ETV Bharat / state

ମିଥ୍ୟା ବିଲ୍ କରି ସରକାରୀ ଅର୍ଥ ହରିଲୁଟ ଅଭିଯୋଗ

author img

By

Published : Sep 11, 2020, 2:04 PM IST

Updated : Sep 11, 2020, 4:01 PM IST

ଝିଟିକାବାଡି ଗ୍ରାମରୁ ପ୍ରାଣଦେଇପୁର ଗ୍ରାମକୁ ସଂଯୋଗୀକରଣ କରିବା ପାଇଁ ଏକ ପକ୍କା ରାସ୍ତା ନିର୍ମାଣ ସକାଶେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ମୋଟ ୪ଲକ୍ଷ ୧୭ ହଜାର ଟଙ୍କା ବ୍ୟୟ ଅଟକଳ ହୋଇଛି । ହେଲେ ସେହି ସ୍ଥାନରେ ଗୋଟିଏ ବି ଦିନ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇନାହିଁ ।

ମିଥ୍ୟା ବିଲ୍ କରି ସରକାରୀ ଅର୍ଥ ହରିଲୁଟ ଅଭିଯୋଗ
ମିଥ୍ୟା ବିଲ୍ କରି ସରକାରୀ ଅର୍ଥ ହରିଲୁଟ ଅଭିଯୋଗ

ଭଞ୍ଜନଗର:କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମର ବିକାଶ ଓ ଉନ୍ନତି କରଣ ପାଇଁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି । ହେଲେ କିଛି ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ କୌଣସି ରାସ୍ତା ନିର୍ମାଣ କାର୍ଯ୍ୟ କରାନଯାଇ ମିଥ୍ୟା ବିଲ୍ କରାଯାଇ ସରକାରୀ ଅର୍ଥ ହରିଲୁଟ କରାଯାଉଥିବା ଅଭିଯୋଗ ହୋଇଛି ।

ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ବର୍ତ୍ତିନୀ ପଞ୍ଚାୟତର ଝିଟିକାବାଡି ଗ୍ରାମରୁ ପ୍ରାଣଦେଇପୁର ଗ୍ରାମକୁ ସଂଯୋଗୀକରଣ କରିବା ପାଇଁ ଏକ ପକ୍କା ରାସ୍ତା ନିର୍ମାଣ ସକାଶେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ମୋଟ ୪ଲକ୍ଷ ୧୭ ହଜାର ଟଙ୍କା ବ୍ୟୟ ଅଟକଳ ହୋଇଛି । ହେଲେ ସେହି ସ୍ଥାନରେ ଗୋଟିଏ ବି ଦିନ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇ ହୋଇନଥିବା ବେଳେ ଦୁବ ଘାସ ଟିଏ ମଧ୍ୟ ଉପୁଡା ଯାଇନାହିଁ । ଫଳକ ଲେଖା ହୋଇଥିବାବେଳେ ତାକୁ ମଧ୍ୟ ନାଳକୁ ଫୋପଡ଼ା ଯାଇଥିବା ଦେଖିବାକୁ ମିଳିଥିଲା । ଯାହାକି ମନେରେଗାରେ ଆସିଥିବା ସରକାରୀ ଅର୍ଥକୁ ବିଭାଗୀୟ ଅଧିକାରୀ ଓ ଠିକାଦାର ମିଥ୍ୟା ବିଲ୍ କରି ପ୍ରଥମ କିସ୍ତିରେ ୧ଲକ୍ଷ ୯୧ ହଜାର ୨୮୬ ଟଙ୍କା ହଡ଼ପ କରିଥିବା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଯାହାକୁ ନେଇ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ଏକ ପ୍ରତିନିଧି ଦଳ ଝିଟିକାବାଡି ଗ୍ରାମକୁ ପରିଦର୍ଶନରେ ଯାଇ ବ୍ୟାପକ ଦୁର୍ନୀତି ହୋଇ ଥିବା ଅଭିଯୋଗ କରିଛନ୍ତି । ଅନ୍ୟପଟେ ଗ୍ରାମର କିଛି ଲୋକଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ମଧ୍ୟ ଆସିଛି ରାସ୍ତା କାମ ହୋଇନଥିବା ବେଳେ କିପରି ଟଙ୍କା ଆସିଲା ଏହାର ତଦନ୍ତ କରି ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ପକ୍ଷରୁ ଦାବି ହୋଇଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Last Updated : Sep 11, 2020, 4:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.