ETV Bharat / state

ଗଞ୍ଜାମରେ କୋରୋନା ଲଢେଇ ଜୋରଦାର, ଘର ଘର ବୁଲି ଚାଲିଛି ସ୍କ୍ରିନିଂ - Doorstep screening in Ganjam

ଗଞ୍ଜାମରେ କୋରୋନା ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି । ଘର ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରାଯାଉଛି । ଏବେ ସୁଦ୍ଧା ୫ ଲକ୍ଷ ୨୦ ହଜାରରୁ ଉର୍ଦ୍ଧ୍ବ ପରିବାରର ତଥ୍ୟ ସଂଗ୍ରହ କରାଯାଇଛି । ଅଧିକ ପଢନ୍ତୁ...

Door To Door Health Screening begins In Ganjam
ଗଞ୍ଜାମରେ କୋରୋନା ଲଢେଇ ଜୋରଦାର, ଘର ଘର ବୁଲି ଚାଲିଛି ସ୍କ୍ରିନିଂ
author img

By

Published : Apr 12, 2020, 12:29 AM IST

ବ୍ରହ୍ମପୁର: କୋରୋନା ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ଜୋରଦାର ପ୍ରୟାସ ଜାରି ରହିଛି । ଆରମ୍ଭ ମେଗା ହେଲଥ ସ୍କ୍ରିନିଂ କାର୍ଯ୍ୟକ୍ରମ । ଘର ଘର ବୁଲି କରାଯାଉଛି ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ।

Door To Door Health Screening begins In Ganjam
ଘର ଘର ବୁଲି ଚାଲିଛି ସ୍କ୍ରିନିଂ

ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଚାଲିଥିବା ଏହି କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ଶିକ୍ଷକଙ୍କ ସମେତ ଅଙ୍ଗନାୱାଡି କର୍ମୀ, ହେଲପର, ସୁପରଭାଇଜରଙ୍କୁ ନେଇ ଟିମ ଗଠିତ ହୋଇଛି । ଏମାନେ ପ୍ରତ୍ୟେକଙ୍କ ଘରେ ପହଞ୍ଚି ସେମାନଙ୍କ ପରିବାରର ସଦସ୍ୟଙ୍କ ବିବରଣୀ ସହିତ ଥଣ୍ଡା, କାଶ, ଜ୍ୱର ଠାରୁ ଶ୍ୱାସ ନେବାରେ କାହାର ସମସ୍ୟା ଉପୁଜୁଛି ତାହାର ରିପୋର୍ଟ ସଂଗ୍ରହ କରୁଛନ୍ତି । ଏହା ପରେ ରିପୋର୍ଟ ଯାଞ୍ଚ କରି ଯାହାର ଚିକିତ୍ସା ଆବଶ୍ୟକ ତାଙ୍କୁ ଚିକିତ୍ସା ଯୋଗାଇଦିଆଉଛି ।

ପ୍ରଶାସନ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଏବେ ସୁଦ୍ଧା ପ୍ରାୟ ୫ ଲକ୍ଷ ୨୦ ହଜାରରୁ ଉର୍ଦ୍ଧ୍ବ ପରିବାରର ତଥ୍ୟ ସଂଗ୍ରହ କରାଯାଇଛି । ସେଥିମଧ୍ୟରୁ ବହୁ କମ ପରିମାଣର ବ୍ୟକ୍ତିବିଶେଷଙ୍କ ସାମାନ୍ୟ ଥଣ୍ଡା ଥିବା ଜଣାପଡିଥିବା ବେଳେ ମେଡିକାଲ ଟିମ୍ ତୁରନ୍ତ ଚିକିତ୍ସା କରୁଛନ୍ତି ।

ସାରା ଜିଲ୍ଲାରେ ଏହି ପ୍ରକ୍ରିୟା ଜାରି ରହିବ ଏବଂ ଏହାର ଚୁଡାନ୍ତ ରିପୋର୍ଟ ଆସିବା ପରେ କାହାର କଣ ସ୍ୱାସ୍ଥ ପରୀକ୍ଷା କରାଯିବ ତାହା ସ୍ଥିର କରାଯିବ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.