ETV Bharat / state

କଅଁଳ ବୟସରେ କୁନି କ୍ରିକେଟରଙ୍କ କମାଲ, କରୁଛନ୍ତି ଚମତ୍କାର ବ୍ୟାଟିଂ - ଚମତ୍କାର ବ୍ୟାଟିଂ କୌଶଳ ପାଇଁ ପରିଚିତ ଆହ୍ବାନ ମଲ୍ଲ

ମହେନ୍ଦ୍ର ସିଂହ ଧୋନି ହେଉଛନ୍ତି ତାଙ୍କ ଆଦର୍ଶ । କଅଁଳ ବୟସରେ ହାତରେ ବ୍ୟାଟ୍‌ ଧରି ଦେଇଛନ୍ତି ନିଜ ପ୍ରତିଭାର ପରିଚୟ । ଏମିତି ବ୍ୟାଟିଂ ଷ୍ଟାଇଲ ଯେ ଗୋଟିଏ ବଲ୍‌ ମିସ୍‌ କରୁନାହାନ୍ତି । ଅଧିକ ପଢ଼ନ୍ତୁ

କଅଁଳ ବୟସରେ କୁନି କ୍ରିକେଟରଙ୍କ କମାଲ, କରୁଛନ୍ତି ଚମତ୍କାର ବ୍ୟାଟିଂ

author img

By

Published : Apr 24, 2022, 8:30 PM IST

ଗଞ୍ଜାମ: ଖନେଇ ଖନେଇ କଥା କହୁଛନ୍ତି । ବୟସ ମାତ୍ର ୩ ବର୍ଷ ୯ ମାସ । ଏତେ କମ୍‌ ବୟସରେ ସେ ନିଜ ବ୍ୟାଟିଂ କରିବା ପ୍ରତିଭାରେ ପ୍ରତ୍ୟେକଙ୍କୁ ପ୍ରଭାବିତ କରିଛନ୍ତି । ସେ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ନୟନବିହାରର ପ୍ରାଜ୍ଞ ବେଦବ୍ୟାସ ଓ ଆଶାଲତାଙ୍କ ସୁପୁତ୍ର ଆହ୍ବାନ ମଲ୍ଲ । ଏତେ କମ୍‌ ବୟସରେ ଆହ୍ବାନଙ୍କ ପାଖରେ ବ୍ୟାଟିଂ ପ୍ରାୟ ସମସ୍ତ କୌଶଳ ଦେଖିବାକୁ ମଳିଛି । ସତେ ଯେମିତି ସବୁ ସଟ୍‌ ତାଙ୍କୁ ଜଣା ।

କଅଁଳ ବୟସରେ କୁନି କ୍ରିକେଟରଙ୍କ କମାଲ, କରୁଛନ୍ତି ଚମତ୍କାର ବ୍ୟାଟିଂ

ଆହ୍ବାନଙ୍କ ପ୍ରତିଭା ପ୍ରଥମେ ଖୋଜି ବାହାର କରିଥିଲେ ତାଙ୍କ ବାପା । ଦୁଇ ବର୍ଷ ବୟସ ବେଳେ ଆହ୍ବାନଙ୍କୁ ଦିନେ ବୋଲିଂ କରୁଥିଲେ ତାଙ୍କ ବାପା । ସେ ସମୟରେ ସେ ଅନୁଧ୍ୟାନ କଲେ ଆହ୍ବାନ ଗୋଟିଏ ମଧ୍ୟ ବଲ୍‌ ମିସ୍‌ କରୁନାହାନ୍ତି । ତା ସହିତ ଫୁଟ୍‌ୱାର୍କ ମଧ୍ୟ ଚମତ୍କାର ରହୁଛି । କଅଁଳ ବୟସରେ ସେ ଷ୍ଟ୍ରେଟ୍‌ ଡ୍ରାଇଭରୁ ଆରମ୍ଭ କରି କଭର ଡ୍ରାଇଭ ସମସ୍ତ ସଟ୍‌ ଖେଳୁଛନ୍ତି । ଏଥିପାଇଁ ସେ କୌଣସି ତାଲିମ ନେଇ ନାହନ୍ତି ।

ଟିଭିରେ କ୍ରିକେଟ ଦେଖି ସେ ବ୍ୟାଟିଂ ପ୍ରତି ଆଗ୍ରହୀ ହୋଇଛନ୍ତି । ବଡ଼ ହେଲେ କିମ୍ବଦନ୍ତୀ କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କ ଭଳି କ୍ରିକେଟର ହେବାକୁ ସେ ଲକ୍ଷ୍ୟ ରଖିଛନ୍ତି । ଧୋନିଙ୍କ ସହ ବିରାଟ କୋହଲିଙ୍କ ମଧ୍ୟ ବଡ଼ ଫ୍ୟାନ ହେଉଛନ୍ତି ଆହ୍ବାନ ।

ଆହ୍ବାନଙ୍କ ବ୍ୟାଟିଂ ପ୍ରତିଭା ଦେଖିବା ପରେ ପରିବାର ବର୍ଗ ସମସ୍ତ ପ୍ରକାର କ୍ରିକେଟ ଯୋଗାଇ ଦେଇଛନ୍ତି । ଦିନକୁ ଦୁଇ ଓଳା ଅଭ୍ୟାସ କରାଉଛନ୍ତି ଆହ୍ବାନଙ୍କ ବାପା । ତା ସହିତ ତାଙ୍କ ମାମୁଁ ମଧ୍ୟ ତାଲିମ୍‌ ଦେଉଛନ୍ତି । କହିବାକୁ ଗଲେ ଆହ୍ବାନଙ୍କୁ ପରିବାର ପକ୍ଷରୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି । ଆଗାମୀ ଦିନରେ ଆହ୍ବାନଙ୍କ ପାଇଁ ଯାହା ବି ଆବଶ୍ୟକତା ହେବ, ତାହା ଯୋଗାଇ ଦିଆଯିବ ବୋଲି କହିଛନ୍ତି ତାଙ୍କ ବାପା ।

କେନ୍ଦ୍ରାପଡ଼ାରେ ଆହ୍ବାନଙ୍କ ଘର ହୋଇଥିଲେ ସୁଦ୍ଧା ବର୍ତ୍ତମାନ ସେ ଅଧିକାଂଶ ସମୟ ତାଙ୍କ ମାମୁଁ ଘର ଗଞ୍ଜାମ ଜିଲ୍ଲାର ଚିକିଟି ଅଞ୍ଚଳରେ ରହି ଆସୁଛନ୍ତି । ସେଠାରେ ଛାତ ଉପରେ ନେଟ୍‌ ବାନ୍ଧି ପୁଅର ବ୍ୟାଟିଂ ଅଭ୍ୟାସ କରାଉଛନ୍ତି ତାଙ୍କ ବାପା । ଆହ୍ବାନଙ୍କ ପ୍ରତିଭା ଦେଖି ପରିବାର ଲୋକେ ବେଶ୍‌ ଖୁସି ଜାହିର କରିଛନ୍ତି । ଭବିଷ୍ୟତରେ ଜଣେ ଅନ୍ତର୍ଜାତୀୟ କ୍ରିକେଟର ହେବାକୁ ଲକ୍ଷ୍ୟ ରଖିଛନ୍ତି ଆହ୍ବାନ । ତାଙ୍କ ନିଷ୍ଠା ଓ ଅଭ୍ୟାସ ଦେଖିଲେ ସେ ନିଶ୍ଚେ ସଫଳ ହେବେ ବୋଲି ଆଶା କରାଯାଉଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଓ କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.