ETV Bharat / state

ଜାତୀୟ ପୁରସ୍କାର ପାଇବେ ଛତ୍ରପୁରର ଶିକ୍ଷକ ଅଜିତ ସେଠୀ - ganjam district news

ଭାରତ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ଜାତୀୟ ସ୍ତରରେ ସମ୍ମାନୀତ ହେବେ ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ବ୍ଲକର କଣମଣା ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜିତ କୁମାର ସେଠୀ । କେନ୍ଦ୍ର ଶିକ୍ଷା ନିର୍ଦ୍ଦେଶାଳୟ ଚିଠି ଲେଖି ଦେଲା ସୂଚନା । ଅଧିକ ପଢନ୍ତୁ ...

ଜାତୀୟ ସ୍ତରୀୟ ପୁରସ୍କାର ପାଇଁ ମନୋନୀତ ହେଲେ ଛତ୍ରପୁରର ଶିକ୍ଷକ ଅଜିତ ସେଠୀ

author img

By

Published : Aug 19, 2021, 9:01 PM IST

ବ୍ରହ୍ମପୁର: ଭାରତ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ଜାତୀୟ ସ୍ତରରେ ସମ୍ମାନୀତ ହେବେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ବ୍ଲକର କଣମଣା ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅଜିତ କୁମାର ସେଠୀ । ସାରା ଦେଶରେ ୪୪ ଜଣ ଶିକ୍ଷକଙ୍କୁ ଏହି ସମ୍ମାନଜନକ ପୁରସ୍କାର ମନୋନିତ କରାଯାଇ ଥିବାବେଳେ ଏଥିମଧ୍ୟରେ ଓଡିଶାରୁ 2 ଜଣ ଶିକ୍ଷକ ରହିଛନ୍ତି । ଅଜିତଙ୍କ ସମେତ ଭଦ୍ରକ ଜିଲ୍ଲା ସରକାରୀ ବିଦ୍ୟାଳୟର ଶିକ୍ଷକ ଅଶୋକ କୁମାର ଶତପଥୀ ମଧ୍ୟ ଏହି ସମ୍ମାନ ପାଇଁ ମନୋନିତ ତାଲିକାରେ ସ୍ଥାନିତ ହୋଇଛନ୍ତି।

ଜାତୀୟ ସ୍ତରୀୟ ପୁରସ୍କାର ପାଇଁ ମନୋନୀତ ହେଲେ ଛତ୍ରପୁରର ଶିକ୍ଷକ ଅଜିତ ସେଠୀ
ଜାତୀୟ ସ୍ତରୀୟ ପୁରସ୍କାର ପାଇଁ ମନୋନୀତ ହେଲେ ଛତ୍ରପୁରର ଶିକ୍ଷକ ଅଜିତ ସେଠୀ

ଜାତୀୟ ଶିକ୍ଷା ନିର୍ଦ୍ଧେଶକ ଜି.ବିଜୟ ଭାସ୍କରଙ୍କ ସ୍ବାକ୍ଷର ରହିଥିବା ଏକ ପତ୍ର ଶିକ୍ଷକ ଅଜିତ ସେଠୀ ପାଇଥିବାବେଳେ ଏକ ଟିମ ଖୁବଶ୍ରୀଘ୍ର ଆସି ତାଙ୍କୁ ସାକ୍ଷାତ କରିବେ ବୋଲି ଚିଠିରେ ଉଲ୍ଲେଖ ରହିଛି । ପୂର୍ବରୁ କଣମଣା ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅଜିତ କୁମାର ସେଠୀ ବିଦ୍ୟାଳୟରେ ଶିକ୍ଷାଦାନ ଠାରୁ ଆରମ୍ଭ କରି ସଙ୍ଗୀତ ମାଧ୍ୟମରେ ସଚେତନତା କରିଥିଲେ । ଏଥିପାଇଁ ସେ ଜିଲ୍ଲାସ୍ତର ଠାରୁ ଆରମ୍ଭ କରି ରାଜ୍ୟସ୍ତରରେ ସମ୍ମାନୀତ ମଧ୍ୟ ହୋଇସାରିଛନ୍ତି । ସେ ଏକାଧିକ ପୁସ୍ତକ ମଧ୍ୟ ରଚନା କରିସାରିଛନ୍ତି । ତାଙ୍କ ଦ୍ବାରା ରଚିତ ‘ସ୍ବୟଂସିଦ୍ଧା’ , ନିର୍ଭୟା କଢି ସଙ୍ଗୀତ ବେଶ୍ ଆଦୃତ ହୋଇ ଥିବାବେଳେ ପିଲାଙ୍କ ନୈତିକ ଶିକ୍ଷା ପାଇଁ ‘ହେ ଠାକୁର କ୍ଷମା କର’ ଏବଂ ଜାତୀୟତାବୋଧ ସଙ୍ଗୀତ ‘ମୋ ଓଡିଶା’କୁ ଅଧିକ ଲୋକପ୍ରିୟତା ମିଳିଥିଲା।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.