ETV Bharat / state

ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା - ଗଞ୍ଜାମ

ପାଟପୁର ଥାନା ଅନ୍ତର୍ଗତ ଜିଉରା ପଞ୍ଚାୟତର ସାମନ୍ତରାୟପୁର କଂଗ୍ରେସ ପଡିଆଠାରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ସମ୍ବର୍ଦ୍ଧନା କରିଛନ୍ତି ଦଳୀୟ କର୍ମୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Jun 10, 2019, 3:14 AM IST

ବ୍ରହ୍ମପୁର: ପାଟପୁର ଥାନା ଅନ୍ତର୍ଗତ ଜିଉରା ପଞ୍ଚାୟତର ସାମନ୍ତରାୟପୁର କଂଗ୍ରେସ ପଡିଆଠାରେ ସାନଖେମୁଣ୍ଡି ବିଧାୟକ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ନେଇ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

୫୯ ନଂ ଜୋନ ସଭାପତି ବାବୁଲା ଦୋରାଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ନିର୍ବାଚନ ମଣ୍ଡଳୀର ଦଶ ହଜାରରୁ ଊର୍ଦ୍ଧ୍ବ କଂଗ୍ରେସ କର୍ମୀମାନେ ଉପସ୍ଥିତ ରହି ପାଟପୁର ଗାନ୍ଧୀ ଛକ ଠାରୁ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ସଭାମଞ୍ଚକୁ ପାଛୋଟି ନେଇଥିଲେ । ଚଳିତ ନିର୍ବାଚନରେ ବିଧାୟକ ରମେଶ ଜେନା ବିଜୟୀ ଲାଭ କରିଥିବାରୁ ସାନଖେମୁଣ୍ଡିର ବିଧାୟକ ଜେନା ନିଜ ଅଭିଭାଷଣରେ ଖୁସି ଜାହିର କରିଥିଲେ । ସାନଖେମୁଣ୍ଡି ଲୋକମାନଙ୍କ ଭଲ ପାଇବା ମୋତେ ମୋ ସଫଳତାର ଶୀର୍ଷରେ ପହଞ୍ଚାଇପାରିଛି ଏବଂ ସାନଖେମୁଣ୍ଡି ଅଞ୍ଚଳର ବିକାଶ ପାଇଁ ସଂଗ୍ରାମ ଜାରି ରଖିବା ସହ ପ୍ରତ୍ୟେକ ଗ୍ରାମକୁ ବୁଲିବୁଲି ଲୋକମାନଙ୍କ ପାଖରେ ରହିଥିବା ସମସ୍ୟାକୁ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ କଂଗ୍ରେସର ବହୁ କର୍ମକର୍ତ୍ତାଙ୍କ ସମେତ ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ରହିଥିଲେ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.