ETV Bharat / state

ବେଲଗୁଣ୍ଠା NAC ଶ୍ମଶାନରେ କୁଢ କୁଢ ଆବର୍ଜନା, ପୁନରୁଦ୍ଧାର ପାଇଁ ଲୋକଙ୍କ ଦାବି

author img

By

Published : Oct 18, 2020, 1:25 PM IST

ଗଞ୍ଜାମର ବେଲଗୁଣ୍ଠା NAC ରେ ମୃତଦେହ ସତ୍କାର କରିବା ପାଇଁ ଲୋକମାନଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ତୁରନ୍ତ ଏହାର ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଅଧିକ ପଢନ୍ତୁ...

ବେଲଗୁଣ୍ଠା NAC ରେ ଶ୍ମଶାନରେ କୁଢ କୁଢ ଆବର୍ଜନା, ପୁନରୁଦ୍ଧାର ପାଇଁ ଲୋକଙ୍କ ଦାବି

ଭଞ୍ଜନଗର: ଶ୍ମଶାନରେ କୁଢ କୁଢ ଆବର୍ଜନା । କୌଣସି ଲୋକଙ୍କ ଦେହାନ୍ତ ପରେ ଏକ ଅବ୍ୟବସ୍ଥା ପରିବେଶ ମଧ୍ୟରେ କରାଯାଉଛି ମୃତଦେହ ସତ୍କାର । ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ଗଞ୍ଜାମର ବେଲଗୁଣ୍ଠା NACରେ ।

ବେଲଗୁଣ୍ଠା NACରେ ମୃତଦେହ ସତ୍କାର କରିବା ପାଇଁ ଲୋକମାନଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ବେଲଗୁଣ୍ଠା ସୁତୁମୁସର ରାସ୍ତାରେ ଥିବା ଶ୍ମଶାନରେ ଏବେ କୁଢ଼ କୁଢ଼ ଅଳିଆ ଗଦା କରୁଛି NAC । ଯାହା ଫଳରେ ଦୁର୍ଗନ୍ଧରେ ନାକ ଫାଟିଯାଉଛି । ଅପରିଷ୍କାର ପାଣି ଲହଡା ମାରୁଛି ସେ ଭିତରେ ଲୋକମାନେ ମୃତ ବ୍ୟକ୍ତିଙ୍କୁ ସତ୍କାର କରିବାକୁ ଆଣିଥାନ୍ତି ।

ବେଲଗୁଣ୍ଠା ସହରର 9ଟି ୱାର୍ଡର ଲୋକମାନେ ଏହି ଶ୍ମଶାନ ଉପରେ ନିର୍ଭର କରୁଥିବାବେଳେ ସହରର ଅଳିଆ ଆବର୍ଜନା NAC ଆଣି ଏଠାରେ ଗଦା କରୁଛି । ଅନ୍ୟପଟେ ଏହି ଶ୍ମଶାନର ପୁନରୁଦ୍ଧାର ପାଇଁ ସହରବାସୀ ଦାବିକରି ଆସୁଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହିଁ । ତୁରନ୍ତ ଏହାର ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.