ETV Bharat / state

ନକଲି ଡାକ୍ତରଙ୍କ ପରେ ଅସଲି ଫାର୍ମାସିଷ୍ଟ: ବେଆଇନ କ୍ଲିନିକ୍‌ ସିଲ୍ - pharmacist running clinic without permission

ନକଲି ଡାକ୍ତର ଗିରଫ ପରେ ପୁଣି ଜଣେ ଫାର୍ମାସିଷ୍ଟଙ୍କ କ୍ଲିନିକ ଉପରେ ଚଢ଼ାଉ କରି ସିଲ୍ କରିଛି ପୋଲିସ। ଅସଲି ଫାର୍ମାସିଷ୍ଟଙ୍କ ବେଆଇନ କ୍ଲିନିକରେ ପ୍ରତ୍ୟେକ ଦିନ ମହିଳାଙ୍କ ସ୍ବାସ୍ଥ୍ୟ ଓ ରୋଗ ଚିକିତ୍ସା କରାଯାଉଥିବା ଜାଣିବାକୁ ମିଳିଛି । ଅଧିକ ପଢନ୍ତୁ

ବେଆଇନ କ୍ଲିନିକ ସିଲ୍
ବେଆଇନ କ୍ଲିନିକ ସିଲ୍
author img

By

Published : Jul 20, 2023, 10:29 PM IST

ବ୍ରହ୍ମପୁର: ଦିଗପହଣ୍ଡି ଥାନା ଅଞ୍ଚଳରୁ ନକଲି ଡାକ୍ତର ଗିରଫ ପରେ ପୁଣି ଜଣେ ଫାର୍ମାସିଷ୍ଟଙ୍କ କ୍ଲିନିକ ଉପରେ ଚଢ଼ାଉ କରି ସିଲ୍ କରିଛି ପୋଲିସ। ଦିଗପହଣ୍ଡି ଥାନା ଅନ୍ତର୍ଗତ ଡ଼େଙ୍ଗାଓସ୍ତା-ଭୀଷ୍ମଗିରି ରୋଡରେ ରହିଥିବା ଭରତ ଡେଣ୍ଟାଲ କ୍ଲିନିକ ବିନା କାଗଜପତ୍ରରେ ଚାଲିଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ଏହି ସମୟରେ କୌଣସି କ୍ଲିନିକ୍ ଖୋଲିବା ପାଇଁ ଅନୁମତି ଥିବା କାଗଜପତ୍ର ଦେଖାଇ ନପାରିବାରୁ କ୍ଲିନିକକୁ ସିଲ୍ କରାଯାଇଛି । ଯାହାକି ଏଭଳି ଘରୋଇ କ୍ଳିନିକ୍‌ ପରିଚାଳନା କରୁଥିବା ଫାର୍ମାସିଷ୍ଟ ତାପସ ବିଶ୍ୱାଳଙ୍କୁ ପଚରାଉଚରା କରାଯାଇଛି । ଅସଲି ଫାର୍ମାସିଷ୍ଟଙ୍କ ବେଆଇନ କ୍ଲିନିକରେ ପ୍ରତ୍ୟେକ ଦିନ ମହିଳାଙ୍କ ସ୍ବାସ୍ଥ୍ୟ ଓ ରୋଗ ଚିକିତ୍ସା କରାଯାଉଥିବା ଜାଣିବାକୁ ମିଳିଛି ।

ଡ଼େଙ୍ଗାଉସ୍ତା-ଭୀଷ୍ମଗିରି ରୋଡ୍‌ରେ ରହିଥିବା ଭରତ ଡେଣ୍ଟାଲ୍‌ କ୍ଲିନିକ୍‌ରେ ସାନଖେମୁଣ୍ଡି ତହସିଲଦାର ଡାକ୍ତର ଶ୍ରୀନିବାସ ବେହେରା ଓ ଆଡ଼ପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେଦ୍ରର ଅଧିକାରୀ ଡାକ୍ତର ବାହନ ଦାସଙ୍କ ନେତୃତ୍ୱରେ ଏହି ଚଢ଼ାଉ ଜାରି କରାଯାଇଥିଲା । କ୍ଲିନିକ ଚଳାଉଥିବା ଫାର୍ମାସିଷ୍ଟ ତାପସ ବିଶ୍ୱାଳଙ୍କୁ ପଚରାଉଚରା ପରେ କ୍ଲିନିକ୍‌କୁ ସିଲ୍‌ କରିଛି ପ୍ରଶାସନ । ଏନେଇ ପୋଲିସ କିମ୍ବା ପ୍ରଶାସନ ପକ୍ଷରୁ ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇନାହିଁ । ଏହାସହ ଗତ ରବିବାର ଦିନ ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଅନ୍ତର୍ଗତ ଡେଙ୍ଗାଓସ୍ତା ଗାଁରେ ଡାକ୍ତର ପରିଚୟ ଦେଇ ବିଭିନ୍ନ ରୋଗୀଙ୍କୁ ଚିକିତ୍ସା କରି ଆସିୁଥିବା ଜଣେ ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡାକୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ ।

ସ୍ଥାନୀୟ ଅଞ୍ଚଳରେ ସରକାରଙ୍କ ସ୍ୱାସ୍ଥ୍ୟକର୍ମୀ ଭାବରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତିଙ୍କ ଘରେ ଚାଲିଥିବା ବେଆଇନ କ୍ଲିନିକ୍ ଉପରେ ପୋଲିସ ଚଢ଼ାଉ କରିବା ସହ ନକଲି ସାର୍ଟିଫିକେଟ୍‌ ସହିତ ବିଭିନ୍ନ ସାମଗ୍ରୀ ଜବତ କରିଥିଲା । ଏହାସହ ଗିରଫ ନକଲି ଡାକ୍ତରଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗିରଫ ଡାକ୍ତର ଜଣଙ୍କ ଗତ ଦୁଇରୁ ତିନି ବର୍ଷ ଧରି ଡାକ୍ତର ପରିଚୟ ଦେଇ ବିଭିନ୍ନ ରୋଗୀଙ୍କୁ ଚିକିତ୍ସା କରି ଆସୁଥିବା ଜାଣିବାକୁ ପାଇଥିଲା ପୋଲିସ । ଏହା ମଧ୍ୟ ପଢନ୍ତୁ...ଦିଗପହଣ୍ଡି ଓ କଟକରେ ରେଡ୍: ଅସଲି ରୋଗୀ ଦେଖୁଥିଲେ ନକଲି ଡ଼ାକ୍ତର, ପୂର୍ବରୁ ବାନ୍ଧିଥିଲା ତେଲେଙ୍ଗାନା ପୋଲିସ

ଜଣେ ରୋଗୀଙ୍କ ସଂପର୍କୀୟ ଡାକ୍ତରଙ୍କ ଉପରେ ସନ୍ଦେହ କରି ଦିଗପହଣ୍ଡି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ନକଲି ଡାକ୍ତରଙ୍କ କାର ସମେତ ଆଧାରକାର୍ଡ, ପ୍ରେସକ୍ରିପ୍‌ସନ ପ୍ୟାଡ୍, ନକଲି ମେଡିକାଲ ପାସ୍ ପ୍ରମାଣପତ୍ର, ଡାକ୍ତରଙ୍କ ଭିଜିଟିଂ କାର୍ଡ ସମେତ ଚିକିତ୍ସା ଉପକରଣ ଏବଂ ବହୁ ମାତ୍ରାରେ ମେଡିସିନକୁ ଜବତ କରି କୋର୍ଟଚାଲାଣ କରାଯାଇଥିଲା । ନକଲି ଡାକ୍ତର ଶୁଭ୍ରଜିତଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ସେ ଗଞ୍ଜାମ ଜିଲ୍ଲାର ଆସିକା, ଦିଗପହଣ୍ଡି ଥାନା ଅନ୍ତର୍ଗତ ଆଡପଡା ଏବଂ କଟକରେ ମଧ୍ୟ ଚିକିତ୍ସା କରିଆସୁଥିବା ଜଣାପଡିଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.