ETV Bharat / state

ବାସହୀନ ଲୋକଙ୍କ ମୁଣ୍ଡରେ ଛାତ ଯୋଗାଉଛି କ୍ରାଉଡ ଓଡିଶା - crowd odisha help homeless people

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ଲୋକଙ୍କୁ ଘର ଯୋଗାଉଛି କ୍ରାଉଡ ଓଡିଶା । ତେବେ ଦୌଡି ଦୌଡି ନୟାନ୍ତ ହୋଇଥିବା ଲୋକେ କ୍ରାଉଡ ଓଡିଶା ପକ୍ଷରୁ ଘର ଖଣ୍ଡେ ପାଇ ଖୁସି ବ୍ୟକ୍ତ କରିଛନ୍ତି। ଅଧିକ ପଢନ୍ତୁ...

ବାସହୀନ ଲୋକଙ୍କ ମୁଣ୍ଡରେ ଛାତ ଯୋଗାଉଛି କ୍ରାଉଡ ଓଡିଶା

author img

By

Published : Apr 10, 2021, 9:46 AM IST

ଭଞ୍ଜନଗର: ବାସହୀନଙ୍କ ଚିନ୍ତାରେ କ୍ରାଉଡ ଓଡିଶା । ଯେଉଁମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆବାସ ଯୋଜନା କିମ୍ବା ବିଜୁ ପକ୍କାଘର ଯୋଜନାରୁ ବଞ୍ଚିତ ସେମାନଙ୍କୁ ବାସଘର ଯୋଗାଉଛି ଏହି ସଂସ୍ଥା । ପଲିଥିନ ତଳେ ଦିନ କାଟୁଥିବା ଲୋକଙ୍କ ମୁଣ୍ଡରେ ଛାତର ସୁବିଧା ଯୋଗାଉଛି କ୍ରାଉଡ ଓଡିଶା।

ବାସହୀନ ଲୋକଙ୍କ ମୁଣ୍ଡରେ ଛାତ ଯୋଗାଉଛି କ୍ରାଉଡ ଓଡିଶା

ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବଡ଼କୋଦଣ୍ଡ ଗ୍ରାମର ହରିଜନ ସାହିର କନକ ନାଇକଙ୍କ ବାସଗୃହ ନିମନ୍ତେ କ୍ରାଉଡ ଓଡିଶା ତରଫରୁ ଭୂମି ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କ୍ରାଉଡ ଓଡିଶାର ଜିଲ୍ଲା ସଂଘଠକ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଆଜିଠାରୁ ତିନିମାସ ମଧ୍ୟରେ ହିତାଧିକାରୀଙ୍କୁ ଘର ସମ୍ପୂର୍ଣ୍ଣ କରି ହସ୍ତାନ୍ତର କରାଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

ଏହାସହ ଆଗକୁ ଏହିଭଳି ଭାବରେ ଜିଲ୍ଲାର ପ୍ରତି ପଞ୍ଚାୟତରେ ପଲିଥିନ ତଳେ ଥିବା ହେଉ କି ବାସଗୃହ ନ ଥିବା ଲୋକଙ୍କୁ ଚିହ୍ନଟ କରି ବାସଗୃହ ଯୋଗାଇ ଦିଆଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି । ଅନ୍ୟପଟେ କନକ ନାଇକ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ସବୁଠି ଦୌଡ଼ି ଦୌଡ଼ି ଘର ଖଣ୍ଡେ ପାଇବାରୁ ବଞ୍ଚିତ ହୋଇଥିଲେ ଏବେ କ୍ରାଉଡ ଓଡିଶା ତରଫରୁ ଘର ଖଣ୍ଡେ ପାଇଥିବାରୁ ଖୁସି ଥିବା କହିଛନ୍ତି

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.