ଭଞ୍ଜନଗର: ମହାପ୍ରାଣାୟ ଗାଡି ମିଳିଳାନି ,ପରିବାର ଲୋକେ କାନ୍ଧରେ ବୋହିନେଲେ ମୃତଦେହ । ଏ ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ପଦ୍ମପୁର ଗ୍ରାମରେ । ତେବେ ଏହି ଘଟଣାପରେ ବଡ଼ଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅବହେଳାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସୋରଡ଼ା ବ୍ଲକ ପଦ୍ମପୁର ଗ୍ରାମରେ ଲଷ୍ମୀ ଗୌଡ଼ ଆଜି(ବୁଧବାର) ଅସୁସ୍ଥ ହେବାରୁ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ବଡ଼ଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଭର୍ତ୍ତି କରିଥିଲେ । ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।ଚିକିତ୍ସାଧୀନ ଅବସ୍ଥାରେ ଲଷ୍ମୀଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ମୃତେଦହକୁ ଗ୍ରାମକୁ ମହାପ୍ରାଣାୟ ଗାଡିରେ ନେବା ପାଇଁ ଅପେକ୍ଷା କରିଥିଲେ । କିନ୍ତୁ ଗାଡି ନମିଳିବାରୁ ପରିବାର ଲୋକେ ମୃତଦେହକୁ କାନ୍ଧରେ ଦୁଇ କିଲୋମିଟର ପଦ୍ମପୁର ଗ୍ରାମକୁ ବୋହି ନେଇଛନ୍ତି । ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ମେଡିକାଲରେ ସବୁ ପ୍ରକାର ସୁବିଧା ଥାଇ କିପରି ମୃତଦେହକୁ କାନ୍ଧରେ ବୋହିନେଇଛନ୍ତି । ସରକାର ସ୍ବାସ୍ଥ୍ୟ ସେବା ପାଇଁ ବିଭିନ୍ନ ଯୋଜନା କରିଛନ୍ତି କିନ୍ତୁ ଲୋକଙ୍କୁ ଉପଯୁକ୍ତ ସମୟରେ ମିଳିପାରୁ ନାହିଁ ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ,ଇଟିଭି ଭାରତ