ETV Bharat / state

ଗଞ୍ଜାମରେ 3 ହଜାର ଶଯ୍ୟା ସହ ଅକ୍ସିଜେନ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ

author img

By

Published : Apr 26, 2021, 10:48 PM IST

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଭିଡିଓ କନଫରେନ୍ସି୍ଂ ଜରିଆରେ ଆୟୋଜିତ ବୈଠକରେ ଗଞ୍ଜାମରେ ତିନି ହଜାର ଶଯ୍ୟା ପ୍ରସ୍ତୁତ କରି ପ୍ରତ୍ୟେକ ଶଯ୍ୟା ନିକଟରେ ଅକ୍ସିଜେନ୍ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ...

ଗଞ୍ଜାମରେ 3 ହଜାର ଶର୍ଯ୍ୟା ସହ ଅକ୍ସିଜେନ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ

ଗଞ୍ଜାମ: ବ୍ରହ୍ମପୁର ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହୋଇପାରିଲେ ସଂକ୍ରମିତଙ୍କ ସଂଖ୍ୟା ନିଶ୍ଚିତ ରୂପେ କମିବ । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ବୈଠକରେ ଗଞ୍ଜାମରେ ତିନି ହଜାର ଶଯ୍ୟା ପ୍ରସ୍ତୁତ କରି ପ୍ରତ୍ୟେକ ଶଯ୍ୟା ନିକଟରେ ଅକ୍ସିଜେନ୍ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବୈଠକରେ ଯେଉଁ ଅଞ୍ଚଳରେ ସଂକ୍ରମିତ ସଂଖ୍ୟା ବୃଦ୍ଧି ହେଉଛି ସେହି ସ୍ଥାନ ଗୁଡିକୁ ମିନି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରି ଦୋକାନ ବଜାର ବନ୍ଦ ସହ ଲୋକଙ୍କ ଚଳପ୍ରଚଳକୁ ବାରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହି ସବୁ ସ୍ଥାନମାନଙ୍କରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇବା ବ୍ୟବସ୍ଥା କରିବାକୁ କୁହାଯାଇଥିଲେ ।

ପ୍ରତ୍ୟାବର୍ତ୍ତନ କରୁଥିବା ପ୍ରବାସୀମାନଙ୍କର ପଞ୍ଜୀକରଣ ଓ ସେମାନଙ୍କୁ ସଙ୍ଗରୋଧରେ ରଖି ସେମାନଙ୍କର ସମସ୍ତ ସୁବିଧା ନିମନ୍ତେ ପଞ୍ଚାୟତ ସ୍ତରରେ ଜନ ପ୍ରତିନିଧି ଏବଂ ସରପଞ୍ଚଙ୍କୁ ସଂପୃକ୍ତ କରାଇ ସୁପରିଚାଳନା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ ଜିଲ୍ଲାପାଳ ।

କୋଭିଡ୍ ସେଲ୍ କେନ୍ଦ୍ରର ଦୁଇ ଗୋଟି ନମ୍ବର ଜନ ସାଧାରଣଙ୍କ ଅବଗତି ନିମନ୍ତେ ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସଂକ୍ରମିତ ବ୍ୟକ୍ତିଙ୍କ କୋଭିଡ୍ କେନ୍ଦ୍ରରେ ରଖି ଚିକିତ୍ସା କରାଯାଉଛି । ସେମାନଙ୍କ ସମ୍ପର୍କିୟଗଣ ଯେମିତି ଚିକିତ୍ସିତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟଗତ ସୂଚନା ବରାବର ପାଇବେ ସେ ସମ୍ପର୍କରେ ବ୍ୟବସ୍ଥା ଓ ଟେଲିଫୋନର ବ୍ୟବସ୍ଥା କରିବାକୁ ଜଣାଇଥିଲେ।

କୋଭିଡ୍ ସେଲ୍‌ କେନ୍ଦ୍ରକୁ ଆସୁଥିବା ଫୋନ୍ କଲକୁ ଅବହେଳା ନକରି ସଠିକ୍ ଉତ୍ତର ଦେବାକୁ ପରାମର୍ଶ ଦେଇଥିଲେ । ଗ୍ରୀନ୍ ଜୋନ୍ ଚିହ୍ନଟ କରି ସଂକ୍ରମଣରୁ ରକ୍ଷା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉ ଏବଂ ରେଡ୍ ଜୋନ୍ କୁ କଣ୍ଟେନମେଣ୍ଟ ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

କୋରୋନା ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ଠାରୁ ପ୍ଲାଜମା ସଂଗ୍ରହ କାର୍ଯ୍ୟ ପୂର୍ବପରି ତ୍ବରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ବଜାର ଅଞ୍ଚଳରେ ବ୍ୟବସାୟୀଗଣ ଯଦି କୋଭିଡ୍ ନିୟମ ଅନୁପାଳନ
କରନ୍ତିନାହିଁ, ତେବେ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯିବ ।

ଜିଲ୍ଲାବାସୀ ନିଜ ଘରେ ହିଁ ଖାଦ୍ୟ ସେବନ କରନ୍ତୁ । ବାହାରେ ଖାଦ୍ୟ ସେବନ କରି ନିଜକୁ ସଂକ୍ରମିତ କରନ୍ତୁ ନାହିଁ ବୋଲି ଅନୁରୋଧ କରାଯାଇଛି । ଗୋଟିଏ ପରିବା ଦୋକାନ ଠାରୁ ଆଉ ଗୋଟିଏ ପରିବା ଦୋକାନ ମଧ୍ୟରେ ନିହାତି ଭାବେ ତିନି ମିଟର ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ସମସ୍ତ କାର୍ଯ୍ୟାଳୟରେ କୋଭିଡ୍ କଟକଣା ଅନୁପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରାକୃତିକ ମୃତ୍ୟୁରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତି କୋରୋନା ସଂକ୍ରମିତ ନଥାନ୍ତି ।

ଏଣୁ ତାଙ୍କର ମୃତଦେହ ସତ୍କାର କାର୍ଯ୍ୟରେ କୁଳ ସମାଜ ସହଯୋଗ କରନ୍ତୁ ବୋଲି ଜଣାଇଥିଲେ । ସମସ୍ତ ବ୍ଲକ୍ ଅଞ୍ଚଳରେ ଟେଲି ମେଡିସିନ୍ ସେବା ଆରମ୍ଭ କରାଯିବ । ଏକାନ୍ତବାସରେ ରହି ଚିକିତ୍ସିତ ହେଉଥିବା ସଂକ୍ରମିତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଅବସ୍ଥା ଓ ସେମାନଙ୍କ ଭଲମନ୍ଦ କଥା ଟେଲିଫୋନ୍‌ ମାଧ୍ୟମରେ ପଚାରି ବୁଝିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । କୋରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କୁ ପରିବାରବର୍ଗଙ୍କ ସହଯୋଗ କ୍ରମେ ସମ୍ମାନର ସହ ଯାହା ପ୍ରଥା ଅଛି ତାହା ଅନୁପାଳନ କରି ତାଙ୍କର ମୃତଦେହ କାର୍ଯ୍ୟ ଠିକ୍ ରୂପେ ବିଳମ୍ବ ନ କରି କରିବାକୁ ଜଣାଇଥିଲେ ।

ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର ଡ. ସିଦ୍ଧେଶ୍ବର ବଳିରାମ ବନ୍ଦାର, ବ୍ରହ୍ମପୁର ଉପଜିଲ୍ଲାପାଳ ଓ କୀର୍ତ୍ତି ଓ୍ବାସନ୍, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଅମୀୟ କୁମାର ସାହୁ, ଉପଜିଲ୍ଲାପାଳ ଛତ୍ରପୁର ପ୍ରିୟ ରଞ୍ଜନ ପୃଷ୍ଟି, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ସଚ୍ଚିବ ସମ୍ବିତ ରାଉତ୍‌, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଉମାଶଙ୍କର ମିଶ୍ର, ଏମ୍.କେ.ସି.ଜି.ର ପ୍ରଶାସନିକ ଅଧିକାରୀ ସଚ୍ଚିଦାନନ୍ଦ ନାୟକ, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ପ୍ରକଳ୍ପ ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ, ପ୍ରମୁଖ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.