ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ମାରାଥନ ରୋଡ ଶୋ, କମ୍ପିଲା ଗଞ୍ଜାମ - ମୁଖ୍ୟମନ୍ତ୍ରୀ

ଦିନିକିଆ ଗଞ୍ଜାମ ଗସ୍ତରେ ଆସି ମାରାଥନ ରୋଡ ଶୋ ସହ ପ୍ରଚାର ମଇଦାନକୁ ସରଗରମ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶନିବାର ଧରାକୋଟରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବା ପରେ ସୋରଡାଠାରେ ଆୟୋଜିତ ମୋଗା ରୋଡ ଶୋ’ରେ ମଧ୍ୟ ହେଲେ ସାମିଲ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର
author img

By

Published : Apr 13, 2019, 6:12 PM IST

ଗଞ୍ଜାମ: ଦିନିକିଆ ଗଞ୍ଜାମ ଗସ୍ତରେ ଆସି ମାରାଥନ ରୋଡ ଶୋ ସହ ପ୍ରଚାର ମଇଦାନକୁ ସରଗରମ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶନିବାର ଧରାକୋଟରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବା ପରେ ସୋରଡାଠାରେ ଆୟୋଜିତ ମୋଗା ରୋଡ ଶୋ’ରେ ମଧ୍ୟ ହେଲେ ସାମିଲ । ଏନେଇ ଦେଖାଦେଇଥିଲା ବିଭିନ୍ନ ଦଳୀୟ ନେତା ଓ ପ୍ରାର୍ଥୀଙ୍କ ଭିଡ । କେବଳ ସେତିକି ନୁହେଁ, ଦଳୀୟ ନୀତିରେ ପ୍ରଭାବିତ ହୋଇ ଦଳରେ ଯୋଗ ଦେଇଛନ୍ତି ବିଜେପିର ଆଶାୟୀ ସାଂସଦ ପ୍ରାର୍ଥୀ ସୁଧାଂଶୁ ଶେଖର ଗୌଡ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ସୂଚନା ଅନୁଯାୟୀ ଶନିବାର ସ୍ଥାନୀୟ ହାଇସ୍କୁଲ ପଡିଆରେ ଥିବା ହେଲିପ୍ୟାଡ୍‌ରେ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ତାଙ୍କୁ ଏକ ସ୍ବତନ୍ତ୍ର ବସ୍‌ ଯୋଗେ ବ୍ଲକ ଛକ ଦେଇ ମେନ ରୋଡକୁ ନିଆଯାଇଥିଲା । ତେବେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ପହଞ୍ଚିଥିଲେ ଭଞ୍ଜନଗର ବିଧାୟକ ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ ଓ ସୋରଡା ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ସମତେ ଅନେକ ଦଳୀୟ ନେତା ।

ମେନ ରୋଡରେ ପହଞ୍ଚିବା ପରେ ସାଧାରଣ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେବା ପରେ କୁଲାଙ୍ଗି, ଲାଠିପଡା, ବଡବୋରସିଂ ଗୋବରା ଓ କ୍ଷତ୍ରିୟପୁର ରୋଡ ଶୋ’ରେ ଯୋଗ ଦେଇଥିଲେ । ଯେଉଁଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଜମିଥିଲା ଶହ ଶହ ଲୋକଙ୍କ ଭିଡ । ଏହି ଅବସରରେ ବିଜେପିର ଆଶାୟୀ ସାଂସଦ ପ୍ରାର୍ଥୀ ସୁଧାଂଶୁ ଶେଖର ଗୌଡ ନିଜର ଦୁଇ ହଜାର ସମର୍ଥକଙ୍କ ସହ ଦଳରେ ସାମିଲ ହୋଇଥିଲେ ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ମାରାଥନ ପ୍ରଚାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ଦଳକୁ କେତେ ଫାଇଦା ଦେଉଛି, ତାହା ଦେଖିବାକୁ ବାକି ରହିଲା ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.