ETV Bharat / state

ଚୈତ୍ର ମାସର ପ୍ରଥମ ମଙ୍ଗଳବାର, ମା’ ତାରାତାରିଣୀଙ୍କ ପୀଠରେ ଭକ୍ତଙ୍କ ଭିଡ - Chaitra Yatra Maa Taratarini

ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର । କୋଭିଡ କଟକଣା ସହ ତାରା-ତାରିଣୀଙ୍କ ଚୈତ୍ରପର୍ବ ଆରମ୍ଭ ହୋଇଛି । ଯାତ୍ରା ପୁର୍ବରୁ ସେବାୟତଙ୍କ ଆଂଟିଜେନ ଟେଷ୍ଟ କରାଯାଇଥିବା ବେଳେ ଭକ୍ତଙ୍କ ଆଗମନ ଓ ସେମାନଙ୍କ ସୁରକ୍ଷା ଉପରେ ରହିଛି କଡା ନଜର । ଅଧିକ ପଢନ୍ତୁ..

ଚୈତ୍ର ମାସର ପ୍ରଥମ ମଙ୍ଗଳବାର,  ମା’ ତାରାତାରିଣୀଙ୍କ ପୀଠରେ ଭକ୍ତଙ୍କ ଭିଡ

author img

By

Published : Mar 30, 2021, 10:38 PM IST

ବ୍ରହ୍ମପୁର: ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର । ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ପୀଠରେ ଚୈତ୍ର ପର୍ବ ପାଇଁ ଦିନ ତମାମ ଲାଗିରହିଥିଲା ଭକ୍ତଙ୍କ ଭିଡ । କୋଭିଡ କଟକଣା ମଧ୍ୟରେ ମାଆଙ୍କ ଯାତ୍ରା ସଂପର୍ଣ୍ଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୁଡ଼ାନ୍ତ କରାଯାଇଛି ।

ଚୈତ୍ର ମାସର ପ୍ରଥମ ମଙ୍ଗଳବାର, ମା’ ତାରାତାରିଣୀଙ୍କ ପୀଠରେ ଭକ୍ତଙ୍କ ଭିଡ

ମନ୍ଦିରର ସମସ୍ତ ସେବାୟତଙ୍କ ଆଣ୍ଟିଜେନ୍‌ ଟେଷ୍ଟ କରାଯିବା ପରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ପୁଜାର୍ଚ୍ଚନା ଆରମ୍ଭ କରାଯାଇଥିଲା । ରାଜ୍ୟ ବାହାର ଭକ୍ତଙ୍କ ଆଗମନ ଉପରେ ଜାରି କରାଯାଇଛି କଟକଣା । ଏ ବର୍ଷ ଚୈତ୍ର ମାସରେ ପାଞ୍ଚୋଟି ମଙ୍ଗଳବାର ରହିଥିବା ବେଳେ ତାରା-ତାରିଣୀ ମାଆଙ୍କ ମନ୍ଦିରକୁ ଯିବାକୁ ଥିବା ସମସ୍ତ ପ୍ରବେଶପଥରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି ।

ଭକ୍ତ ମାନେ ମାଆଙ୍କୁ ଦର୍ଶନ କରିବା ପାଇଁ ବସ୍‌ର ବ୍ୟବସ୍ଥା କରାଯାଇଥିଲା । ଏପରିକି ତାରାତାରିଣୀ ହିଲଟପ୍‌ କିମ୍ବା ତଳେ ‌କୌଣସି ‌ଭୋଜି ରନ୍ଧାକୁ ବାରଣ କରାଯାଇଥିବା ବେଳେ ମାଆଙ୍କ ପ୍ରସାଦ ମନ୍ଦିର ତଳେ ବ୍ୟବସ୍ଥା କରାଯାଇଛି । ଏପରିକି ପୋଲିସ ପ୍ରଶାସନ ପକ୍ଷରୁ ତାରାତାରିଣୀ ମନ୍ଦିର ହିଲଟପ୍‌ ଏବଂ ତଳ ସିଂହଦ୍ବାରା ନିକଟରେ ସମନ୍ବିତ କଣ୍ଟ୍ରୋଲ ରୁମ୍‌ ବ୍ୟବସ୍ଥା କରାଯାଇଛି । ପାନୀୟ ଜଳ, ସ୍ବାସ୍ଥ୍ୟ ,ଅଗ୍ନିଶମ ବିଭାଗ ପକ୍ଷରୁ ବିଭିନ୍ନ ବ୍ୟବସ୍ଥାକୁ ଅନୁଧ୍ୟାନ କରାଯାଉଛି । ଗତ ବର୍ଷ କୋରୋନାର ପ୍ରକୋପ ଯୋଗୁଁ ମାଆ ତାରାତାରିଣୀଙ୍କ ଚୈତ୍ର ପର୍ବର ଗୋଟିଏ ମଙ୍ଗଳବାର ପରେ ବିନା ଭକ୍ତରେ ମାଆଙ୍କ ନୀତିକାନ୍ତି ପାଳିତ ହୋଇଥିଲା । ଚଳିତ ବର୍ଷ ମଧ୍ୟ କୋଭିଡ଼ର ଦ୍ବିତୀୟ ସଂକ୍ରମଣ ଆରମ୍ଭ ହୋଇ ଯାଇଥିବାରୁ ମାଆଙ୍କ ଯାତ୍ରା କିଭଳି ସୁରୁଖୁରରେ ସମ୍ପର୍ଣ୍ଣ ହେବ ସେ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.