ୍ଷ ଓ ଆମ୍ବୁଲାନ୍ସକୁ ଉଦଘାଟନ କରିଛନ୍ତି ।

କୋରୋନା ସଂକ୍ରମିତଙ୍କ ପାଇଁ ଗଞ୍ଜାମରେ ଆରମ୍ଭ ହେଲା ସ୍ୱତନ୍ତ୍ର ଆମ୍ବୁଲାନ୍ସ ବ୍ୟବସ୍ଥା

୧୦୮ ଆମ୍ବୁଲାନ୍ସଟି କୋଭିଡ ଜନିତ ବ୍ୟକ୍ତି ବିଶେଷଙ୍କ ସେବା ଯୋଗାଇ ଦେବାପାଇଁ ଉଦ୍ଦିଷ୍ଟ ନୁହେଁ । ସେଥିପାଇଁ ଗଞ୍ଜାମ ଜିଲ୍ଲାରେ କୋଭିଡ ପରିଚାଳନାଗତ ପଞ୍ଚାୟତ ସ୍ତରୀୟ ଆମ୍ବୁଲାନ୍ସ ସ୍ବତନ୍ତ୍ର ଭାବେ ଏହି ସେବା ଆରମ୍ଭ କରାଯାଇଥିବା କହିଛନ୍ତି । ଏହି ଆମ୍ବୁଲାନ୍ସ ସେବା କେବଳ କୋରୋନା ବ୍ୟକ୍ତି ବିଶେଷଙ୍କ ନିମନ୍ତେ ସେବା ଯୋଗାଇଦେବ ।

ଫଟୋ ସୌଜନ୍ୟ: ସୋସିଆଲମିଡିଆ@Ganjam_Admin

ଗଞ୍ଜାମ ଜିଲ୍ଲାର ପ୍ରତେକ ବ୍ଲକରେ ୪ ଗୋଟି, ବ୍ରହ୍ମପୁର ମହାନଗର ନିଗମ ଠାରେ ୪ ଗୋଟି ଏବଂ ଶୀତଳାପଲ୍ଲୀ ସ୍ଥିତ ଟାଟା କୋଭିଡ୍ ହସ୍ପିଟାଲ ଓ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ କୁ ୯ ଗୋଟି ଆମ୍ବୁଲାନ୍ସ୍ ଯୋଗାଇ ଦିଆଯାଇଛି ଏବଂ ଆଉ ୩ ଗୋଟି ଆମ୍ବୁଲାନ୍ସ ମହାପ୍ରୟାଣ ନିମନ୍ତେ ବ୍ୟବହାର କରାଯିବ । ଏ ଭଳି ସମୁଦାୟ ୧୦୪ ଗୋଟି ଆମ୍ବୁଲାନ୍ସ ସୋମବାର ଠାରୁ ଜିଲ୍ଲାରେ କୋଭିଡ ସେବା ପାଇଁ କାର୍ଯ୍ୟ କରିବ । 2ୟ ପର୍ଯ୍ୟାୟରେ ଆଉ ୨୨ ଗୋଟି ଆମ୍ବୁଲାନ୍ସ ଯୋଗାଇ ଦିଆଯିବ । ଯେଉଁଥିରେ ଅକ୍ସିଜେନର ମଧ୍ୟ ସୁବିଧା ଉପଲବ୍ଧ ରହିବ । ଏହି ସେବା ଗୁଡିକ ଉପଲବ୍ଧ ନିମନ୍ତେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଖୋଲାଯାଇଥିବା ପରିଚାଳନା କକ୍ଷଟି ସପ୍ତାହରେ ୨୪ ଘଣ୍ଟିଆ କାର୍ଯ୍ୟ କରିବ ।

covid 19
କୋଭିଡ କାର୍ଯ୍ୟ ନିମନ୍ତେ ଫୋନ୍ ନମ୍ବର ୦୬୮୧୧-୨୬୩୭୭୪କୁ ଟେଲିଫୋନ୍ କରି ଏହି ସେବା ହାସଲ କରିପାରିବେ

ଜନସାଧାରଣ କେବଳ କୋଭିଡ କାର୍ଯ୍ୟ ନିମନ୍ତେ ଫୋନ୍ ନମ୍ବର ୦୬୮୧୧-୨୬୩୭୭୪କୁ ଟେଲିଫୋନ୍ କରି ଏହି ସେବା ହାସଲ କରିପାରିବେ । ଏହି ଆମ୍ବୁଲାନ୍ସରେ ଡ୍ରାଇଭର୍ ଓ ରୋଗୀଙ୍କ ମଧ୍ୟରେ ପାର୍ଟିସନ୍ କରାଯାଇଛି । ଏହି ଅବସରରେ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ କୁମାର ବିଶ୍ବାଳ ଉପସ୍ଥିତ ରହିଥିଲେ । ଅନ୍ୟପଟେ ପ୍ରଶାସନର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.