ETV Bharat / state

ଘଣ୍ଟା ଘଣ୍ଟା ପଡିରହିଲା କୋରୋନା ଯୋଦ୍ଧାଙ୍କ ମୃତଦେହ, ଖବର ପ୍ରସାରଣ ପରେ ସମ୍ମାନର ସହ ସତ୍କାର - କୋରୋନା ଯୋଦ୍ଧାଙ୍କ ମୃତଦେହକୁ ପୁଣି ଅସମ୍ମାନ

କୋରୋନା ଯୋଦ୍ଧାଙ୍କ ମୃତଦେହକୁ ଅସମ୍ମାନ । ଘଣ୍ଟା ଘଣ୍ଟା ଧରି ମେଡିକାଲ ବାହାରେ ପଡି ରହିଲା ପୋଲିସ ଏଏସଆଇଙ୍କ ମୃତଦେହ । ପୁଣି ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳରେ । ସେପଟେ ଏହି ଖବର ଗଣମାଧ୍ୟମରେ ପ୍ରସାର ହେବା ପରେ ଉଚିତ ସମ୍ମାନର ସତ୍କାର ହୋଇଛି ଏଏସଆଇଙ୍କ ମୃତଦେହ । ଅଧିକ ପଢନ୍ତୁ..

covid-fighter-body-has-been-lying-outside-the-hospital-for-hours-in-ganjam

author img

By

Published : Jul 25, 2020, 3:29 PM IST

Updated : Jul 25, 2020, 10:09 PM IST

ବ୍ରହ୍ମପୁର: ମରିଗଲା ମାନବିକତା । କୋରୋନା ଯୋଦ୍ଧାଙ୍କ ମୃତଦେହକୁ ପୁଣି ଅସମ୍ମାନ । କେହି ନଆସିବାରୁ ଘଣ୍ଟା ଘଣ୍ଟା ଧରି ମେଡିକାଲ ବାହାରେ ପଡି ରହିଲା ପୋଲିସ ଏଏସଆଇଙ୍କ ମୃତଦେହ । ପୁଣି ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳରେ ।

ଦୀର୍ଘ ସମୟ ପଡ଼ି ରହିଲା କୋରୋନା ଯୋଦ୍ଧାଙ୍କ ମୃତଦେହ, ଖବର ପ୍ରସାରଣ ପରେ ସମ୍ମାନର ସହ ସତ୍କାର

ଯେଉଁ କୋରୋନା ଯୋଦ୍ଧା ନିଜ ଜୀବନକୁ ପଛ କରି ସାଧାରଣ ଲୋକଙ୍କ ପାଇଁ ଲଢୁଥିଲେ, ଆଜି ତାଙ୍କୁ ମିଳିନି ଚାରି କାନ୍ଧ । ଏପରିକି କୋରୋନା ଭୟରେ ଧର୍ମପତ୍ନୀ ସମେତ ନିଜର ପୁଅ ବି ଏହାକୁ ଛୁଇଁ ନଥିବା ଦେଖିବାକୁ ମିଳିଛି l ସେପଟେ ଅତି ଦୟନୀୟ ଅବସ୍ଥାରେ କୋଦଳା ମେଡିକାଲ ପରିସରରେ ପଡି ରହିଥିଲା ମୃତଦେହ l

ଗଞ୍ଜାମ ଜିଲ୍ଲାର ଭଞ୍ଜନଗର କୋର୍ଟରେ କାର୍ଯ୍ୟରତ ଥିଲେ ଏଏସଆଇ ରବୀନ୍ଦ୍ରନାଥ ବେହେରା । ଦୀର୍ଘ ଦିନ ଧରି ବେଗୁନିଆପଡାରେ ରହି ଆସୁଥିବା ରବିନ୍ଦ୍ର ଗତ 4 ଦିନ ହେଲା କାଶ ଓ ଥଣ୍ଡାରେ ପୀଡିତ ଥିଲେ । ଆଉ ଏହାପରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲ ଆସିଥିଲେ । ଶୁକ୍ରବାର ତାଙ୍କ ସ୍ବାସ୍ଥ୍ୟ ଅଧିକ ଖରାପ ହେବାରୁ ସେ ବିଳମ୍ବିତ ରାତିରେ ମୃତ୍ୟୁବରଣ କରିଥିଲେ । ସମସ୍ତେ ଦେଖଣାହାରି ପାଲଟିଥିବା ବେଳେ ଦୁଇ ଜଣ ଗଣମାଧ୍ୟମ କର୍ମଚାରୀ ମୃତଦେହକୁ ଉଠାଇଥିଲେ ।

ଘଣ୍ଟା ଘଣ୍ଟା ପଡିରହିଲା କୋରୋନା ଯୋଦ୍ଧାଙ୍କ ମୃତଦେହ, ଖବର ପ୍ରସାରଣ ପରେ ସମ୍ମାନର ସହ ସତ୍କାର

ହେଲେ କୋରୋନା ସନ୍ଦେହରେ ତାଙ୍କ ଶେଷକୃତ୍ୟ ପାଇଁ କେହି ବି ନେବା କଥା ଦୂରରେ ଥାଉ ସ୍ପର୍ଶ ମଧ୍ୟ କରିନଥିଲେ । ଘଣ୍ଟା ଘଣ୍ଟା ଧରି କୋଦଳା ମେଡିକାଲ ବାହାରେ ପଡ଼ି ରହିଥିଲା ମର ଶରୀର l ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସ୍ଥାନୀୟ ପୋଲିସ ଓ ପ୍ରଶାସନର ବରିଷ୍ଠ ଅଧିକାରୀ ପହଞ୍ଚିବା ପରେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ଦିଆଯାଇଥିଲା ଶେଷ ସମ୍ମାନ ।

ସେପଟେ ଗଞ୍ଜାମରେ କୋରୋନା ଯୋଦ୍ଧାଙ୍କ ମୃତ ଦେହକୁ ଅସମ୍ମାନ ଭଳି ଖବର ରାଜ୍ୟରେ ପ୍ରଚାର ପରେ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏଥର କୋରୋନା ଯୋଦ୍ଧାଙ୍କ ମୃତ୍ୟୁ ଘଟିଲେ ଉଚିତ ସମ୍ମାନ ଦିଆଯିବ ଏବଂ ପରିବାର ଲୋକେ ଚାହିଁଲେ ଅସ୍ଥି ନେଇପାରିବେ ବୋଲି କହିଛନ୍ତି ଏସଆରସି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Jul 25, 2020, 10:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.