ETV Bharat / state

ପ୍ରେମ ପାଇଁ ମହାଭାରତ ! ଥାନା ଆଗରେ ମାଆ-ଝିଅ ମୁହାଁମୁହିଁ - ପ୍ରେମ ପାଇଁ ମାଆ ହୋଇଗଲା ପର

ପ୍ରେମ ପାଇଁ ମାଆ ହୋଇଗଲା ପର । ଜନ୍ମକଲା ମାଆକୁ ଥାନା ପରିସରରେ ଠେଲି ଚାଲିଗଲା ଝିଅ । ଅଧିକ ପଢ଼ନ୍ତୁ

daughter pushed her mother at police station for love in berhampur
ପ୍ରେମ ପାଇଁ ମହାଭାରତ, ଥାନା ଆଗରେ ମାଆ-ଝିଅ ମୁହାଁମୁହିଁ
author img

By

Published : Dec 8, 2022, 9:04 AM IST

ବ୍ରହ୍ମପୁର: ପ୍ରେମ ପାଇଁ ଆଗରେ ତୁଚ୍ଛ ହୋଇଗଲା ମାଆର ଭଲପାଇବା । ଜନ୍ମକଲା ମାଆକୁ ଥାନା ପରିସରରେ ଠେଲି ଚାଲିଗଲା ଝିଅ । ଏଭଳି ଏକ ଘଟଣା ସାରା ବ୍ରହ୍ମପୁର ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ‌। ସହରର ବୈଦ୍ୟନାଥପୁର ଥାନା ପରିସରରେ ଦେଖିବାକୁ ମିଳିଥିଲା ଏଭଳି ଏକ ହାଇଡ୍ରାମା ।

ପ୍ରେମ ପାଇଁ ମହାଭାରତ

ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା ଅନ୍ତର୍ଗତ ବଡବୋରସିଙ୍ଗ ଗାଁର ଗୈାରୀବାଳା ସାହୁଙ୍କ ଝିଅ ପ୍ରିୟଙ୍କା ପ୍ରିୟଦର୍ଶିନୀ ବ୍ରହ୍ମପୁର ଠାରେ ରହି ଇଞ୍ଜିନିୟରିଂ ପାଠ ପଢ଼ୁଥିଲେ । ହେଲେ ଏହାରି ମଧ୍ୟରେ ବ୍ରହ୍ମପୁର ସହରର ଏକ ପୁଅ ସହ ପ୍ରେମ ହେବା ପରେ ୨୦୨୧ ମସିହା ଜାନୁଆରୀ ୨୧ ତାରିଖରେ ଘରେ କେହି ନଥିବା ବେଳେ ଉକ୍ତ ପ୍ରେମିକ ସହ କେଉଁଆଡେ ଚାଲିଯାଇଥିଲେ । ଏନେଇ ଯୁବତୀଙ୍କ ପରିବାର ବର୍ଗ ଗାଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ । ଯାହାକି ଯୁବତୀଙ୍କୁ ଉଦ୍ଧାର ପରେ ବ୍ରହ୍ମପୁରର ସୁଧାର ଗୃହରେ ୭ ମାସ ଧରି ରଖାଯାଇଥିଲା । ପରବର୍ତ୍ତୀ ସମୟରେ ଯୁବକ ଜଣଙ୍କ କୋର୍ଟରେ ଏକ ଆଦେଶ ଅନୁସାରେ ଯୁବତୀଙ୍କୁ ନିଜ ଘରକୁ ନେଇଯାଇଥିଲେ । ଏହାରି ମଧ୍ୟରେ ୧୫ ମାସ ବିତିଯାଇଥିବାବେଳେ ଯୁବତୀଙ୍କ ପରିବାର ଝିଅକୁ ଫେରାଇ ଆଣିବା ପାଇଁ ବୈଦ୍ୟନାଥପୁର ଥାନାରେ ଅନ୍ୟ ଏକ ଅଭିଯୋଗ କରିଥିଲେ । ଏହାକୁ ନେଇ ପୋଲିସ ଯୁବତୀଙ୍କୁ ଥାନାକୁ ଆଣିଥିଲା ।

ଦୀର୍ଘ୧୫ ମାସ ପରେ ଝିଅକୁ ପାଖରେ ପାଇ ସ୍ନେହରେ କୁଣ୍ଢାଇ ଧରୁଥିବା ମାଆଙ୍କୁ ଠେଲି ଦେଇଥିଲା ଝିଅ । ଫଳରେ ସେ ସାମାନ୍ୟ ଆହତ ହୋଇଛନ୍ତି । ଥାନା ପରିସରରେ ଝିଅର ଏଭଳି ବ୍ୟବହାର ନେଇ ପରିବାର ଲୋକେ ମର୍ମାହତ ହୋଇପଡ଼ିଥିଲେ। ଏନେଇ ଯୁବତୀଙ୍କ ମାଆ କହିଛନ୍ତି, "ପ୍ରେମରେ ଫଶାଇ ଦେଇଥିବା ଯୁବକ ଜଣକ ଝିଅକୁ ବାହାର ଦେଶରେ ବିକ୍ରି କରିଦେବା ପାଇଁ ବାରମ୍ବାର ଧମକ ଦେଉଛନ୍ତି । ସେମାନଙ୍କ କଥାରେ ପଡ଼ି ଝିଅ ଏଭଳି ବ୍ୟବହାର କରୁଛି । ଯଦି ସେମାନେ ଯୋରଜବରଦସ୍ତ ରଖିଛନ୍ତି ତାହାଲେ କୋର୍ଟରେ ବିବାହ କରୁନାହାନ୍ତି କାହିଁକି ?" ସେପଟେ ଯୁବତୀଙ୍କ ବୟସ ୨୧ ବର୍ଷ ପୂରଣ ହୋଇନଥିବାରୁ ବିବାହ କରିନଥିବା କହିଛନ୍ତି ପ୍ରେମିକ । ଏପରିକି ପ୍ରାୟ ଦେଢ଼ ବର୍ଷ ହେଲା ପ୍ରେମିକ ଜଣକ ଯୁବତୀଙ୍କ ପରିବାର ଲୋକଙ୍କ ସହ ଦେଖା କରିବାକୁ ଦେଉନଥିଲେ । ଝିଅକୁ ଦେଖା କରିବା ପାଇଁ ପୁଅର ପରିବାର ଲୋକେ ୫ ଲକ୍ଷ ଦାବି କରୁଥିବା ମାଆ କହିଛନ୍ତି । ହେଲେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ପ୍ରେମିକ । ‌

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.