ବ୍ରହ୍ମପୁର: ବର ଗଛର ପତ୍ରରେ ଖ୍ରୀଷ୍ଟମାସର ଶୁଭେଚ୍ଛା ବାର୍ତ୍ତା । ନିଜର କଳାକୃତି ମାଧ୍ୟମରେ ଖ୍ରୀଷ୍ଟମାସ ପାଇଁ ଏଭଳି ବାର୍ତ୍ତା ଦେଇଛନ୍ତି ବ୍ରହ୍ମପୁରର ସତ୍ୟ ମହାରଣା ।
ଚଳିତବର୍ଷ କୋଭିଡ କଟକଣା ଯୋଗୁଁ ସାମୁହିକ ଭାବରେ ଚର୍ଚ୍ଚରେ ଏକାଠି ହେବାକୁ ବାରଣ କରାଯାଇଥିବା ବେଳେ ସତ୍ୟ ନିଜର କଳାକୃତିରେ ଘରେ ରହି ଏହାକୁ ପାଳନ କରିବାକୁ ଆହ୍ବାନ କରିଛନ୍ତି ।
ପ୍ରତ୍ୟେକ ବର୍ଷ ଡିସେମ୍ବର ମାସର ୨୫ ତାରିଖକୁ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନକୁ ବଡଦିନ ଭାବରେ ପାଳନ କରିଥାନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ